Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ଣ ୪ଟା ସମୟର ୧୦ ଟି ବଡ଼ ଖବର...
Trending Photos
All Party Meeting: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନରେ ଅଡୁଆରେ ପଡିପାରନ୍ତି ସରକାର। ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ। ସେପଟେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ରାଜ୍ୟ ସ୍ବାର୍ଥ ସହ ନୂଆ ଓ ପୁରୁଣା ପ୍ରସଙ୍ଗକୁ କିପରି ଶାଣିତ କରାଯିବ, ସେନେଇ ପ୍ରସ୍ତୁତ ହେବ ରଣନୀତି। ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ଆପଣାଇବ ବିଜେଡି।
Odisha Assembly News: ବିଧାନସଭାରେ ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ୍ । ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ । ୧୪୭ ବିଧାୟକଙ୍କ ଟେବୁଲ୍ରେ ଲାଗିଲା ଟ୍ୟାବ୍ । ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ ।
Plus Two Exam: ଫେବୃଆରୀ ୧୮ ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜିଠୁ ପ୍ରଶ୍ନପତ୍ର ପଠାଯିବ। ଆଜିଠାରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ତାହାକୁ ନଜରରେ ରଖି ହବ ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Satyendra Das Passes Away: ଆରପାରିରେ ରାମଲାଲାଙ୍କ ମୁଖ୍ୟ ପୂଜକ । ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବ୍ରେନ ଷ୍ଟ୍ରୋକ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଶିଷ୍ୟ ପ୍ରଦୀପ ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
App Ban Update: ଦେଶରେ ୮୦୫ଟି ଆପ୍ସ ଓ ୩୨୬୬ଟି ୱେବସାଇଟ୍ ବ୍ୟାନ୍ । ସାଇବର କ୍ରାଇମ୍କୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ
। ସଂସଦୀୟ ଦଳ କମିଟି ନିଷ୍ପତ୍ତି ପରେ ବ୍ୟାନ୍ କଲେ ସରକାର । ବ୍ୟାନ୍ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା ।
Parcel Bomb Case: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା। କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଡିଏସପି ଅନିଲ କୁମାର ଦାସ ପାଟଣାଗଡ଼ SDJM କୋର୍ଟରେ ହାଜର ହୋଇ ସାକ୍ଷ୍ୟ ରଖିଛନ୍ତି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବାବେଳେ କିପରି ତଥ୍ୟ ପ୍ରମାଣ ଯୋଗାଡ କରାଯାଇଥିଲା, କିପରି ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିକଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ସେନେଇ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନିଲ । ଅନିଲଙ୍କ ସହ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ।
Kamal Haasan: ତାମିଲ ଚଳଚ୍ଚିତ୍ର ସୁପରଷ୍ଟାର ତଥା ନେତା କମଲ ହାସନ ଯାଇପାରନ୍ତି ରାଜ୍ୟସଭା । ଷ୍ଟାଲିନଙ୍କ ଦଳ ଡିଏମକେ କମଲ ହାସନଙ୍କୁ ରାଜ୍ୟସଭା ଆସନ ଦେଇପାରନ୍ତି । ବୁଧବାର ଦିନ ତାମିଲନାଡୁର ମନ୍ତ୍ରୀ ପିକେ ଶେଖର ବାବୁ କମଲ ହାସନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ,ସେବେଠାରୁ ଚର୍ଚ୍ଚା ଜୋର ।
AI Conference: ଭାରତରେ ଅନୁଷ୍ଠିତ ହେବ ପରବର୍ତ୍ତି AI ସମ୍ମିଳନୀ । ଫ୍ରାନ୍ସ ସମ୍ମିଳନୀରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତି AI ଆକ୍ସନ ଶିଖର ସମ୍ମିଳନୀ ଆୟୋଜନ କରିବାକୁ କହିଛନ୍ତି । ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ସମ୍ମିଳନୀରେ ମୋଦି କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଯୋଗୁ ନିଯୁକ୍ତି ଯିବ ନାହିଁ ବରଂ ନୂତନ ପ୍ରକାରର ସୁଯୋଗ ସୃଷ୍ଟି ହେବ ।
PM Modi at CEO Forum: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ଏବଂ ଫ୍ରାନ୍ସ କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ଜଡିତ ନୁହେଁ। ଆମର ବନ୍ଧୁତାର ମୂଳଦୁଆ ବିଶ୍ୱାସ, ନବସୃଜନ ଏବଂ ଜନ କଲ୍ୟାଣର ଭାବନା ଉପରେ ଆଧାରିତ। ଆମେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଏବଂ ସମସ୍ୟାର ସମାଧାନ ପାଇଁ ଏକାଠି କାମ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଜୀବନଧାରଣର ସହଜତା ଦିଗରେ, ଆମେ ଏକ ନୂତନ ସରଳୀକୃତ ଆୟକର କୋଡ୍ ଆଣୁଛୁ।
Cuttack Barabati Stadium: ବାରବାଟୀ ଷ୍ଟାଡିୟମର ଆଉ ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ଭାଇରାଲ ହେଉଛି । ଷ୍ଟାଡିୟମକୁ କୌଣସି ତମାଖୁ ଜାତୀୟ ଦ୍ରବ୍ୟ ନେବାରେ କଟକଣା ଥିବା ସତ୍ତ୍ୱେ କିପରି ଗଲା ସିଗାରେଟ୍ ବୋଲି ପ୍ରଶ୍ନ ଉଠିଛି । ପୁଣି ଭିଆଇପି ବକ୍ସ ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ନିର୍ଦ୍ୱନ୍ଦ୍ବରେ ବସି ସିଗାରେଟ୍ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି ।