Weather Update: ରାଜ୍ୟରେ ପାଗ ଏବେ ଶୁଖିଲା ରହିବ। ୨ ଦିନ ପରେ ରାତି ତାପମାତ୍ରା ଧିରେ ଧିରେ ବଢିବାରେ ସମ୍ଭାବନା ରହିଛି। ପ୍ରାୟ ୨ ରୁ ୪ ଡିଗ୍ରୀ ବଢିପାରେ ଦିନ ଓ ରାତି ତାପମାତ୍ରା। ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଖରା ବଢିବା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ୬ସ୍ଥାନରେ ପାରଦ ୩୪ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୩୬ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୩୫.୬, ସମ୍ବଲପୁରରେ ୩୫.୩, ଟିଟିଲାଗଡରେ ୩୫.୫, ନବରଙ୍ଗପୁରରେ ୩୫ ଡିଗ୍ରୀ ଛୁଇଁଥିଲା। ରାଜ୍ୟର ୧୭ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ଥିଲା। ଆସନ୍ତା ୫ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୩ ଡିଗ୍ରୀ ଅଧିକ ରହିପାରେ। ମାର୍ଚ୍ଚ ୬ ରୁ ୧୨ ତାରିଖ ଭିତରେ ପୂର୍ବ ଭାରତର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ଅଛି। ଏଭଳି ହେଲେ ଓଡି଼ଶାରେ ବି ଦିନର ତାପମାତ୍ରା ଅଧିକ ରହିପାରେ।
ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
ALSO READ: Guru Uday 2025: ୧୫ ବର୍ଷ ପରେ ମୀନରେ ବୃହସ୍ପତି ହେବେ ଉଦୟ, ଟଙ୍କା ଗଦିରେ ଶୋଇବେ ଏହି ୫ ରାଶି!