Advertisement
Photo Details/zeeodisha/odisha2643334
photoDetails0hindi

Odia Rapper Abhinav Singh: ସ୍ତ୍ରୀ ପାଇଁ ଜୀବନ ହାରିଲେ ଓଡ଼ିଆ ରାପର୍ ଅଭିନବ ସିଂ, ଭାଇରାଲ ହେଉଛି ଏହିସବୁ ଫଟୋ

Odia Rapper Abhinav Singh: ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତଦେହ ସୋମବାର ବେଙ୍ଗାଲୁରୁସ୍ଥିତ ତାଙ୍କ ଭଡ଼ା ଆପାର୍ଟମେଣ୍ଟରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତଦେହ ବେଙ୍ଗାଲୁରୁର କାଡୁ ହୋସ୍ନାହାଲିର ଏକ ଭଡ଼ା ଆପାର୍ଟମେଣ୍ଟରୁ ମିଳିଥିଲା। ତେବେ ଅଭିନବଙ୍କ ମୃତଦେହ ବେଙ୍ଗାଲୁରୁ ପୋଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ କଟକରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରିଛନ୍ତି। ତେବେ ଓଡ଼ିଆ ରାପର୍ ଙ୍କ ବାପା କଟକ ଲାଲ୍ ବାଗ୍ ଥାନାରେ ଅଭିନବଙ୍କ ସ୍ତ୍ରୀ ଓ ତାଙ୍କ ପରିବାରର ପାଖାପାଖି ୧୦ ଜଣଙ୍କ ନାଁ ରେ ଅଭିଯୋଗ ଦେଇଛନ୍ତି । 

 

1/5

ଏତଲାରେ ସେ ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି କହିଛନ୍ତି। କିନ୍ତୁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। 

Also See Video: Odia Rapper Abhinav Singh: ଆତ୍ମହତ୍ୟା କଲେ ଓଡ଼ିଆ ରାପର୍ ଅଭିନବ ସିଂ

Also Read: Grah Chalan 2025: ଫେବୃଆରୀ ୧୯ରୁ ଗ୍ରହ ଚଳନ ରେ ବଡ଼ ହଲଚଲ୍, ଉନ୍ନତି ପଥରେ ଖୋଲିବ ୫ରାଶିଙ୍କ ଭାଗ୍ୟ

2/5

ଅଭିନବଙ୍କ ବାପାଙ୍କ କହିବାନୁଯାୟୀ ତାଙ୍କ ପୁଅ ପ୍ରବଳ ମାନସିକ ଚାପରେ ଥିଲେ । ସୂଚନା ଅନୁଯାୟୀ, ସେ ତାଙ୍କ ଭଡ଼ା ଆପାର୍ଟମେଣ୍ଟରେ ଅଭିନବ ବିଷ ପିଇଥିଲେ। ପତ୍ନୀଙ୍କ କାରଣରୁ ସେ ମାନସିକ ଚାପରେ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

3/5

କିଛି ଦିନ ତଳେ ସେ ବେଙ୍ଗାଲୁରୁର ଏକ ନୂଆ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। 

4/5

ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ଛାନଭିନ କରିବା ସହ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ତାଙ୍କ ପାର୍ଥିବ ଶରୀରକୁ କଟକ ସ୍ଥିତ ବାସଭବନକୁ ପଠାଯାଇଥିଲା। ପରେ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହୋଇଥିଲା। 

 

5/5

ହେଲେ କିଛି ମାସ ତଳେ ତାଙ୍କ ପତ୍ନୀଙ୍କ ସହ ରାପରଙ୍କ ମନୋମାଳିନ୍ୟ ହୋଇଥିଲା । କୁହାଯାଉଥିଲା ଯେ, ରାପର ଏକ ହୋଟେଲରେ ଥିବାବେଳେ ପତ୍ନୀ ଙ୍କ ସହ ତାଙ୍କର ଝଗଡା ହୋଇଥିଲା ଓ ଏ ବାବଦରେ ଏକ କେସ ବି ଦାୟର ହୋଇଥିଲା।