ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦେଖିବାପାଇଁ ଲୋକଙ୍କ ମନରେ ଅଧିକ ଉତ୍ସାହ ରହିଥିଲା ।
ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଟିମ୍ର ଅହମ୍ମଦାବାଦ ଯାତ୍ରା କରିଛନ୍ତି ।
ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ସିରିଜ୍ର ଶେଷ ମ୍ୟାଚ୍ ଅନୁଷ୍ଠିତ ହେବ
କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ୍ରୁ ବାହାରି ବିମାନ ବନ୍ଦରରେ ପହଞ୍ଚିଥିଲେ ସମସ୍ତ ଖେଳାଳି ।
ରାସ୍ତାରେ ଖେଳାଳିମାନଙ୍କ ଝଲକ ପାଇବା ପାଇଁ ଅନେକ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଥିଲେ ।
ଖେଳାଳିମାନେ ବସ୍ ଭିତରେ ଥାଇ ନିଜ ପ୍ରଶଂସକଙ୍କଠାରୁ ହାତ ହଲେଇ ବିଦାୟ ନେଇଥିଲେ
ସୁପର ସନଡେରେ ସୁପର ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ ଦର୍ଶକ ।
ଓଡ଼ିଶା ମାଟିରେ ଟିମ୍ ଇଣ୍ଡିଆର ବାଜିମାତ ପରେ କ୍ରିକେଟପ୍ରେମୀଙ୍କ ମନ ଖୁସିରେ ନାଚି ଉଠିଥିଲା
ट्रेन्डिंग फोटोज़