Puri Mahaprasad: ମହାପ୍ରସାଦ ବିକ୍ରୟକୁ ନେଇ ଆସିଲା ବଡ଼ ଖବର, ବଡ଼ ନିଷ୍ପତ୍ତି ନେଲା ସୁଆର ମହାସୁଆର ନିଯୋଗ
Advertisement
Article Detail0/zeeodisha/odisha1775486

Puri Mahaprasad: ମହାପ୍ରସାଦ ବିକ୍ରୟକୁ ନେଇ ଆସିଲା ବଡ଼ ଖବର, ବଡ଼ ନିଷ୍ପତ୍ତି ନେଲା ସୁଆର ମହାସୁଆର ନିଯୋଗ

Mahaprasad Selling in Srimandir: ପୁରୀ ଆନନ୍ଦ ବଜରରେ ମହାପ୍ରସାଦ ବିକ୍ରିୟକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ଏନେଇ ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Puri Mahaprasad: ମହାପ୍ରସାଦ ବିକ୍ରୟକୁ ନେଇ ଆସିଲା ବଡ଼ ଖବର, ବଡ଼ ନିଷ୍ପତ୍ତି ନେଲା ସୁଆର ମହାସୁଆର ନିଯୋଗ

Puri Ananda Bazar: ପୁରୀ ଆନନ୍ଦ ବଜାରରେ ବିକ୍ରୟ ହେଉଥିବା ମହାପ୍ରଭୁଙ୍କ ମହାପ୍ରସାଦକୁ ନେଇ ଆସିଛି ବଡ଼ ଖବର। ମହାପ୍ରଭୁଙ୍କ ପବିତ୍ର ମହାପ୍ରସାଦ ଶ୍ରୀମନ୍ଦିର ଭିତରେ ଏକ ନିର୍ଦ୍ଦିଷ୍ଟ ସେବକ ଗୋଷ୍ଠୀ ଦ୍ୱାରା ବିକ୍ରୟ କରାଯିବ। ଏହି ପରିପ୍ରେକ୍ଷୀରେ ସୁଆର ମହାସୁଆର ନିଯୋଗ ଦ୍ୱାରା ଏକ ଚିଠି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଖକୁ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଯଦି ଶ୍ରୀମନ୍ଦିରରେ କୌଣସି ଅଣ-ସୁପକର ମହାପ୍ରସାଦ ବିକ୍ରୟ କରୁଥିବାର ଧରାପଡନ୍ତି, ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି।

ମହାପ୍ରସାଦ ବିକ୍ରୟ ଉପରେ ଗତକାଲି ଏବଂ ଆଜି ୨ ଦିନ ଧରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁ ବୈଠକରେ ସୁଆର ମହାସୁଆର ନିଯୋଗ ସଦସ୍ୟ (Srimandir Suar Mahasuar Nijog Meeting) ଯୋଗ ଦେଇଥିଲେ। ଏହି ବୈଠକ ପରେ ଅଣ-ସୁପକାରଙ୍କୁ (Non Supakar Servitor in Srimandir) ଚିହ୍ନଟ କରିବା ପାଇଁ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି। ଯାହା ପରେ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରୟ (Mahaprasad Selling in Srimandir) ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ (Srimandir Suar Mahasuar Nijog) ଅନୁଯାୟୀ, କେବଳ ସୁପକାର ସେବାୟତଙ୍କୁ (Supakar Servitor of Srimandir) ଆନନ୍ଦ ବଜାରରେ (Puri Ananda Bazar) ମହାପ୍ରସାଦ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି।

