Presidential Election 2022: ଏନଡିଏ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ନେଇ ଅଣ୍ଟା ଭିଡିଲା ବିଜେପି
Advertisement
Article Detail0/zeeodisha/odisha1254958

Presidential Election 2022: ଏନଡିଏ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ନେଇ ଅଣ୍ଟା ଭିଡିଲା ବିଜେପି

Presidential Election 2022:  ଗତ ଥର ଅପେକ୍ଷା ଏଥର ରାଷ୍ଟ୍ରପତି ନିର୍ବାଚନରେ ବିଜେପି କିପରି ଏହାର ପ୍ରାର୍ଥୀଙ୍କ ଲାଗି କିପରି ଅଧିକ ଭୋଟ ଯୋଗାଡ଼ କରିପାରିବ ସେ ନେଇ ଚେଷ୍ଟା କରୁଛି।

 

Presidential Election 2022: ଏନଡିଏ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ନେଇ ଅଣ୍ଟା ଭିଡିଲା ବିଜେପି

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଜାରି ରହିଛି ଚର୍ଚ୍ଚା। ଏଭଳି ପରିସ୍ଥିତିରେ ଉଭୟ ଶାସକ ଏନଡିଏ ମେଣ୍ଟ ଏବଂ ବିରୋଧ ଦଳର ପ୍ରାର୍ଥୀଙ୍କ ଉପରେ ରହିଛି ନଜର। ଚଳିତ ବର୍ଷ ୧୮ ଜୁଲାଇରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିଲା। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା ୨୯ ଜୁନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ଜୁନ ୩୦ ତାରିଖରେ ହୋଇଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା ୨ ଜୁଲାଇ। ୨୧ ଜୁଲାଇରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେଉଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧ ଦଳର ପ୍ରାର୍ଥୀ ଜସୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହେବ। ଏଭଳି ସ୍ଥିତିରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ପହଞ୍ଚିବାକୁ ଦଳୀୟ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳ ଏହାର ସମସ୍ତ ସାଂସଦଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ରଖିବା ସହ ଏକ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତ ହେଉଥିବା ରଣନୀତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦଳ ଏହାର ସମସ୍ତ ସାଂସଦଙ୍କୁ ସଂସଦ ଗୃହରେ ଭୋଟ୍ ଦେବାକୁ ନିର୍ଦ୍ଦେଶ ଦେଇଛି। ସାଂସଦଙ୍କ ପାଖରେ ଅଧିକାର ଅଛି ଯେ ସେମାନେ ସଂସଦ ଗୃହରେ ଭୋଟ୍ ଦେଇପାରିବେ କିମ୍ବା ସେମାନେ ସେମାନଙ୍କ ନିଜ ରାଜ୍ୟର ବିଧାନସଭାରେ ମଧ୍ୟ ଭୋଟ୍ ଦେଇପାରିବେ। ହେଲେ ବିଜେପି ନେତୃତ୍ୱ ଦଳର ସମସ୍ତ ସାଂସଦଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ କେବଳ ସଂସଦ ଗୃହରେ ଭୋଟ ଦିଅନ୍ତୁ। ଦଳ କୌଣସି ପ୍ରକାରେ ଏହାର ଗୋଟିଏ ଭୋଟ ନଷ୍ଟ କରିବାକୁ ଚାହୁଁନାହୁଁ। ପ୍ରତ୍ୟେକ ଭୋଟ ଏବେ ଦଳ ପାଇଁ ମୂଲ୍ୟବାନ ହୋଇପଡ଼ିଛି। 

ରାଷ୍ଟ୍ରପତି ନିର୍ବାଚନରେ କିପରି ମତଦାନ କରିବାକୁ ହେବ ସେ ନେଇ ଦଳ ପକ୍ଷରୁ ଦଳୀୟ ସାଂସଦଙ୍କୁ ତାଲିମ ଦିଆଯିବ। ମତଦାନ ପୂର୍ବରୁ ସମସ୍ତ ସାଂସଦଙ୍କୁ ଜୁଲାଇ ୧୬ ତାରିଖରେ ଭୋଟ୍ ଦେବା ପାଇଁ ତାଲିମ ଦିଆଯିବ। ଏହି ପ୍ରଶିକ୍ଷଣରେ କିପରି ଭୋଟ୍ ଦେବେ ଏବଂ ବାଲାଟ ପେପର ରେ ଦ୍ରୌପଦୀ ମୁର୍ମୁଙ୍କ ନାମକୁ କିପରି ପ୍ରାଥମିକତା ଦେବେ ତାହା କୁହାଯିବ। ଏହା ପରେ ସମସ୍ତ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଦଳର ସାଂସଦଙ୍କୁ ୧୭ ଜୁଲାଇରେ ଏକ ରାତ୍ରୀ ଭୋଜନ ଦିଆଯିବ। ଏହି କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିବେ। ଏହା ପଛରେ ରଣନୀତି ହେଉଛି ସମସ୍ତ ବିଜେପି ସାଂସଦଙ୍କୁ ଶତ ପ୍ରତିଶତ ଭୋଟ୍ ଦେବା ଆବଶ୍ୟକ। ଗତ ଥର ଅପେକ୍ଷା ଏଥର ରାଷ୍ଟ୍ରପତି ନିର୍ବାଚନରେ ବିଜେପି କିପରି ଏହାର ପ୍ରାର୍ଥୀଙ୍କ ଲାଗି କିପରି ଅଧିକ ଭୋଟ ଯୋଗାଡ଼ କରିପାରିବ ସେ ନେଇ ଚେଷ୍ଟା କରୁଛି। ଏନେଇ ପ୍ରୟାସ କରାଯାଉଛି ଯେ ଯେପରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୭୦ ପ୍ରତିଶତରୁ ଅଧିକ ଭୋଟ ମିଳିପାରିବ। 

Also Read: President Election 2022: ମମତା ବାନାର୍ଜୀଙ୍କ ଲାଗି ବଢିଲା ଧର୍ମ ସଂକଟ

Also  Read: President Election 2022: ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