IAS Officer R.Balakrishnan: ଓଡ଼ିଆ ଭାଷା ପରେ ତାମଲନାଡ଼ୁରେ ଭାଷା କଥା କହିବେ ବାଲକ୍ରିଷ୍ଣନ୍‍
Advertisement
Article Detail0/zeeodisha/odisha2664010

IAS Officer R.Balakrishnan: ଓଡ଼ିଆ ଭାଷା ପରେ ତାମଲନାଡ଼ୁରେ ଭାଷା କଥା କହିବେ ବାଲକ୍ରିଷ୍ଣନ୍‍

ଭୁବନେଶ୍ୱର: ସରକାର ବଦଳିବା ପରେ ତାମିଲ ବାବୁ ଏବେ ଓଡ଼ିଶା ଛାଡ଼ିବା ଆରମ୍ଭ କରିଛନ୍ତି। ଯଦିଓ ସବୁଠାରୁ ଚର୍ଚ୍ଚିତ ପୂର୍ବତନ ଆଇଏଏସ୍‍ ଅଧିକାରୀ ଭିକେ ପାଣ୍ଡିଆନ୍‍ଙ୍କ ଓଡ଼ିଶା ରାଜନୀତି ମୋହ ତୁଟିନି କିନ୍ତୁ ତାଙ୍କ ଗୁରୁ ଭାବେ ପରିଚିତ ଆର୍‍ ବାଲାକ୍ରିଷ୍ଣନ୍‍ ଏବେ ତାମିଲନାଡ଼ୁ ପାଇଁ ସଜବାଜ ହେଲେଣି। କାରଣ ତାଙ୍କୁ ତାମିଲନାଡ଼ୁ ସରକାର ଆନ୍ତର୍ଜାତିକ ତାମିଲ ଷ୍ତଟଡିଜ୍‍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। 

ଶ୍ରୀ ବାଲାକ୍ରିଷ୍ଣନ୍‍ ଏକଦା ଓଡ଼ିଶା ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ସର୍ବେସର୍ବା ଥିବାର ଅଭିଯୋଗ ହୁଏ। ଯଦିଓ ପ୍ରତ୍ୟକ୍ଷ ଦାୟିତ୍ୱରେ ସେ ନଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥାଇ ସେ ଏସବୁକୁ ନିୟନ୍ତ୍ରଣ କରୁଥିଲେ। ଏପରିକି ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ଓ ଭାଷା ବିକାଶ ସମ୍ବନ୍ଧରେ କି ନିଷ୍ପତ୍ତି ନେବେ ତାହା ତାଙ୍କରି ଦିଗ ଦର୍ଶନରେ ହିଁ ସ୍ଥିର ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ସବୁଠାରୁ ବରିଷ୍ଠ ଅଧିକାରୀ ଥିଲେ। ତାମିଲ ଭାଷାରେ ଆଇଏଏସ୍‍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ବାଲାକ୍ରିଷ୍ଣନ୍‍ ଓଡ଼ିଶାର ଅମଲାତନ୍ତ୍ରରେ ତାମିଲ ବାବୁଙ୍କ ଗୁରୁତ୍ୱକୁ ବଢ଼ାଇବା ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାର କୁହାଯାଏ। ପ୍ରଥମତଃସେ ତାଙ୍କର ଉତ୍ତରାଧିକାରୀ ଭାବେ ଜଣେ ତାମିଲ ବାବୁଙ୍କୁ ହିଁ ବାଛିଥିଲେ। ପରବର୍ତ୍ତୀ ସମୟରେ ସେହି ଉତ୍ତରାଧିକାରୀ ରାଜ୍ୟ ଶାସନର ମୁଖ୍ୟ ହେବାକୁ ବି ଉଦ୍ୟମ କରିଥିଲେ। ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ଉତ୍ତରାଧିକାରୀ ଭାବେ ଲୋକେ ଚିହ୍ନଟ କରିଥିଲେ। ନିର୍ବାଚନ ସମୟରେ ଏହି ହାଓ୍ୱା ଏତେ ହୋଇଥିଲା ଯେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଧ୍ୟ ହୋଇ ଏ ବିଷୟରେ ସ୍ପଷ୍ଟୀକରଣ ରଖିଥିଲେ। 
 