ରେକର୍ଡ ଅଫ୍ ପୁରୀ ଶ୍ରୀମନ୍ଦିର ଅନୁଯାୟୀ (Record of Rights of Puri Srimandir), କେବଳ ସୁଆର ମହାସୁଆର ସେବକଙ୍କୁ (Suar Mahasuar Servitors of Srimandir) ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି। ଅବଶ୍ୟ, ବାହାର ଲୋକ ଏବଂ ଅଣ-ସୁପକାରଙ୍କ ସମ୍ପୃକ୍ତି ମନ୍ଦିର ଭିତରେ ମହା ପ୍ରସାଦର ସୁଗମ ବିକ୍ରୟ ଉପରେ ଅନିଶ୍ଚିତତା ସୃଷ୍ଟି କରିଥାଏ। ଦଲାଲ ଶ୍ରୀମନ୍ଦିର ଭିତରେ ସୁଆର ମହାସୁଆର ସେବକଙ୍କ ଠାରୁ ମହାପ୍ରସାଦ କ୍ରୟ କରି ଭକ୍ତଙ୍କୁ ଶୋଷଣ କରୁଛନ୍ତି। ଆମେ ଏହି ପ୍ରସଙ୍ଗରେ ଏକ ବୈଠକ ଡକାଇଥିଲୁ। ଯେଉଁଥିରେ ନିଷ୍ପତ୍ତି ନେଇଥିଲୁ ଯେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରୟ (Mahaprasad Selling in Ananda Bazar) କରିବାକୁ କେବଳ ସୁଆର ମହସୁଆର ସେବାୟତଙ୍କୁ ଅନୁମତି ଦିଆଯିବ। ଯଦି ଶ୍ରୀମନ୍ଦିର (Puri Srimandir) ପରିସରରେ କୌଣସି ଅଣସେବାୟତ ମହାପ୍ରସାଦ ବିକ୍ରୟ କରୁଥିବାର ମିଳନ୍ତି, ତାହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକଥା କହିଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର। 

ମହାପ୍ରସାଦ ବିକ୍ରି ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହସୁଆର। ଏନେଇ ସେ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ ଦ୍ୱାରା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ କେବଳ ସୁପକାର ସେବକ ମହାପ୍ରସାଦ ବିକ୍ରୟ କରିପାରିବେ। ଏହି ପରିପ୍ରେକ୍ଷୀରେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରିରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଆମେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର (Shree Jagannath Temple Administration) ମୁଖ୍ୟ ପ୍ରଶାସକ (SJTA Chief Administrator), ପୁରୀ ଏସପି (Puri SP), ଶ୍ରୀମନ୍ଦିର ସୁପରଭାଇଜର (Srimandir Supervisor), ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀଙ୍କୁ (Srimandir Security Officer) ଏକ ଚିଠି ପ୍ରଦାନ କରିଥିଲୁ।

ଅଣ ସେବାୟତଙ୍କ ଦ୍ୱାରା ମହାପ୍ରସାଦ ବିକ୍ରି ହେଉଥିବା ନେଇ ହୋଇଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ସମ୍ପାଦକ ନାରାୟଣ ମହସୁଆର। ଏନେଇ ସମ୍ପାଦକ କହିଛନ୍ତି ଯେ, ଶ୍ରୀମନ୍ଦିରର ଉତ୍ତର (North Gate of Srimandir) ଦ୍ୱାର ଭକ୍ତଙ୍କ ପ୍ରବେଶ ପାଇଁ ବନ୍ଦ ହୋଇଥିବାରୁ ଦଲାଲ ଭକ୍ତଙ୍କ ମହାପ୍ରସାଦ ଚାହିଦାର ସୁଯୋଗ ନେଉଛନ୍ତି। କେବଳ ମହାପ୍ରସାଦ ପାଇଁ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତ ସିଂହଦ୍ୱାର (Singhdwar of Srimandir) ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ଦୀର୍ଘ ସମୟ ଧରି ଛିଡା ରହିବା ପରିବର୍ତ୍ତେ ଦଲାଲ ପାଖକୁ ଯାଉଛନ୍ତି। ଦଲାଲ ମହାପ୍ରସାଦକୁ ସୁଆର ମହାସୁଆର ସେବାୟତଙ୍କ ଠାରୁ କିଣିବା ପରେ ଏହାକୁ ଭକ୍ତଙ୍କୁ ବିକ୍ରି କରି ଦେଉଛନ୍ତି।

ଏହା ବ୍ୟତୀତ ଅଣ ସୁପକାର ସେବାୟତ ମଧ୍ୟ ଆନନ୍ଦ ବଜାରରେ ସୁଆର ମହସୁଆର ସେବକଙ୍କ ଠାରୁ ମହାପ୍ରସାଦ କିଣି ମନ୍ଦିର ବାହାରେ ଭକ୍ତଙ୍କୁ ବିକ୍ରି କରୁଥିଲେ। ପୂର୍ବରୁ ଆମେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର (Srimandir Administration) ଦୃଷ୍ଟି ଆକର୍ଷଣ କରିଥିଲୁ। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରୟ ସମୟରେ ବିଶୃଙ୍ଖଳା ଦେଖାଯାଉଛି। ଏହି ଘଟଣା ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା କହଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ।