Subhadra Scheme: ଚତୁର୍ଥ ପର୍ଯ୍ୟାୟରେ "ସୁଭଦ୍ରା" ଅତିକ୍ରମ କଲା ୯୮ଲକ୍ଷ, ନପାଇଥିଲେ କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha2640776

Subhadra Scheme: ଚତୁର୍ଥ ପର୍ଯ୍ୟାୟରେ "ସୁଭଦ୍ରା" ଅତିକ୍ରମ କଲା ୯୮ଲକ୍ଷ, ନପାଇଥିଲେ କରନ୍ତୁ ଏହି କାମ

ଆବେଦନ‌କାରୀ ମାନେ ଜାଣିରଖିବା ଉଚିତ ଯେ, ପ୍ରଥମ ତିନୋଟି ଯାକ କାମ ବ୍ୟାଙ୍କ ସ୍ତରରେ ହେବ ଓ ଚତୁର୍ଥ କାମଟି ଜନସେବା କେନ୍ଦ୍ର ବା ମୋସେବା କେନ୍ଦ୍ରରେ ହେବ । ତେଣୁ ହିତାକାରୀଙ୍କୁ ନିଜ ବ୍ୟାଙ୍କକୁ ଯାଇ ବା ଜନସେବା ଅଥବା ମୋ ସେବା କେନ୍ଦ୍ର କୁ ଯାଇ ଏ ସବୁକୁ ନିଶ୍ଚିନ୍ତ କରିବାକୁ ପଡିବ । 

Subhadra Scheme: ଚତୁର୍ଥ ପର୍ଯ୍ୟାୟରେ "ସୁଭଦ୍ରା" ଅତିକ୍ରମ କଲା ୯୮ଲକ୍ଷ, ନପାଇଥିଲେ କରନ୍ତୁ ଏହି କାମ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ସହ "ସୁଭଦ୍ରା" ମୋଟ ୯୮ଲକ୍ଷ ଅତିକ୍ରମ କରିଛି। ହିତାଧିକାରୀଙ୍କ ନିକଟରେ ସିଧାସଳଖ ଭାବରେ ଟଙ୍କା ପହଞ୍ଚିବା ସୁନିଶ୍ଚିନ୍ତ କରିବାରେ "ନ୍ୟାସନାଲ ପେମେଣ୍ଟ କର୍ପୋରେସନ" (NPCI) ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଛନ୍ତି । Payment Ready Beneficiary- ବା- ହିତାଧିକାରୀ ଯାହାଙ୍କ ଆକାଉଣ୍ଟରେ ଦେୟ ହସ୍ତାନ୍ତର କଲେ ତାହା ପହଞ୍ଚିବା ଏକ ପ୍ରକାର ନିଶ୍ଚିନ୍ତ- ସେଭଳି ହିତାଧୂକାରୀ ଚିହ୍ନଟ କରିବାରେ NPCI ବିଶେଷ ଭାବେ ସହାୟକ ହୋଇଛନ୍ତି ଯାହାଦ୍ବାରା ବହୁତ କମ କ୍ଷେତ୍ରରେ ପେମେଣ୍ଟ ବିଫଳ ହେବା ଦେଖାଯାଉଛି। ସୁଭଦ୍ରା ଅଧୀନରେ ଦେୟ ପ୍ରାପ୍ତି ନିମନ୍ତେ ଯୋଗ୍ୟ ହିତାଧୂକାରୀ ମାନେ ୪ ଗୋଟି ଜିନିଷ ନିଶ୍ଚିନ୍ତ କରିବାକୁ ପଡିବ ।

୧) ସେମାନଙ୍କର ଏକକ ଧାରକ ( singleholder) ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ।

୨)ଏହି ଆକାଉଣ୍ଟଟି ହିତାଧୁକାରୀଙ୍କ ଆଧାର ସଂଖ୍ୟା ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ।

୩) ଆକାଉଣ୍ଟ ଟି ସିଧାସଳଖ ଦେୟ ହସ୍ତାନ୍ତର ନିମନ୍ତେ ସକ୍ଷମ ହୋଇଥିବା ଆବଶ୍ୟକ।

୪) ସୁଭଦ୍ରା ପୋର୍ଟାଲ ରେ ସେମାନେ biometric ପଦ୍ଧତିରେ ନିଜର eKYCକରିଥିବା ଆବଶ୍ୟକ।

ଆବେଦନ‌କାରୀ ମାନେ ଜାଣିରଖିବା ଉଚିତ ଯେ, ପ୍ରଥମ ତିନୋଟି ଯାକ କାମ ବ୍ୟାଙ୍କ ସ୍ତରରେ ହେବ ଓ ଚତୁର୍ଥ କାମଟି ଜନସେବା କେନ୍ଦ୍ର ବା ମୋସେବା କେନ୍ଦ୍ରରେ ହେବ । ତେଣୁ ହିତାକାରୀଙ୍କୁ ନିଜ ବ୍ୟାଙ୍କକୁ ଯାଇ ବା ଜନସେବା ଅଥବା ମୋ ସେବା କେନ୍ଦ୍ର କୁ ଯାଇ ଏ ସବୁକୁ ନିଶ୍ଚିନ୍ତ କରିବାକୁ ପଡିବ । ଏବେ ବି ପାଖାପାଖ୍ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ (DBT Enabled) ହୋଇ ନାହିଁ ଅବା ସେମାନେ ସୁଭଦ୍ରା ପୋର୍ଟାଲରେ eKYC କରିନାହାନ୍ତି ବା OTP ମାଧ୍ଯମରେ eKYC କରିଛନ୍ତି । ଏହି ହିତାଧିକାରୀ ମାନଙ୍କର ଏକ ତାଲିକା ବ୍ଳକ, ମୁନସିପାଲିଟି ମହାନଗର ନିଗମ ସ୍ତର, ଜିଲ୍ଲାସ୍ତର ଓ ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ଅଛି। ବର୍ଭମାନ ସୁଦ୍ଧା ଲାଭ ପାଇନଥିବା ଯୋଗ୍ୟ ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ଏହି ତାଲିକାକୁ ଯାଞ୍ଚ କରନ୍ତୁ । ଯଦି ଏହି ତାଲିକାରେ ତାଙ୍କ ନାମ ଥାଏ ତାହାହେଲେ ଆକାଉଣ୍ଟ ଥିବା ତାଙ୍କ ବ୍ୟାଙ୍କକୁ ଯାଇ ଆକାଉଣ୍ଟଟିକୁ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ (DBT Enabled) କରନ୍ତୁ ଓ ସୁଭଦ୍ରା ପୋର୍ଟାଲରେ biometric ପଦ୍ଧତିରେ ନିଜର eKYCକରିନିଅନ୍ତୁ । ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ (DBT Enabled)ହୋଇଗଲେ ଓ biometric ପଦ୍ଧତିରେ eKYC ହୋଇଗଲେ ସେମାନେ ଆଗାମୀ March ୮ ତାରିଖ ସୁଧା ପ୍ରଥମ କିସ୍ତି ଏବଂ March ୮ ତାରିଖ ରେ ଦ୍ଵିତୀୟ କିସ୍ତି ପାଇପାରିବେ 

Also Read- Cricket News: ବିଜୟ ଖୁସି ଦେଇ ଫେରିଗଲେ ଖେଳାଳି, ଦେଖନ୍ତୁ ଝଲକ୍

Also Read- Budhaditya Rajyog: ରାଜାଙ୍କୁ ଭେଟିବେ ରାଜକୁମାର, ୫ ରାଶିକୁ ମିଳିବ ଆର୍ଥିକ ଲାଭ