Advertisement
Photo Details/zeeodisha/odisha2501234
photoDetails0hindi

Lord Jagannath: ଜାଣନ୍ତୁ କାର୍ତ୍ତିକ ମାସରେ କେତେ ବେଶରେ ସଜେଇ ହୁଅନ୍ତି ମହାପ୍ରଭୁ, ଫଟୋରେ ଦେଖନ୍ତୁ ଖବର

Lord Jagannath: କାର୍ତ୍ତିକ ମାସକୁ ସବୁଠୁ ଶ୍ରଷ୍ଠ ମାସ ବୋଲି କୁହାଯାଏ।  ସନାତନ ଧର୍ମରେ କାର୍ତ୍ତିକ ମାସକୁ ସମ୍ପୂର୍ଣ୍ଣ ଭାବେ ଶୁଭ ବୋଲି ବିବେଚାନ କରାଯାଏ।  ଏହି ପବିତ୍ର ମାସରେ ଲୋକେ ଆମିଷ ଭକ୍ଷଣ ନ କରି ପୂଜାପାଠରେ ଅଧିକ ସମୟ ଦେଇଥାଆନ୍ତି।  ଧର୍ମ କାର୍ଯ୍ୟ ପାଇଁ ଏହି ମାସଟି ବେଶ୍ ଗୁରୁତ୍ବପୂର୍ଣ୍ଣ।  ଏହି ମାସଟି ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ କରି କୃତ୍ତିକା ନକ୍ଷତ୍ରଯୁକ୍ତ କାର୍ତ୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ତେବେ, ଏହି ମାସରେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଏକାଧିକ ବେଶ୍ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ମହା କାର୍ତ୍ତିକ ମାସରେ ଜଗନ୍ନାଥ କେଉଁ ସବୁ ବେଶ ଧାରଣ କରିଥାଆନ୍ତି ମହାବାହୁ....

 

1/6

ରାଧାଦାମୋଦର ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ ହେବ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ନାମ ରାଧାଦାମୋଦର ବୋଲି ନାମକରଣ କରାଯାଇଛି। 

ALSO READ: Gajapati Maharaja: ଜଗନ୍ନାଥ ସଂସ୍କୃତିକୁ ଅବମାନନା କରୁଛି ଇସ୍କନ, ଧମକ ଦେଲେ ଗଜପତି ମହାରାଜା...

ALSO READ: Gold Rate Today: ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଖସିଲା ଭରି ପିଛା ମୂଲ୍ୟ

 

2/6

ଲକ୍ଷ୍ମୀନାରାୟଣ ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର। ଯାହା ଭକ୍ତଙ୍କ ମନ କିଣିଥାଏ। 

 

3/6

ବାଙ୍କଚୂଡ଼ା ବେଶ : ସେହିପରି ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। 

 

4/6

ଆଡ଼କିଆ ବେଶ :  ସହିପରି କାର୍ତ୍ତିକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ୨ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । 

 

5/6

ଲକ୍ଷ୍ମୀନୃସିଂହ ବେଶ : ପଞ୍ଚକର ଚତୁର୍ଥ ଦିନରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ ।  ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସେବାୟତମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି ।

 

6/6

ରାଜରାଜେଶ୍ୱର ବେଶ : କାର୍ତ୍ତିକ ପୂର୍ଣ୍ଣିମା ଦିନ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ।