Odisha News: ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ରରେ ବଡ ବଡ଼ ଲହଡ଼ି ଉପକୂଳ ଆଡକୁ ମାଡି ଆସିଥିଲା। ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବର୍ଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଯାଇ ଦେଖିଥିଲେ।
Trending Photos
Odisha News: (ଅଭୟ ମହାନ୍ତି) ବାତ୍ୟା ଦାନା ପ୍ରଭାବରେ ଓଡିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ଏକ ଅଜଣା ବିରାଟ କାୟ ଲୁହା ବସ୍ତୁ। ଏହାକୁ ଦେଖିବା ପାଇଁ ଲୋକେ ଭିତରେ ଉତ୍ସାହ। ସୂଚନା ଅନୁଯାୟୀ ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ରରେ ବଡ ବଡ଼ ଲହଡ଼ି ଉପକୂଳ ଆଡକୁ ମାଡି ଆସିଥିଲା। ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବର୍ଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଯାଇ ଦେଖିଥିଲେ।
ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା ଯେଉଁଥି B.I.W.T.A ବୋଲିଲେଖାଯାଇଛି। ତେବେ କିଛି ମତ୍ସ୍ୟଯିବି ଏହା ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଉ ଥିବା ବୟାଁ କହିଛନ୍ତି। ଏହା ପ୍ରଥମେ ଉଦୟପୁର ସମୁଦ୍ରରେ ଲାଗିବାପରେ ଏବେ ଧୀରେ ଧୀରେ ଭାସି ଭାସି ଦିଘା ସମୁଦ୍ର କୂଳ ନିକଟରେ ପହଁଚିଲାଣି। ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣା ପଡିଛି. ଅର୍ଥାତ ମଝି ସମୁଦ୍ରରେ ଜାହାଜ ମାନଙ୍କୁ ସିଙ୍ଗନାଲ ଦେଇଥାଏ ଏହି ବସ୍ତୁଟି ଯେଉଁଥିରେ ଅନେକ ମୂଲ୍ୟବାନ ଜିନିଷ ଖଞ୍ଜାଯାଇଥାଏ। ଯାହା ଏବେ ଦେଖିବାକୁ ମିଳୁନାହିଁ।