Gold mines: କେନ୍ଦୁଝରରୁ ମିଳିଲା ସୁନା ଖଣିର ସନ୍ଧାନ
Advertisement
Article Detail0/zeeodisha/odisha2625255

Gold mines: କେନ୍ଦୁଝରରୁ ମିଳିଲା ସୁନା ଖଣିର ସନ୍ଧାନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହେବ ସୁନାଖଣି। ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତ ଜଳଡିହା ଗାଁରେ ହେବ ଏହି ସୁନାଖଣି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ କାମ ଆସନ୍ତା ମାର୍ଚ୍ଚ ମାସରେ ଶେଷ ହେଉଥିବା ବେଳେ ଏଠାରୁ ସଂଗୃହୀତ ସୁନାର ନମୂନା ଅତ୍ୟନ୍ତ ଉଚ୍ଚମାନର ବୋଲି ଜଣାପଡିଛି। ଏହି ନମୂନା ଭୁବନେଶ୍ବର ପରୀକ୍ଷାଗ

Gold mines: କେନ୍ଦୁଝରରୁ ମିଳିଲା ସୁନା ଖଣିର ସନ୍ଧାନ

Gold mines: କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହେବ ସୁନାଖଣି। ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତ ଜଳଡିହା ଗାଁରେ ହେବ ଏହି ସୁନାଖଣି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ କାମ ଆସନ୍ତା ମାର୍ଚ୍ଚ ମାସରେ ଶେଷ ହେଉଥିବା ବେଳେ ଏଠାରୁ ସଂଗୃହୀତ ସୁନାର ନମୂନା ଅତ୍ୟନ୍ତ ଉଚ୍ଚମାନର ବୋଲି ଜଣାପଡିଛି। ଏହି ନମୂନା ଭୁବନେଶ୍ବର ପରୀକ୍ଷାଗାରକୁ ଯିବା ପରେ ଏଠାରେ ସୁନାଖଣି ପ୍ରତିଷ୍ଠା ହେବା ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ଯାହାକୁ ନେଇ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। 

ବାଂଶପାଳ ବ୍ଲକର ଜଳଡିହା ଜଙ୍ଗଲ ଏବେ ଲୋକାରଣ୍ୟ. ଗ୍ରାମବାସୀଙ୍କ ସହଯୋଗରେ ଏଠାରେ ସରକାର ସୁନାର ନମୂନା ସଂଗ୍ରହ କାର୍ଯ୍ୟ କରୁଥିବା ବେଳେ, ଏଠାରୁ ସଂଗୃହୀତ ସୁନାର ନମୂନା ଅତ୍ୟନ୍ତ ଉଚ୍ଚମାନର ଜଣାପଡିବା ପରେ ଅଞ୍ଚଳବାସୀଙ୍କ ମନରେ ଖେଳିଯାଇଛି ଆନନ୍ଦ। ସୁନାର ନମୂନା ସଂଗ୍ରହ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ଅତ୍ୟନ୍ତ ଉତ୍ସାହର ସହିତ ସେଠାରେ ପହଞ୍ଚୁଥିବା ଦେଖିବାକୁ ମିଳିଛି। ଅନୁନ୍ନତ ବାଂଶପାଳ ବ୍ଲକରେ ସୁନାଖଣି ହେଲେ, କେବଳ ବ୍ଲକ ନୁହେଁ, ସମଗ୍ର ରାଜ୍ୟର ବିକାଶ ହେବ ବୋଲି ଆଶା ବାନ୍ଧିଛନ୍ତି ଲୋକେ।

ପୂର୍ବରୁ ଏଠାରୁ ସୁନା ମିଳୁଥିବା କାରଣରୁ ଏହି ଜଙ୍ଗଲକୁ ସୁନାଖଣି ଜଙ୍ଗଲ ବୋଲି ଆଖ୍ୟା ଦିଆଯାଇଛି. ଏଠାରେ ୮୦ଦଶକରୁ ସରକାର ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ. ହେଲେ, କିଛି ବର୍ଷ ପାଇଁ ଏହା ବନ୍ଦ ରହିଥିଲା. ଏବେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ବିଗତ ୧ବର୍ଷ ଧରି ଏଠାରେ ସମୁଦାୟ ୨୧ଟି ସ୍ଥାନରୁ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଜାରି ରହିଛି. ଯାହା, ଆସନ୍ତା ମାର୍ଚ୍ଚ ମାସରେ ଶେଷ ହେବ. ଏଠାରେ ୮୦ମିଟର ମାଟି ତଳୁ ଅତ୍ୟନ୍ତ ଉଚ୍ଚମାନର ସୁନା ମିଳୁଥିବା ବେଳେ, ୨୫୦ ମିଟର ଯାଏ ଖୋଳି ଏହି ନମୂନା ସଂଗ୍ରହ କାର୍ଯ୍ୟ ଜାରି ରହିଛି. ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ଏଠାରେ ନମୂନା ସଂଗ୍ରହ କାର୍ଯ୍ୟ କରୁଥିବା ଅପରେଟର୍ ଏଠାରୁ ମିଳୁଥିବା ସୁନାର ନମୂନା ଅତ୍ୟନ୍ତ ଉଚ୍ଚମାନର ବୋଲି କହିଛନ୍ତି. ଏଭଳି ସୁନା ସୁନାଖଣି ପାଇଁ ପ୍ରଜୁଯ୍ୟ ବୋଲି ସେ କହିଛନ୍ତି. ଏହି ନମୂନା ପରୀକ୍ଷାଗାରରେ ପରୀକ୍ଷା ହେବା ପରେ ସରକାର ଏଠାରେ ସୁନାଖଣି ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି କରିବେ ବୋଲି ସେ କହିଛନ୍ତି. ୮୦ଦଶକରୁ ଆରମ୍ଭ ହୋଇଥିବା ସୁନାଖଣିର ନମୂନା ସଂଗ୍ରହ କାର୍ଯ୍ୟ ଏବେ ସୁନାଖଣି ପ୍ରତିଷ୍ଠାରେ ସମ୍ପୁର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ଲୋକେ।