Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଭାରତ-ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ବାଜିମାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ ମୁତାବକ ୨୪୪ ରନ୍ ସଫଳତାର ସହ ହାସଲ କରି ପାକିସ୍ତାନକୁ ପରାଜୟ ଦେଇଛି ଭାରତୀୟ ଦଳ । ଦିନିକିଆରେ ବିରାଟ କୋହଲି ବନାଇଛନ୍ତି ବିରାଟ ରେକର୍ଡ । ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି । ବିଶ୍ବର ତୃତୀୟ ଖେଳାଳି ଭାବେ ସେ ଏହି ରେକର୍ଡ ହାସଲ କରିଛନ୍ତି । ପୂର୍ବରୁ ସଚିନ୍ ତେନ୍ଦୁଲକର ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଏହି କ୍ଲବରେ ସାମିଲ ହୋଇଥିଲେ ।
Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ଛତ୍ରପୁରରେ ପହଞ୍ଚିବା ପରେ ବାଗେଶ୍ୱର ଧାମ ବାଲାଜୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ନିର୍ମିତ ହେବାକୁ ଥିବା ବାଲାଜୀ ସରକାର କର୍କଟ ପ୍ରତିଷ୍ଠାନର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।
Headlines 03- JEE ମେନ୍-୨୦୨୫ ଜାନୁଆରୀ ସେସନ୍ର ପେପର-୨ ରେଜଲ୍ଟ ପ୍ରକାଶ ପାଇଛି । ପେପର-୨ ବିଆର୍କ ଓ ବିପ୍ଲାନିଙ୍ଗ ରେଜଲ୍ଟ ପ୍ରକାଶ କଲା NTA । ବିଆର୍କରେ ୪୪ ହଜାର ଓ ବିପ୍ଲାନିଙ୍ଗରେ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
Headlines 04- ମନ୍ କୀ ବାତ୍ରେ ମୋଟାପାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଟାପଣରୁ ରକ୍ଷା ପାଇବାକୁ ଖାଇବା ତେଲ କମ୍ କରନ୍ତୁ ବୋଲି ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଉଦ୍ଦେଶ୍ୟପେ ମୋଦୀ କହିଛନ୍ତି । ମୋଟାପା ବା ଓବେସିଟିକୁ ନେଇ ଉଦବେଗ ପ୍ରକାଶ କରିବା ସହ, ଏଥିରୁ ରକ୍ଷା ପାଇବାକୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ।
Headlines 05- ବାରବାଟୀରେ ମ୍ୟାଚ୍ ସମୟରେ ଲାଇଟ୍ ଲିଭିବା ଘଟଣାରେ ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଇଛି ଓସିଏ । ଏଣିକି ମ୍ୟାଚ୍ ସମୟରେ ଓସିଏ ଅଧିକ ସତର୍କ ହେବ ବୋଲି କୁହାଯାଇଛି । ପ୍ରତି ଫ୍ଲଡ୍ ଲାଇଟ ପାଖରେ ଜେନେରେଟର୍ ବ୍ୟବସ୍ଥା ରହିବ ବୋଲି ଉତ୍ତର ଦିଆଯାଇଛି ।
Headlines 06- ବଲାଙ୍ଗିରରେ BSKY କାର୍ଡ କେଳେଙ୍କାରୀ ଘଟଣାରେ ୨ ଜଣ ଗିରଫ । ଅଭିଯୁକ୍ତ ମହିଳା ଦଲାଲ ରଶ୍ମିତା ବାରିକ ଏବଂ ତାଙ୍କ ଡ୍ରାଇଭର କରନ ଦାସ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ କରିଛି ପୁଇଁତଳା ଥାନା ପୋଲିସ ।
Headlines 07- ତେଲେଙ୍ଗାନାରେ ଟନେଲ ଭୁଶୁଡ଼ିବା ଘଟଣାରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାସ୍ଥଳରେ ସେନା ଓ NDRF ଟିମ୍ ମୁତୟନ ହୋଇଛନ୍ତି । ଟନେଲରେ ଫସିରହିଥିବା ସିନିୟର ଇଞ୍ଜିନିୟରଙ୍କ ସମେତ ୮ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଛନ୍ତି ଉଦ୍ଧାରକାରୀ ଦଳ ।
Headlines 08- ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗ ରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି। ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି। ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରୟାଗ ରାଜ୍ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ। ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ସେ କହିଛନ୍ତି।
Headlines 09- ସୋମବାର ପର୍ଯ୍ୟନ୍ତ ୧୨ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ୍, ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଅରେଞ୍ଜ୍ ୱାର୍ଣ୍ଣିଂ ମଧ୍ୟରେ ରହିଛି ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର । ଏସବୁ ଜିଲ୍ଲାରେ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ୪୦ରୁ ୫୦ କିମି ପବନ ବହିପାରେ । ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରହିଛି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ । ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ପବନ ହେବାର ସମ୍ଭାବନା ରହିଛି ।ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍ଆର୍ସି ।
Headlines 10- ଆଜି କେନ୍ଦ୍ରାପଡ଼ା ତନ୍ତିଆପାଳ ଥାନା ସୁନିତି ଗାଁରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ବିଲକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ମହିଳା ।