Loknath Pankadhar Ekadashi: ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ଜାଣନ୍ତୁ କିପରି ହୋଇଥାଏ ପାଳନ..
Advertisement
Article Detail0/zeeodisha/odisha2658279

Loknath Pankadhar Ekadashi: ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ଜାଣନ୍ତୁ କିପରି ହୋଇଥାଏ ପାଳନ..

Loknath Pankadhar Ekadashi: ଆଜି ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଯାଇଛି।  ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ସଂଚିତ ହୋଇ ରହିଥିବା ବେଲପତ୍ର,ପୁଷ୍ପ,ନୈବେଦ୍ୟ ଆଦି ପଞ୍ଚାମୃତକୁ ପଙ୍କ ହିସାବରେ ପରମ୍ପରା ଅନୁଯାଇ କଢ଼ାଯାଇଛି। ଲୋକନାଥ ଦେବ ଗମ୍ଭୀରାରେ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକାୟିତ ଥିବା ବେଳେ ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Loknath Pankadhar Ekadashi: ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ଜାଣନ୍ତୁ କିପରି ହୋଇଥାଏ ପାଳନ..
Loknath Pankadhar Ekadashi: ବିଷ୍ଣୁଙ୍କ ଦିନରେ ଶୈବ ଉପାସନାର ଅନନ୍ୟ ପରମ୍ପରା। ପଙ୍କଧାର ଏକାଦଶୀରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ବାବା ଲୋକାନାଥଙ୍କ ଶ୍ରୀଲିଙ୍ଗ ଦର୍ଶନର ସାନିଧ୍ୟ ନେଲେ ଶ୍ରଦ୍ଧାଳୁ। ଆଜିଠାରୁ ପୁରୀ ଲୋକନାଥ ପୀଠ ରେ ଆରମ୍ଭ ହୋଇଛି ତିନିଦିନାତ୍ମକ ଯାତ୍ରା। ପଙ୍କ କଢ଼ାଯିବା ପରେ ବର୍ଷ ତମାମ ଜଳ,ନୈବେଦ୍ୟ,ବେଲପତ୍ରରେ ବୁଡି ରହିଥିବା ଲୋକନାଥଙ୍କ ଶ୍ରୀଲିଙ୍ଗକୁ ସ୍ପଷ୍ଟ ଦର୍ଶନର ସୌଭାଗ୍ୟ ନେଇଛନ୍ତି ଭକ୍ତ ଶ୍ରଦ୍ଧାଳୁ। ଚୂଡାନ୍ତ ନୀତିର ଅନୁଯାୟୀ ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି। ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କଧାରରେ ସାମିଲ ହୋଇଥିଲେ। ସକାଳ ପ୍ରାୟ ୭ ଟାବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଶୈବ ଭକ୍ତ। ଲକ୍ଷେ ଶିବ ଲିଙ୍ଗ ପୂଜାକଲେ ଜେତିକି ପୁଣ୍ୟ ମିଳେ,ବାବା ଲୋକନାଥଙ୍କ ଶ୍ରୀଲିଙ୍ଗ ଦର୍ଶନରେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ହରିହର ଉପାସନାର ଅନନ୍ୟ କ୍ଷେତ୍ର ଶ୍ରୀକ୍ଷେତ୍ର ଶୈବ ଭକ୍ତରେ ପୂର୍ଣ୍ଣ ହେବାର ଦେଖିବାକୁ ମିଳିଛି।
 
ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି।ପଙ୍କ କାଢିବା ଲୋକର ସର୍ଵ ରୋଗ ବ୍ୟାଧି ଦୂର ହେବାର ବିଶ୍ୱାସ ରହିଛି। ଶରୀର ର କୌଣସି ଅଙ୍ଗ ଅସୁସ୍ଥ ହେଲେ ବାବା ଲୋକନାଥଙ୍କୁ ସେହି ଅଙ୍ଗ ଆକୃତିର ଧାତୁ ଦାନ କରିବା ଦ୍ୱାରା ରୋଗ ଦୂର ହେବାର ବିଶ୍ୱାସ ରହିଛି ।ପ୍ରତ୍ୟେକ ବର୍ଷ ଏହି ତିଥିରେ ପଙ୍କ କଢ଼ାଯିବା ପରେ ଜଳବିହାରୀ ଲାକନାଥଙ୍କ ଶ୍ରୀଲିଙ୍ଗ କୁ ଏହି ଗୋଟିଏ ଦିନ ଦର୍ଶନ ପାଇଥାନ୍ତି ଶ୍ରଦ୍ଧାଳୁ।ବାବାଙ୍କୁ,ଛାଚି,କଦଳୀ,ବେଲପତ୍ର ଅର୍ପଣ କରିଥାନ୍ତି ଶ୍ରଦ୍ଧାଳୁ ।ଜାଗର ରାତ୍ରିରେ ଅନନ୍ୟ ପରମ୍ପରା ହରିହର ଭେଟ ଦେଖିବାକୁ ମିଳିଥାଏ।
 
ଚଳିତବର୍ଷ ଅଧିକା ଭକ୍ତ ଙ୍କ ଆଗମନକୁ ଲକ୍ଷ୍ୟରେ ରଖି ଏହି ପର୍ବ ପାଳିତ ହେଉଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ୨ ଅତିରିକ୍ତ ଏସ୍ପି ,୫ ଡ଼ିଏସପି ରାଙ୍କର ଅଧିକାରୀ ଏବଂ ୩୦ ସେକ୍ସସନ ଫୋର୍ସ, ୮୨ ହୋମଗାର୍ଡ,୭୨ କନଷ୍ଟେବଳ,୧୬ ଇନ୍ସପେକଟର , ୪୧ ସବ ଇନ୍ସପେକ୍ଟର ସୁରକ୍ଷା ଦାୟୀତ୍ୱରେ ରହିଛନ୍ତି ।ଜାଗର ଦିନ ଏହି ସୁରକ୍ଷା କର୍ମୀଙ୍କ ସଂଖ୍ୟା ବଢିବା ନେଇ ସୂଚନା ଦେଇଛନ୍ତି ପୁରୀ ପୋଲିସ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି।
 
ଶୈବପୀଠରେ ଜାଗର ଯାତ୍ରା ଗୋଟିଏ ଦିନ ପାଇଁ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ କିନ୍ତୁ ପଙ୍କଧାର ଏକାଦଶୀ ଦିନ ଠାରୁ ୩ଦିନର ଯାତ୍ରା ହୋଇଥାଏ।ହରି ଅର୍ଥାତ ଜଗନ୍ନାଥଙ୍କ ପୀଠରେ ହରଙ୍କ ଉପାସନା କରି କୃତାର୍ଥ ହୁଅନ୍ତି ଶ୍ରଦ୍ଧାଳୁ। ସେପଟେ ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି।ଚଳିତ ମାସ ୨୪ ଅର୍ଥାତ ଆଜି ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଥିବା ବେଳେ ୨୬ରେ ପାଳିତ ହେବ ମହାଶିବରାତ୍ରୀ। ମହାଶିବରାତ୍ରି ଦିନ ରାତ୍ର ୩ ଟା ରେ ଉଠିବ ମହାଦୀପ। ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତ୍ର ୧୨ ଟା ୩୦ ରୁ ଦ୍ଵାର ଖୋଲା ହେବା ସହ ୧ ଟା ୧୫ ରେ ମଙ୍ଗଳ ଆରତୀ ଅବକାଶ ନୀତି ,ଦିନ ୧୨ ଟା ରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିବ। ୨୬ ତାରିଖ ଜାଗରଯାତ୍ରା ଦିନ ରାତି ୧୨ ଟା ୩୦ ରୁ ପହୁଡ଼ ଦ୍ଵାର ଖୋଲା,ରାତ୍ର ୧ ଟା ରୁ ୪ ଟା ମଧ୍ୟରେ ମଙ୍ଗଳ ଆଳତୀ,ଅବକାଶ,ସୂର୍ଯ୍ୟ ପୂଜା,।ଭୋର୍ ୪ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତି ୨ରୁ ୩ ଟା ମଧ୍ୟରେ ହେବ ହରିହର ଭେଟ ,ଉଠିବ ମହାଦୀପ।