ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ବୋମା ଆତଙ୍କ
Advertisement
Article Detail0/zeeodisha/odisha2501241

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ବୋମା ଆତଙ୍କ

Bhubaneswar airport: ବୋମା ଆତଙ୍କ ପରେ ସୁରକ୍ଷାକର୍ମୀମାନେ ବିମାନରେ ତଲାସୀ ଆରମ୍ଭ କରିଛନ୍ତି। ଯାଞ୍ଚ ବେଳେ କୌଣସି ବୋମାର ସନ୍ଧାନ ମିଳିପାରି ନାହିଁ। ବିମାନ ବନ୍ଦରରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। 

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ବୋମା ଆତଙ୍କ

ଭୁବନେଶ୍ଵର: ଗତ କିଛି ଦିନ ହେବ ଲଗାତାର ବିଭିନ୍ନ ବିମାନକୁ ବୋମା ଧମକ ମିଳି ଆସୁଛି। ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ବେଳେ ଜରୁରୀ ଅବତରଣ କରିଛି ବିମାନ। ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ବିମାନର ଜରୁରୀ ଅବତରଣ କରାଯାଇଛି ବୋଲି ଜଣାପଡ଼ିଛି। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ବୋମା ଆତଙ୍କ ପରେ ସୁରକ୍ଷାକର୍ମୀମାନେ ବିମାନରେ ତଲାସୀ ଆରମ୍ଭ କରିଛନ୍ତି। ଯାଞ୍ଚ ବେଳେ କୌଣସି ବୋମାର ସନ୍ଧାନ ମିଳିପାରି ନାହିଁ। ବିମାନ ବନ୍ଦରରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।