Surya Budh Yuti: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ଏବଂ ବୁଧଙ୍କୁ ରାଜକୁମାର ବୋଲି ବିବେଚନା କରାଯାଇଛି । ଯେତେବେଳେ ସୂର୍ଯ୍ୟ ଏବଂ ବୁଧ ଏକତ୍ର ହୁଅନ୍ତି, ସେତେବେଳେ ବୁଦ୍ଧାଦିତ୍ୟ ରାଜଯୋଗ ଗଠନ ହୋଇଥାଏ । ଏହି ରାଜଯୋଗ ଦ୍ୱାରା ଅନେକ ଲୋକମାନେ ଶୁଭଫଳ ପାଇଥାନ୍ତି ।
ମେଷ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ ଶୁଭଫଳ ପ୍ରଦାନ କରିବ । ଆପଣ ଯାହା ବି କରନ୍ତୁ ନା କାହିଁକି ସଫଳତା ମିଳିବାର ସମ୍ଭାବନା ଅଧିକ । ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଦୃଢ ସମ୍ଭାବନା ରହିଛି। ବିଦେଶ ଯିବାର ଇଚ୍ଛା ପୂରଣ ହୋଇପାରେ
ବୃଷ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗରୁ ଶୁଭଫଳ ମିଳିବ । ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ଚାକିରି ଏବଂ ବ୍ୟବସାୟରେ ଉନ୍ନତୀ କରିବେ । ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହେବାର ସମ୍ଭାବନା ଅଧିକ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସମୟ ଶୁଭ । ସଫଳତା ପାଇବାର ଅଧିକ ସମ୍ଭାବନା ଅଛି। ପାରିବାରିକ ଜୀବନରେ ଖୁସି ମିଳିବ ।
କନ୍ୟା ରାଶି
ଆପଣଙ୍କ ପାଇଁ ସମୟ ବହୁତ ଭଲ ହେବ। ଚାକିରି ସନ୍ଧାନରେ ଥିଲେ ମିଳିବାର ସମ୍ଭାବନା ଅଧିକ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କର ସ୍ଥିତି ସୁଦୃଢ଼ ହେବ। ଆର୍ଥିକ ଦୃଷ୍ଟିକୋଣରୁ ସମୟ ଶୁଭ ।
ତୁଳା ରାଶି
ବୁଦ୍ଧାଦିତ୍ୟ ରାଜଯୋଗ ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ। ପ୍ରତିଟି କ୍ଷେତ୍ରରେ ସଫଳତାର ପୂର୍ଣ୍ଣ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ । ଅଳ୍ପ ଚେଷ୍ଟାରେ ଅଟକି ରହିଥିବା ଟଙ୍କା ଫେରି ପାଇବେ।
ମୀନ ରାଶି
ଆପଣଙ୍କ ପାଇଁ ସମୟ ଶୁଭ ହେବାକୁ ଯାଉଛି। ସୂର୍ଯ୍ୟ ଏବଂ ବୁଧଙ୍କ ସକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନରେ ଖୁସି ବଢାଇବ । ଟଙ୍କା ଏବଂ ସମ୍ପତ୍ତିର ଅଭାବ ରହିବ ନାହିଁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ପ୍ରଗତି ପାଇଁ ଅନେକ ସୁଯୋଗ ଆସିବ । କଠିନ ପରିଶ୍ରମ ସଫଳ ହେବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़