ନୂଆଦିଲ୍ଲୀ: ଆଜି ପବିତ୍ର ବଡ଼ଦିନ ଅବସରରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କାଜାଖିସ୍ତାନର ଅକ୍ଟୋ ସହରରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
Trending Photos
Kazakhstan Plane Crash:ନୂଆଦିଲ୍ଲୀ: ଆଜି ପବିତ୍ର ବଡ଼ଦିନ ଅବସରରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କାଜାଖିସ୍ତାନର ଅକ୍ଟୋ ସହରରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତଥାପି କିଛି ଲୋକ ବଞ୍ଚିଥିବା ନେଇ ପ୍ରାରମ୍ଭିକ ସୂଚନା ଦେଇଛି ମଧ୍ୟ ଏସିଆର ଜରୁରୀକାଳୀନ ମନ୍ତ୍ରଣାଳୟ। ଏହି ଦୁର୍ଘଟଣାର କିଛି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଗୁଡିକ ସେଠାରେ ଉପଲବ୍ଧ କରାଇ ଦିଆଯାଇଥିବା ନେଇ ସୂଚନା ରହିଛି। ସେପଟେ ଏହି ଦୁର୍ଘଟଣାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ମୁତାବକ ଆଜି ବାକୁ ସହରରୁ ଆଜରବୈଜାନ ଏୟାରଲାଇନ୍ସର ବିମାନଟି ଉଡାଣ ଭରି ରୁଷର ଗ୍ରୋଜନୀ ସହରକୁ ଯାଉଥିଲା। ତେବେ ଗ୍ରୋଜନୀ ସହରରେ ଘନ କୁହୁଡି କାରଣରୁ ବିମାନଟିର ଦିଗ ବଦଳାଇ ଦିଆଯାଇଥିଲା। କାଜାଖିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ବିମାନରେ ୧୦୫ ଯାତ୍ରୀ ଓ ୫ଜଣ ବିମାନ କର୍ମଚାରୀ ରହିଥିଲେ। ବିମାନ କମ୍ପାନୀ ତରଫରୁ ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ଦିଆଯାଇନାହିଁ। ତେବେ ଦୁର୍ଘଟଣା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି।
BREAKING: Passenger plane crashes near Aktau Airport in Kazakhstan pic.twitter.com/M2DtYe6nZU
— BNO News (@BNONews) December 25, 2024