Baba Mahakal Ujjain: ଶିବଲିଙ୍ଗ ଯାଞ୍ଚ କରିବା ବାବା ମହାକାଳଙ୍କ ନଗରୀରେ ପହଞ୍ଚିଥିଲା ଜିଏସଆଇ ଟିମ୍; ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha2018831

Baba Mahakal Ujjain: ଶିବଲିଙ୍ଗ ଯାଞ୍ଚ କରିବା ବାବା ମହାକାଳଙ୍କ ନଗରୀରେ ପହଞ୍ଚିଥିଲା ଜିଏସଆଇ ଟିମ୍; ଜାଣନ୍ତୁ କାହିଁକି

Mahakaleshwar Temple Madhya Pradesh: ମଙ୍ଗଳବାର ୭ ଜଣିଆ ଟିମ୍ ଭୋପାଳ ଠାରୁ ଆସି ଉଜ୍ୱୈନ ସହରରେ ପହଞ୍ଚିବା ପରେ ଶିବଲିଙ୍ଗର ସ୍ଥିତି ଯାଞ୍ଚ କରିଥିଲେ।

 

Baba Mahakal Ujjain: ଶିବଲିଙ୍ଗ ଯାଞ୍ଚ କରିବା ବାବା ମହାକାଳଙ୍କ ନଗରୀରେ ପହଞ୍ଚିଥିଲା ଜିଏସଆଇ ଟିମ୍; ଜାଣନ୍ତୁ କାହିଁକି

Mahakaleshwar Mandir Ujjain: ମଧ୍ୟ ପ୍ରଦେଶର ଉଜ୍ୱୈନ ସହରରେ ଅବସ୍ଥିତ ମହାକାଳ ମନ୍ଦିର ହେଉଛି ଲକ୍ଷ ଲକ୍ଷ ଶିବ ଭକ୍ତଙ୍କ ବିଶ୍ୱାସର କେନ୍ଦ୍ର। ଭୋପାଳ ସ୍ଥତି ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ର ଜିଏସଟି ଦଳ ପୁଣି ଥରେ ମହାକାଳ ମନ୍ଦିରରେ ପହଞ୍ଚି ଏହି ଜ୍ୟୋର୍ତିଲିଙ୍ଗ ଧାମରେ ରହିଥିବା ​ଶିବଲିଙ୍ଗ ଯାଞ୍ଚ କରିଛନ୍ତି। ଶିବଲିଙ୍ଗ ଯାଞ୍ଚ କରିବା ପାଇଁ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଦଳ ସୋମବାର ସନ୍ଧ୍ୟାରେ ଉଜ୍ୱୈନ ଠାରେ ପହଞ୍ଚିଥିଲା। ମଙ୍ଗଳବାର ସକାଳେ ବାବା ମହାକାଳଙ୍କୁ ଅର୍ପଣ ହେଉଥିବା ପାଇଁ ପଞ୍ଚାମୃତ, ଭସ୍ମ, ଜଳ, ଭାଙ୍ଗ ଏବଂ ଅନ୍ୟାନ୍ୟ ନମୁନା ନେଇ ଦଳ ଫେରି ଆସିଥିଲା। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଦଳ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି।

ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମ ଉଜ୍ୱୈନ ଠାରେ ପହଞ୍ଚିଥିଲା ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଟିମ୍
ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (Geological Survey of India) ଟିମ୍ ପ୍ରତିବର୍ଷ ମହାକାଳେଶ୍ୱର ମନ୍ଦିରକୁ (Mahakaleshwar Mandir Ujjain) ସର୍ଭେ କରିବାକୁ ଆସିଥାନ୍ତି। ଗତ ୨୦୧୯ ବର୍ଷରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ କ୍ରମେ ଟିମ୍ ମହାକାଳେଶ୍ୱର ମନ୍ଦିର (Mahakaleshwar Temple Madhya Pradesh) ଆସିଥାନ୍ତି। ଅନେକ ବର୍ଷ ଧରି ମନ୍ଦିରର ଶିବଲିଙ୍ଗକୁ ନେଇ କ୍ରମାଗତ ଅନେକ ଆଲୋଚନା ହେଉଥିଲା। ଏନେଇ କୁହାଯାଉଥିଲା ​​ଯେ ଏହି ଜ୍ୟୋର୍ତିଲିଙ୍ଗ ଧାମରେ ଅବସ୍ଥିତ ରହିଥିବା ଶିବଲିଙ୍ଗ ନଷ୍ଟ ହେବାରେ ଲାଗିଛି। କଥିତ ରୂପରେ ଶିବଲିଙ୍ଗ ନଷ୍ଟ ହେବା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ ଗତ ୨୦୧୯ ବର୍ଷରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ଏବଂ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଏହା ପରେ ଏହି ଅନୁସନ୍ଧାନକାରୀ ଦଳ ସର୍ଭେ ପରେ ପ୍ରତିବର୍ଷ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଏକ ରିପୋର୍ଟ ପ୍ରଦାନ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ୭ ଜଣିଆ ଟିମ୍ ଭୋପାଳ ଠାରୁ ଆସି ଉଜ୍ୱୈନ ସହରରେ ପହଞ୍ଚିବା ପରେ ଶିବଲିଙ୍ଗର ସ୍ଥିତି ଯାଞ୍ଚ (GSI Team Inspect Shivling Condition in Mahakaleshwar Mandir) କରିଥିଲେ।

ପୂର୍ବ ଆସିସାରିଛି ଯାଞ୍ଚ କରୁଥିବା ଟିମ୍
ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୧୭ ବର୍ଷରେ ଏହି ମାମଲା ସୁପ୍ରିମକୋର୍ଟ ଠାରେ ପହଞ୍ଚିଥିଲା। ଗତ ୨୦୧୯ ବର୍ଷରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତିବର୍ଷ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଟିମ୍ ମହାକାଳେଶ୍ୱର ମନ୍ଦିରରେ ବିରାଜମାନ କରିଥିବା ଶିବଲିଙ୍ଗର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ। ଅନ୍ୟପଟେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଟିମ୍ ମଧ୍ୟ ମନ୍ଦିରର ଗଠନ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିଥିଲେ। ସମାନ ନିର୍ଦ୍ଦେଶରେ ଚଳିତ ବର୍ଷ ମଧ୍ୟ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଟିମ୍ ଶିବଲିଙ୍ଗର ସ୍ଥିତି ଯାଞ୍ଚ କରିବା ପାଇଁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲା। ବର୍ତ୍ତମାନ ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯିବା ପରେ ରିପୋର୍ଟ ପ୍ରକାଶ ପାଇବ।

୨ ବର୍ଷ ପୂର୍ବେ କ'ଣ କହିଥିଲା ଟିମ୍?
ଗତ ୨୦୨୧ ବର୍ଷରେ ହୋଇଥିବା ଅନୁସନ୍ଧାନ ରିପୋର୍ଟ ମାଧ୍ୟମରେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଟିମ୍ ଚିନ୍ତା ପ୍ରକଟ କରିଛି ଯେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ମନ୍ଦିର କମିଟି (Mahakaleshwar Temple Management Committee) ପାଳନ କରୁନାହିଁ। ବର୍ତ୍ତମାନ ଯାଞ୍ଚକାରୀ ଦଳ ପକ୍ଷରୁ ହୋଇଥିହା ଅନୁସନ୍ଧାନରୁ କେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା କେବଳ ସମୟ କହିବ। ରିପୋର୍ଟ ଆସିବା ପରେ ଯାଇ ବାବା ମହାକାଳଙ୍କ ଭକ୍ତଙ୍କୁ ମହାକାଳେଶ୍ୱର ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାର ଅନୁମତି ମିଳିବ। କାରଣ ବିଗତ କିଛି ମାସ ଧରି ମହାକାଳେଶ୍ୱର ମନ୍ଦିରର ଗର୍ଭଗୃହରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।