Advertisement
Photo Details/zeeodisha/odisha2571490
photoDetails0hindi

Shani- Guru Gochar 2025: ନୂଆ ବର୍ଷରେ ୨ ବଡ଼ ଗ୍ରହଙ୍କ ପ୍ରଭାବରୁ ୪ ରାଶିକୁ ମିଳିବ ଫାଇଦା

Shani- Guru Gochar 2025: ନୂଆବର୍ଷରେ ଶନି ଏବଂ ବୃହସ୍ପତି ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ବୋଲି ଜ୍ୟୋତିର୍ବିଦ ମତ ଦେଇଛନ୍ତି । କିନ୍ତୁ ବିଶେଷ କରି ଚାରୋଟି ରାଶିର ବ୍ୟକ୍ତି ଏଥିରୁ ଉପକୃତ ହେବାକୁ ଯାଉଛନ୍ତି ।

1/6

Shani- Guru Gochar 2025: ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, 2025 ମସିହାରେ ଶନି ଏବଂ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସଭିଙ୍କୁ ପ୍ରଭାବିତ କରିବ । ମାର୍ଚ୍ଚ 2025 ରେ, ଶନି କୁମ୍ଭରୁ ବାହାରି ମୀନରେ ଚଳନ କରିବେ । ମଇ 2025 ରେ ବୃହସ୍ପତି ବୃଷ ରାଶିରୁ ବାହାରି ମିଥୁନରେ ଚଳନ କରିବେ । ଶନିଙ୍କ ରାଶି ପରିବର୍ତ୍ତନ ପରେ ସାଡେ ସତୀ ଶେଷ ହେବ ।

2/6

ମକର ରାଶି

ନୂଆ ବର୍ଷରେ ଆପଣଙ୍କ ରାଶିରେ ସାଢେ ସତୀ ମାର୍ଚ୍ଚ 29 ରେ ଶେଷ ହେବ । ପ୍ରଭାବରେ ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ଜୀବନରେ ଅଗ୍ରଗତି ପାଇଁ ବିଭିନ୍ନ ସୁତ୍ରରୁ ନୂତନ ସୁଯୋଗ ମିଳିବ । ଜୀବନରେ ଚାଲିଥିବା ସମସ୍ୟାଗୁଡ଼ିକ ଶେଷ ହେବ ।

3/6

କୁମ୍ଭ ରାଶି

ଶନିଙ୍କ ରାଶି ପରିବର୍ତ୍ତନ କାରଣରୁ ମାର୍ଚ୍ଚ 29 ପରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ଆପଣଙ୍କ ରାଶିର ଲୋକଙ୍କ ପାଇଁ 2025 ବର୍ଷ ସର୍ବୋତ୍ତମ ହେବ ବୋଲି ବିବେଚନା କରାଯାଉଛି ।

4/6

ବୃଷ ରାଶି

ମେ ମାସର ଶେଷ ସପ୍ତାହରେ ବୃହସ୍ପତି ବୃଷ ରାଶିରୁ ମିଥୁନରେ ଚଳନ କରିବେ । ବୃହସ୍ପତିଙ୍କ ଚଳନ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । କିନ୍ତୁ ବୃହସ୍ପତି ମିଥୁନରେ ଚଳନ କରିବା ସମୟରେ ଆପଣଙ୍କ ସମସ୍ୟା ବଢିପାରେ । ବିଶେଷ କରି ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।

5/6

ମୀନ ରାଶି

ଆପଣଙ୍କ ରାଶିରେ ଶନି ଦେବଙ୍କ ସାଢେ ସତି ମଧ୍ୟମ ପର୍ଯ୍ୟାୟ 29 ମାର୍ଚ୍ଚରୁ ଆରମ୍ଭ ହେବ । ଆପଣଙ୍କର ଟଙ୍କା ସମ୍ବନ୍ଧୀୟ ସମସ୍ୟା ରହିବ ନାହିଁ । କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।