ସାମ୍ୱାଦିକଙ୍କ ପାଇଁ ପେନସନ ଲାଗୁ ନେଇ ଗୃହରେ ଉଠିଲା ପ୍ରଶ୍ନ; ହକ ପାଇଁ ବାହାରିଲେ ବିଧାୟକ
Advertisement
Article Detail0/zeeodisha/odisha2553748

ସାମ୍ୱାଦିକଙ୍କ ପାଇଁ ପେନସନ ଲାଗୁ ନେଇ ଗୃହରେ ଉଠିଲା ପ୍ରଶ୍ନ; ହକ ପାଇଁ ବାହାରିଲେ ବିଧାୟକ

Pension scheme for Journalists: ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ୟ୍ୟକାରୀ କରାଯାଉ । ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି, ଫଳରେ ଖବର ସଂଗ୍ରହରେ ବାଧା ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି। ସାମ୍ୱାଦିକଙ୍କ ଏହି ସବୁ ସମସ୍ୟାକୁ ସମାଧାନ ପାଇଁ ଗୁରୁତର ସହ ନେବାକୁ ସେ ଦାବି କରିଛନ୍ତି। 

ସାମ୍ୱାଦିକଙ୍କ ପାଇଁ ପେନସନ ଲାଗୁ ନେଇ ଗୃହରେ ଉଠିଲା ପ୍ରଶ୍ନ; ହକ ପାଇଁ ବାହାରିଲେ ବିଧାୟକ

ଭୁବନେଶ୍ଵର: ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଆଜି ବିଧାନସଭାରେ ଦାବି କରିଛନ୍ତି। ସେ କହିଛନ୍ତି ପାଖାପାଖି ୧୭ଟି ରାଜ୍ୟରେ ପେନସନ୍ ବ୍ୟବସ୍ଥା ରହିଛି। ଏଥିସହ ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ। ପୂର୍ବରୁ ୫ଲକ୍ଷ ରହିଛି ସ୍ୱାସ୍ଥ୍ୟବୀମା ରାଶି। ସାମ୍ବାଦିକଙ୍କ ପାଇଁ ପେନସନ୍ ସେବା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। 

ଏହାସହ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ଦରକାର। ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ୟ୍ୟକାରୀ କରାଯାଉ । ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି, ଫଳରେ ଖବର ସଂଗ୍ରହରେ ବାଧା ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି। ସାମ୍ୱାଦିକଙ୍କ ଏହି ସବୁ ସମସ୍ୟାକୁ ସମାଧାନ ପାଇଁ ଗୁରୁତର ସହ ନେବାକୁ ସେ ଦାବି କରିଛନ୍ତି।