Cyclone Dana: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରୀ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା
Advertisement
Article Detail0/zeeodisha/odisha2482023

Cyclone Dana: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରୀ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା

Cyclone Dana: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହି ଥିବାରୁ ଏବେଠାରୁ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରୀ କରାଯାଇଛି। ଏଥିପାଇଁ ସମସ୍ତ ଫିସୋରୀ, ମେରାଇନ୍ ଏବଂ କୋଷ୍ଟଗାର୍ଡ ଙ୍କୁ ମଧ୍ୟ ଅବଗତ କରାଯାଇଛି। ବାତ୍ୟାର ପ୍ରଭାବରେ ଆସନ୍ତା ୨୩ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୨୪ ଓ ୨୫ରେ ଲ୍ୟାଣ୍ଡଫଲ ହେବାର ଅଛି। 

Cyclone Dana: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରୀ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା

Cyclone Dana: (ନାରାୟଣ ବେହେରା) ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ୍ ଙ୍କ ପ୍ରତିକ୍ରିୟା। ବିଭିନ୍ନ ସମୟରେ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ସବୁ ସମୟରେ ସଜାଗ ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଠାରୁ ସଜାଗ ହୋଇ ରହିଛି। ବାତ୍ୟା ଲ୍ୟାଣ୍ଡଫଲ ୨୪କିମ୍ବା ୨୫ତାରିଖରେ ହେବ ବୋଲି ଅନୁମାନ କରାଯାଉଥିବା ବେଳେ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ଆଇଏମଡି ସଠିକ ସୂଚନା ଦେଇନାହିଁ।

 କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହି ଥିବାରୁ ଏବେଠାରୁ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରୀ କରାଯାଇଛି। ଏଥିପାଇଁ ସମସ୍ତ ଫିସୋରୀ, ମେରାଇନ୍ ଏବଂ କୋଷ୍ଟଗାର୍ଡ ଙ୍କୁ ମଧ୍ୟ ଅବଗତ କରାଯାଇଛି। ବାତ୍ୟାର ପ୍ରଭାବରେ ଆସନ୍ତା ୨୩ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୨୪ ଓ ୨୫ରେ ଲ୍ୟାଣ୍ଡଫଲ ହେବାର ଅଛି। 

ତେଣୁ ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଖୋଲା ରଖା ଯାଇଥିବା ବେଳେ ସ୍ବଚ୍ଛ ପାଣି, ଇଲେକ୍ଟି ଓ ଟୟଲେଟ୍ ର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜିଲ୍ଲାର ସମସ୍ତ ବ୍ଲକ ବିଡିଓ ଓ ଅଧିକାରୀ ମାନେ ରହି ବାତ୍ୟାକୁ କିପରି ମୁକାବିଲା କରା ଯାଇ ପାରିବ ସମସ୍ତ ବ୍ୟବସ୍ଥା କରା ଯାଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ସମସ୍ତ ଏରିଆ ବୁଲି ପରିଦର୍ଶନ କରିବେ ବୋଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।