Shani Ast 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ପ୍ରତ୍ୟକ ବ୍ୟକ୍ତିଙ୍କୁ ତାର କର୍ମ ଅନୁସାରେ, ଫଳ ଦେଇଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିରେ ଆଜି ଦିନ ୧୨ଟା ୯ ମିନିଟ୍ ସମୟରେ ଅସ୍ତ ହେବେ। ଶନିଙ୍କ ଅସ୍ତ ହେବା କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ରହିଛି । ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହିତ ଜୀବନରେ ସମସ୍ତ ସୁଖ-ସମୃଦ୍ଧି ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଅସ୍ତ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛି....
ମେଷ: ଶନିଙ୍କ ଅସ୍ତ ଏହି ରାଶିର ଭାଗ୍ୟ ଚମକାଇବାକୁ ଯାଇଛି। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ, କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରିଛନ୍ତି। ଏ-ହି ସମୟ ସେମାନଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ଏ-ହି ସମୟରେ ବିନିଯୋଗ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଶୁଭଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ବ୍ୟବସାୟୀମାନେ ଅଗ୍ରଗତି କରିବେ। ଦିର୍ଘ ଦିନର ଗାଡି଼ କିଣିବାର ଆଶା ପୂରଣ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ।
ALSO READ: Chandra Grahan 2025: ୧୦୦ ବର୍ଷ ପରେ ହୋଲିରେ ପଡୁଛି ଦୁର୍ଲଭ ଯୋଗ, ମାଲାମାଲ୍ ହେବେ ଏହି୩ ରାଶି!
ମୀନ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିଠୁ ସୁବର୍ଣ୍ଣ ସମୟ ଆରମ୍ଭ ହେବାକୁ ଯାଇଛି। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ଘର କିମ୍ବା ଗାଡି଼ କିଣିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ସେୟାର ବଜାରରୁ ଲାଭବାନ୍ ହେବେ। ବ୍ୟବସାୟୀମାନେ ମାଲାମାଲ୍ ହେବେ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ମହିଳା କର୍ମଚାରୀମାନେ ସମ୍ମାନୀତ ହେବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़