Gaja Uddharana Besha: ଆଜି ପବିତ୍ର ମାଘ ମାସ ପୂର୍ଣିମା ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଧାରଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗିରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ | ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।
ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ଭକ୍ତ ଓ ଦର୍ଶାନାର୍ଥି। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ । ସଂନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ । ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବୀକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ ।
ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି । ସେପଟେ ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ ପାଇଁ ଗତକାଲି ଠାରୁ ନିତି ସଅଳ କରାଯାଇଛି। ଗତକାଲି ରାତି ୧୨ଟା୫୫ରେ ମହାପ୍ରଭୁଙ୍କ ପହୁଡ ନିତି ହୋଇଥିବା ବେଳେ ଆଜି ଭୋର ୪ଟା୫୦ମିନିଟରେ ଶ୍ରୀମନ୍ଦିର ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇଛି। ୫ଟା ୪୫ରେ ମଙ୍ଗଳାଳତୀ ଓ ୬ଟା ୩୦ରେ ଅବକାଶ ନିତି ହେବା ସହ ଅନ୍ଯାନ୍ଯ ନିତି ଆଗକୁ ବଢିଛି। ତେବେ ମଧ୍ଯାନ୍ନଧୂପ ପରେ ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ରତ୍ନବେଦୀରେ ଗଜୋଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ଆଜି ମହାପ୍ରଭୁଙ୍କ ଗଜୋଦ୍ଦାରଣ ବେଶ। ମଧ୍ଯାନ୍ନଧୂପ ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ। ଏଣୁ ଶ୍ରୀମନ୍ଦିରରେ ଆଜି ଅଧିକ ନିତିକାନ୍ତି ଥିବାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ କରାଯାଇଛି।