Weather Update: ରାଜ୍ୟରେ ଏବେ ଦେଖିବାକୁ ମିଳୁଛି ଶୀତ-ଖରାର ଲୁଚକାଳି ଖେଳ। ଦିନର ଟାଣ ଖରା ଅନୁଭବ ହେଉଥିବା ବେଳେ ରାତିରେ ଶୀତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଏବେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ରାତି ତାପମାତ୍ରା ବୃଦ୍ଧି ହେବା ସହ ଶୀତର ପ୍ରକୋପ କମିବା ନେଇ ସମ୍ଭାବନା ରହିଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ।
ରାଜ୍ୟରେ ଦିନ ତାପମାତ୍ରା ସବୁଠୁ କମ୍ ଜି.ଉଦୟଗିରିରେ ୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୫.୬
ଡିଗ୍ରୀ ରେକର୍ଡ଼ ହୋଇଛି। ସେହିପରି, ବଲାଙ୍ଗୀର ଏବଂ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେପଟେ, ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।