ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଫଳ
Advertisement
Article Detail0/zeeodisha/odisha2640580

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଫଳ

ଷଷ୍ଠରୁ ନବମ ଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା (OAVET), ୨୦୨୫ ଏବଂ ଷଷ୍ଠ ଶ୍ରେଣୀ ପାଇଁ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା (OMAVET), ୨୦୨୫ ର ଫଳାଫଳ ଆଜି ଅର୍ଥାତ୍ ୧୦/୦୨/୨୦୨୫ ରେ ପ୍ରକାଶିତ ହୋଇଛି ବୋଲି ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା, କଟକ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଫଳ

ଭୁବନେଶ୍ୱର:  ଷଷ୍ଠରୁ ନବମ ଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା (OAVET), ୨୦୨୫ ଏବଂ ଷଷ୍ଠ ଶ୍ରେଣୀ ପାଇଁ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା (OMAVET), ୨୦୨୫ ର ଫଳାଫଳ ଆଜି ଅର୍ଥାତ୍ ୧୦/୦୨/୨୦୨୫ ରେ ପ୍ରକାଶିତ ହୋଇଛି ବୋଲି ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା, କଟକ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ପ୍ରାର୍ଥୀମାନେ www.bseodisha.ac.in. ୱେବସାଇଟ୍ ରୁ ସେମାନଙ୍କର ଫଳାଫଳ ଡାଉନଲୋଡ୍ କରିପାରିବେ । ସୂଚନା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, OAVS/ ପରିଚାଳନା ନିର୍ଦ୍ଦେଶକ, OMAV/ ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଏକ କପି ଦାଖଲ କରାଯାଇଛି।