୧୯୮୪ ବ୍ୟାଚ ଓଡ଼ିଶା କ୍ୟାଡରରର ଆଇଏଏସ୍‍ ଅଧିକାରୀ ବାଲାକ୍ରିଷ୍ଣନ୍‍ ୧୫ଟି ପୁସ୍ତକ ରଚନା କରିଛନ୍ତି। ୨୦୧୮ ମସିହାରେ ସେ ଉନ୍ନୟନ କମିଶନର ଭାବେ ଚାକିରିରୁ ଅବସର ନେଇଥିଲେ। ଏହାପରେ ରାଜ୍ୟରେ ଆଦିବାସୀ ପରିଷଦ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ସରକାରଙ୍କ ପାଖରେ ୩୪ ବର୍ଷ ଓ ଏହା ପରେ ପରାମର୍ଶଦାତାଭାବେ ଆହୁରି ୬ ବର୍ଷ ସରକାରଙ୍କ ଭିନ୍ନ ଭିନ୍ନ ପଦପଦବୀରେ ରହିଥିବା ବାଲାକ୍ରିଷ୍ଣନ୍‍ଙ୍କ ପାଖରେ ଏବେ ଓଡ଼ିଶାରେ ଆଉ କୌଣସି ସୁଯୋଗ ନାହିଁ। ତାଙ୍କ ନାଁରେ ଆସିଥିବା ଗୋଷ୍ଠୀବାଦ ବିବାଦକୁ ନେଇ ରାଜନୀତି ସରଗରମ ହୋଇଥିବାରୁ ବିଜେପି ସରକାର ଏହି ଗୋଷ୍ଠୀର ଅଧିକାରୀ ଓ ପୂର୍ବତନ ଅଧିକାରୀଙ୍କୁ ବିଶ୍ୱାସରେ ଗ୍ରହଣ କରିପାରୁନାହାନ୍ତି। ଏଣୁ ବାଲାକ୍ରିଷ୍ଣନ୍‍ ଓଡ଼ିଶାରେ ନରହି ନିଜ ରାଜ୍ୟକୁ ଫେରି ଯାଇଥିବା ଚର୍ଚ୍ଚା ହେଉଛି। 
 
ପ୍ରଶ୍ନ ଉଠୁଛି ସବୁଠାରୁ ଚର୍ଚ୍ଚିତ ହୋଇଥିବା ପୂର୍ବତନ ଆଇଏଏସ୍‍ ପାଣ୍ଡିଆନ୍‍ ଏବେ କରିବେ କ’ଣ? ରାଜନୀତିକୁ ଆସିବେ ବୋଲି ଚାକିରି ଛାଡ଼ିଥିବା ଏହି ପୂର୍ବତନ ଆଇଏଏସ୍‍  ନିର୍ବାଚନରେ ହାରିବା ପରେ ଚାକିରିରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ। ହେଲେ ଏଯାଏ ବିରୋଧୀ ଦଳ ନେତାଙ୍କ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଯଦିଓ ଗଣମାଧ୍ୟମ ସମ୍ମୁଖକୁ ପାଣ୍ଡିଆନ୍‍ ଆସୁ ନାହାନ୍ତି କିନ୍ତୁ ବିଜେଡିର ସବୁ ନିଷ୍ପତ୍ତିର ମୂଳରେ ସେ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାଙ୍କୁ ନେଇ ବିଜେଡିର ନେତାମାନେ ବି ସଂଗଠିତ ହୋଇପାରୁ ନାହାନ୍ତି। ବରିଷ୍ଠ ନେତାମାନେ ନବୀନଙ୍କ ପାଖଛଡ଼ା ହେଉଥିବା କୁହାଯାଉଛି।