Advertisement
Photo Details/zeeodisha/odisha2642593
photoDetails0hindi

Magh Purnima 2025: ମାଘ ପୂର୍ଣ୍ଣିମାରେ ଦୁର୍ଲଭ ଯୋଗ, ଶନି-ସୂର୍ଯ୍ୟଙ୍କୁ କୃପାରୁ ଏହିସବୁ ରାଶି ଉପରେ ହେବ ଟଙ୍କା ବର୍ଷା!

Shani Surya Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ସେହି ରାଶିକୁ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଆଜି ସକାଳ ୧୦ ଟା ୨୦ ମିନିଟ୍ ସମୟରେ ଚଳନ କରିବେ। ମାଘ ପୂର୍ଣ୍ଣିମାରେ ଶନି-ସୂର୍ଯ୍ୟଙ୍କ ମିଳନ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ଯଦି ରାଶି ବା ଜାତକରେ ସୂର୍ଯ୍ୟ ଓ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଧନୀ ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛନ୍ତି ଶନି ଓ ସୂର୍ଯ୍ୟ...

1/5

ବୃଷ: ମାଘ ପୂର୍ଣ୍ଣିମାରେ ଶନି-ସୂର୍ଯ୍ୟଙ୍କ ସ୍ଥିତି ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। କ୍ୟାରିୟରକୁ ନେଇ କୌଣସି ଶୁଭ ଖବର ପାଇବେ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର କୌଣସି ଏକ କମ୍ପାନୀରୁ ମିଳିବ। ବ୍ୟବସାୟୀମାନଙ୍କର ବ୍ୟବସାୟରେ ଲାଗି ରହିଥିବା ମାନ୍ଦା-ବସ୍ଥା ଦୂର ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି।  ପୁରୁଣା ରୋଗରୁ ମୁକ୍ତି ମିଳିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି,ସେମାନଙ୍କର ସମ୍ପର୍କରେ ସୁଧାର ଆସିବ । ସାଥୀଙ୍କ ସହିତ ଦୂର ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ : Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଶୁଭ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ :  Shukra Vakri 2025: ହୋଲି ପୂର୍ବରୁ ଶୁକ୍ରଙ୍କ ଓଲଟା ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ପୁରୁଣା ବିନିଯୋଗରୁ ପାଇବେ ଲାଭ!

2/5
କନ୍ୟା: ମାଘ ପୂର୍ଣ୍ଣିମାରେ ଶନି-ସୂର୍ଯ୍ୟଙ୍କ ମିଳନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ନିଜ ପରିବାର ସଦସ୍ୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି। କର୍ମକ୍ଷେତ୍ରରୁ କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।  ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ଠାରୁ କୌଣସି ପ୍ରକାର ଦାମୀ ଉପହାର ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। 

3/5
ଧନୁ:  ମାଘ ପୂର୍ଣ୍ଣିମାରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଆର୍ଥିକ ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ବାକି ପଡିଥିବା ଟଙ୍କା ପାଇବାରେ ସମର୍ଥ ହେବେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନେ ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟ ଭଲ ରହିବ। 

4/5

କୁମ୍ଭ:  ଶନି-ସୂର୍ଯ୍ୟଙ୍କ ବିଶେଷ କୃପା ଏହି ରାଶି ଉପରେ ରହିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କମ୍ପିଟେଟିଭ୍ ଏ-କଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିଛି। ଏହି ସମୟରେ ଭଲ ରେଜଲ୍ଟ ମିଳିବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ପାର୍ଟନରସିପ୍-ରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଭଲ ଦ୍ବି-ପଇସା ଲାଭ ପାଇବେ। ବ୍ୟାଙ୍କିଂ , ବୀମା ଓ ଅନଲାଇନ୍ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଅଧିକ ଆର୍ଥିକ ଲାଭ ପାଇବେ।  ନୂଆ କରି ବିବାହ କରିଥିବା ଲୋକେ ଶୁଭ ଖବର ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

5/5
  ମୀନ: ମାଘ ପୂର୍ଣ୍ଣିମାରେ ପଡିଥିବା ଏହି ଦୁର୍ଲଭ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥାଭାବ ଦୂର ହେବ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ପଦୋନ୍ନତି ସହ ବୋନସ୍ ମିଳିବ। ପ୍ରେମ ସମ୍ପର୍କରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ଝଡ଼ ଦୂର ହେବ।  ରାଜନୈତିକ କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ।    (Disclaimer:ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)