Top 10 News Headlines: ବାରବାଟୀ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣା, OCAକୁ ସୋ କୋଜ ନୋଟିସ...ସହ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2640472

Top 10 News Headlines: ବାରବାଟୀ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣା, OCAକୁ ସୋ କୋଜ ନୋଟିସ...ସହ ଅନ୍ୟାନ୍ୟ ଖବର

Top 10 News Headlines: ଚୁଟକିରେ ପଢନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର...

Top 10 News Headlines: ବାରବାଟୀ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣା, OCAକୁ ସୋ କୋଜ ନୋଟିସ...ସହ ଅନ୍ୟାନ୍ୟ ଖବର

India VS England Match: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ବେଳେ ହୋଇଥିବା ଲାଇଟ ସମସ୍ୟାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ ଦଳ ଏହାକୁ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ସରକାର ଏହି ଘଟଣାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏନେଇ ଓସିଏକୁ କ୍ରୀଡା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୦ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି।  

President At Triveni Sangam: ମହାକୁମ୍ଭରେ ବୁଡ ପକାଇଲେ ମହାମହିମ । ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଂଗମରେ ବୁଡ ପକାଇ ପବିତ୍ର ସ୍ନାନ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ ପକାଇବାରେ ସେ ଏହି ସୌଭାଗ୍ୟଲାଭ କରିଛନ୍ତି । ତେବେ ସଂଗମରେ ସ୍ନାର ପରେ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ ରାଷ୍ଟ୍ରପତି । ଏଥିସହ ହନୁମାନ ମନ୍ଦିର ସମେତ ଅନେକ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

Berhampur Crime News: ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ । ୨୦୨୩ ପାଟପୁର ଥାନା ପୋଡ଼ାମାରିରେ ଯୁବତୀ ହତ୍ୟା ମାମଲାରେ ସଜା। ଦୋଷୀ ମିଥୁନ ବିଷୋୟୀଙ୍କୁ ଆଜୀବନ ସଜା ଦେଲେ ଜିଲ୍ଲା ଜଜ୍‌ କୋର୍ଟ । ବିବାହ ପ୍ରଲୋଭନ ଦେଖାଇ ହତ୍ୟା କରି ଟଙ୍କା, ସୁନା ଲୁଟ୍‌ କରିଥିଲା ପ୍ରେମିକ। 

OX Fear At Bhubaneswar: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଓ ବରିମୁଣ୍ଡରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଓ ବରିମୁଣ୍ଡରେ ଷଣ୍ଢ ଆତଙ୍କରେ ଆତଙ୍କିତ ଥିଲେ ସ୍ଥାନୀୟ ଲୋକେ । ହେଲେ ଆଜି ସବୁ ସୀମା ଟପିଗଲା। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା। 

Tube Well Construction: ଆସୁଛି ଖରା, ସରକାର ସତର୍କ । ଖରା ପୂର୍ବରୁ ସରକାରଙ୍କୁ ଘାରିଛି ପାଣି ଚିନ୍ତା । ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ସରକାର ନଳକୂପ ଖୋଳିବା ବନ୍ଦ କରି ଦେଇଥିଲେ । ଏବେ ୭୦ରୁ ଅଧିକ ଲୋକ ରହୁଥିବା ଗାଁରେ ନଳକୂପ ଖୋଳାଯିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ।

Who Will Be Delhi CM: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଶାସନକୁ ଫେରିଛି ବିଜେପି। କିନ୍ତୁ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେହେତୁ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦଳ ନିର୍ବାଚନ ଲଢିଥିଲା, ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ  ବିଜେପି ସଭାପତି ଜେପି ନଡ୍ଡା ଆଲୋଚନା କରିଛନ୍ତି।

Parikhsha Pe Charcha: ପରୀକ୍ଷା ସମୟରେ ମାନସିକ ଚାପ ନରହୁ। ଆଉ ପରୀକ୍ଷା ଅଳ୍ପଦିନ ବାକି ଅଛି। ଆଜିର ଏହି କାର୍ଯ୍ୟକ୍ରମରେ ୫ କୋଟି ଛାତ୍ର ଛାତ୍ରୀ ଯୋଡି ହୋଇଛନ୍ତି । ଏହାଦ୍ବାରା ପିଲାଙ୍କ ଚାପ କମିଯିବ। ଦଶଟି ପ୍ରଶ୍ନ ସହିତ ପିଲା ପ୍ରଶ୍ନ କରିଥିଲେ, ମୁଁ ଉତ୍ତର ରଖିଛି।

Tirupati Laddu Issue: ତିରୁପତି ମନ୍ଦିର ପ୍ରାସଦ ଲଡୁରେ ଚର୍ବି ମିଶାଇବା ପ୍ରସଙ୍ଗ । ଘିଅ ବିତରଣ  କରୁଥିବା ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ଭୋଲେ ବାବା ଡାଏରୀର ପୂର୍ବତନ ନିର୍ଦ୍ଦେଶକ ପୋମିଲ୍ ଜୈନ ଏବଂ ବିପିନ ଜୈନ, ବୈଷ୍ଣବୀ ଡାଏରୀର ସିଇଓ ଅପୂର୍ବ ବିନୟକାନ୍ତ ଏବଂ ଏଆର ଡାଏରୀର ଏମଡି ରାଜୁ ରାଜଶେଖରନଙ୍କୁ ବାନ୍ଧିଛି ସିବିଆଇ । ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । 

Shibu Soren Hospitalized: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି । ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବାପାଙ୍କ ସହ ଦିଲ୍ଲୀ ଯାଇଛନ୍ତି । କିଛି ବର୍ଷ ତଳେ ବି ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ରାଞ୍ଚି ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Shraddha Walker Father: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ବାପା ବିକାଶ ୱାକରଙ୍କର ରବିବାର ମୁମ୍ବାଇରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ନିଜ ସ୍ତ୍ରୀ ଏବଂ ପରିବାର ସହ ଭସାଇରେ ରହୁଥିଲେ । କୁହାଯାଉଛି ଯେ ଝିଅର ମୃତ୍ୟୁ ପରେ ବିକାଶ ୱାକର ବହୁତ ଉଦାସ ରହୁଥିଲେ । ଝିଅର ଅନ୍ତିମ ସଂସ୍କାର କରିବା ପାଇଁ ସେ ମୃତଦେହର ବଳକା ଅଂଶକୁ ପାଇବା ଅପେକ୍ଷାରେ ଥିଲେ । କିନ୍ତୁ ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇପାରିଲା ନାହିଁ।