Advertisement
Photo Details/zeeodisha/odisha2642365
photoDetails0hindi

Lucky Zodiac Sign: ୧୨ଫେବୃଆରୀ ମାଘ ପୂର୍ଣ୍ଣିମାରେ ସର୍ବାର୍ଥ ସିଦ୍ଧି ଯୋଗ, ୫ରାଶିକୁ ଲାଭ

Top 5 Lucky Zodiac Sign, 12 February 2025: ଆସନ୍ତୁ ଜାଣିବା ୧୨ ଫେବୃଆରୀ ବୁଧବାର ଦିନ କେଉଁ ରାଶି ଗୁଡ଼ିକୁ ଶୁଭଫଳ ମିଳିବ ବୋଲି ଜ୍ୟୋତିଷ ଆକଳନ କରିଛନ୍ତି ।

1/6

ମେଷ ରାଶି

ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ବିଭିନ୍ନ ସୁତ୍ରରୁ ଦିନଟିରେ ଲାଭ ପାଇବେ। ଚାକିରି ଏବଂ ବ୍ୟବସାୟରେ ଉନ୍ନତି କରିବାର ସୁଯୋଗ ମିଳିବ। ଚାକିରି ବଦଳାଇବାକୁ ପ୍ରୟାସ କରୁଥିଲେ ଶୁଭଫଳ ମିଳିପାରେ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବାର ସମ୍ଭାବନା ରହିଛି। ଆକାଉଣ୍ଟସ୍ କାର୍ଯ୍ୟ ସହିତ ଜଡିତ ବ୍ୟକ୍ତି ଅଧିକ ସୁଫଳ ପାଇବେ । କୋର୍ଟ ସମ୍ବନ୍ଧୀୟ କାମରେ ସଫଳତା ହାସଲ କରିପାରନ୍ତି । ପାରିବାରିକ ସମସ୍ୟାର ସମାଧାନ ହୋଇପାରେ । ଘରର ବରିଷ୍ଠ ସଦସ୍ୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ ।

2/6

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କଠିନ ପରିଶ୍ରମର ଫଳାଫଳ ଆପଣ ପାଇବେ । ସମ୍ପତ୍ତି ସମ୍ବନ୍ଧୀୟ କୌଣସି ବିବାଦ ଥିଲେ ସଫଳତା ହାସଲ କରିପାରନ୍ତି । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ଆପଣଙ୍କ ପ୍ରସ୍ତାବକୁ ବରିଷ୍ଠ ଅଧିକାରୀ ଗ୍ରହଣ କରିପାରନ୍ତି । ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଲାଭବାନ ହେବେ । ପରିଚିତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇବେ। ବ୍ୟବସାୟ ଦୃଷ୍ଟିରୁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବେ । ଫସି ରହିଥିବା ଟଙ୍କା ଫେରି ମିଳିପାରେ । ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ ।

3/6

ସିଂହ ରାଶି

ବନ୍ଧୁ ଏବଂ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ମିଳିପାରେ । ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଆପଣ ବରିଷ୍ଠ ଅଧିକାରୀଙ୍କଠାରୁ ଉତ୍ସାହ ଏବଂ ସମର୍ଥନ ପାଇବେ। ଚାକିରିରେ ପଦୋନ୍ନତି ସମ୍ପର୍କରେ ଆଲୋଚନା ହୋଇପାରେ । ଚାକିରି ପରିବର୍ତ୍ତନ ପାଇଁ ସାକ୍ଷାତକାର ଦେଇଥିଲେ ଖୁସି ଖବର ମିଳିପାରେ । ରାଜନୈତିକ ଏବଂ ସାମାଜିକ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭଦାୟକ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ ।

4/6

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ଅନୁକୁଳ ଫଳ ପ୍ରଦାନ କରିବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିପାରେ । ବଡ଼ ଭାଇ ଏବଂ ପିତାଙ୍କଠାରୁ ଆପଣଙ୍କୁ ସମର୍ଥନ ମିଳିପାରେ। କୌଣସି କାମ ଅଟକି ରହିଥିଲେ ତାହା ସମ୍ପୂର୍ଣ୍ଣ ହୋଇପାରେ । ଚାକିରି କ୍ଷେତ୍ରରେ ଉନ୍ନତି କରିବାକୁ ସୁଯୋଗ ମିଳିବ। ବ୍ୟବସାୟକୁ ବଢାଇବାକୁ ଯୋଜନା କରୁଥିଲେ ସଫଳତା ହାସଲ କରିବେ । ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିଲେ ଦିନଟି ଅନୁକୂଳ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲାଭ ମିଳିବାର ସମ୍ଭାବନା ରହିଛି। ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ଆପଣଙ୍କ ପାଇଁ ବିଶେଷ ଲାଭଜନକ ହେବ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ପାଇପାରନ୍ତି।

5/6

ମକର ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ନୂଆ ଉତ୍ସରୁ ଲାଭ ମିଳିପାରେ । ଘର କିମ୍ବା ଜମି କିଣିବାକୁ ଚାହୁଁଥିଲେ ଦିନଟି ଅନୁକୁଳ । ଦୀର୍ଘଦିନର ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ। ପ୍ରେମ ଜୀବନରେ ନୂଆ ଉପହାର ମିଳିପାରେ। ଶୁଭ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ଥିଲେ ସେଥିରୁ ମୁକ୍ତି ପାଇବେ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।