Advertisement
Photo Details/zeeodisha/odisha2658298
photoDetails0hindi

KantaKabi Laxmikant mohapatra: ଆଜି କାଳଜୟୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ

KantaKabi Laxmikant mohapatra: ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ। ସେ ଏକାଧାରରେ ଜଣେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ। 

1/5

ଓଡ଼ିଶାର ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ରଚୟିତା ସେହି ମହାନ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ (Kantakabi Laxmikanta Mohapatra )ଆଜି ଶ୍ରାଦ୍ଧ ଦିବସ। ୧୯୫୩ ମସିହାର ଆଜିର ଦିନରେ ୬୫ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ।

2/5

 ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ସେ କଟକର ବାଖରାବାଦସ୍ଥିତ ଧୂଆଁଳିଆ ଗଳିରେ ଜନ୍ମଗ୍ରହଣ କରିଥିଲେ। ନିଜର ସାହିତ୍ୟ ସାଧନ ଓ ସରଳ ଜୀବନ ଶୈଳୀ ପାଇଁ ସେ ସମସ୍ତଙ୍କ ଗହଣରେ ପରିଚିତ ଥିଲେ ସେ।

3/5

ରେଭେନ୍ସା କଲେଜରୁ ପାଠ ପଢ଼ୁଥିବା ଅବସ୍ଥାରେ ହିଁ ତାଙ୍କର ନାଟକ, ସଂଗୀତ ଓ କବିତା ପ୍ରତି ଅନୁରାଗ ଦେଖିବାକୁ ମିଳିଥିଲା। ୨୫ ବର୍ଷ ବୟସରେ ସେ ବ୍ୟାଧିଗ୍ରସ୍ତ ହୋଇଥିଲେ। କିନ୍ତୁ ନିଜର ସାଧନାରୁ କେବେ ହଟି ନଥିଲେ।

4/5

 ଫକୀରମୋହନଙ୍କୁ ଆଆଦର୍ଶ ଭାବେ ଗ୍ରହଣ କରିଥିଲେ କାନ୍ତକବି। ତାଙ୍କ ଦ୍‍ୱାରା ରଚିତ ଉପନ୍ୟାସ, ଗଳ୍ପ, ପ୍ରବନ୍ଧ ଓ କବିତା କାଳଜୟୀ ରହି ଆସିଛି। ବୁଢ଼ାଶଂଖାରୀ ତାଙ୍କର ଲକ ପ୍ରସିଦ୍ଧ ଗଳ୍ପ ସଂକଳନ।

5/5

୧୯୩୩ ମସିହାରେ ଭଦ୍ରକ ହାଇସ୍କୁଲ୍‍ରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ କାନ୍ତକବି ଉପାଧି ପ୍ରଦାନ କରାଯାଇଥିଲା।