Advertisement
Photo Details/zeeodisha/odisha2482236
photoDetails0hindi

Family Horoscope: ମଙ୍ଗଳବାର ଦିନ ୬ ରାଶିର ପରିବାରରେ ଖେଳିବ ଖୁସିର ଲହରୀ

Family Horoscope 22 October 2024: ୨୨ ଅକ୍ଟୋବର ମଙ୍ଗଳବାର ଦିନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ପାରିବାରିକ ଜୀବନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ ।

1/13

ମେଷ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଅନେକ ସମସ୍ୟାରୁ ମୁକ୍ତି ପାଇବେ । ପରିବାରରେ ଚାଲିଥିବା ମତଭେଦ ଦୂର ହେବ । ଭାଇ ଏବଂ ଭଉଣୀ ଆପଣଙ୍କ କାମରେ ସମ୍ପୂର୍ଣ୍ଣ ସମର୍ଥନ କରିବେ । ନୂଆ ଘର କିମ୍ବା ଯାନ କିଣିବାକୁ ଚାହୁଁଥିଲେ ଦିନଟି ଶୁଭ । ପରିବାରରେ କିଛି ଶୁଭ କାର୍ଯ୍ୟକ୍ରମ ହୋଇପାରେ ।

2/13

ବୃଷ ରାଶି

ଘରେ ଥିବା ଅସୁବିଧାକୁ ଆପଣ ଦୂର କରିବାରେ ସକ୍ଷମ ହେବେ । ଜୀବନସାଥୀଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ଉପହାର ଗ୍ରହଣ କରିପାରନ୍ତି । ଘରକୁ ଦୂର ସମ୍ପର୍କୀୟ ବନ୍ଧୁ ଆସିପାରନ୍ତି ।

3/13

ମିଥୁନ ରାଶି

ପରିବାର ସଦସ୍ୟଙ୍କ କଥାରେ ଆପଣ ଖରାପ ଅନୁଭବ କରିପାରନ୍ତି । ତଥାପି ଆପଣ ସେମାନଙ୍କୁ କିଛି ନକହିବା ଭଲ । ପରିବାରରେ ଥିବା ପ୍ରତିବନ୍ଧକଗୁଡିକ ଦୂର ହେବ ।

4/13

କର୍କଟ ରାଶି

ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରୁଥିଲେ ସାବଧାନତାର ସହ ଗାଡି ଚଳାନ୍ତୁ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଘରକୁ ପ୍ରସ୍ତାବ ଆସିବ । ଘରକୁ ଅତିଥି ମଧ୍ୟ ଆସିପାରନ୍ତି ।

5/13

ସିଂହ ରାଶି

ଘରର ଭଲ ପାଇଁ ଯାହା କିଛି କରୁଛନ୍ତି ଟିକେ ଭାବି ଚିନ୍ତି କରନ୍ତୁ । ଘର କଥା ବାହାରେ ଆଲୋଚନା କରନ୍ତୁ ନାହିଁ । ପାରିବାରିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । ଘରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ ।

6/13

କନ୍ୟା ରାଶି

ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଘର କାର୍ଯ୍ୟ ପାଇଁ ବାହାର ଲୋକଙ୍କ ପରାମର୍ଶ ନିଅନ୍ତୁ ନାହିଁ । ପରିବାରରେ କିନ୍ତି ଆଧ୍ୟାତ୍ମିକ ତଥା ପୂଜା କର୍ମ କରିବାକୁ ନିଷ୍ପତ୍ତି ନେବେ ।

7/13

ତୁଳା ରାଶି

ଘରେ ଯାହା ବି ସମସ୍ୟା ଥିବ ପରିବାର ସଦସ୍ୟମାନେ ଏକାଠି ହୋଉ ସମସ୍ୟାକୁ ସମାଧାନ କରିବେ । କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଘରକୁ ଅତିଥି ଆସିପାରନ୍ତି ।

8/13

ବିଛା ରାଶି

ଆପଣଙ୍କ ପାଇଁ ଉତ୍କଣ୍ଠାରେ ପରିପୂର୍ଣ୍ଣ ଦିନ । ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ଛୋଟ ପିଲାମାନଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଦରକାର ।

9/13

ଧନୁ ରାଶି

ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ଦିନ । ଘରେ ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ଯାହାକୁ ନେଇ ପରିବାର ଲୋକ ମଧ୍ୟ ଚିନ୍ତିତ ହେବେ ।

10/13

ମକର ରାଶି

ପରିବାରରେ ପାରସ୍ପରିକ ସମ୍ମତି ଦୁର୍ବଳ ହେବ । କିଛି କାର୍ଯ୍ୟ ଅଧାରେ ଅଟକିବାର ସମ୍ଭାବନା ରହିଛି । ଘରର ଛାତ୍ରଛାତ୍ରୀମାନେ ମାନସିକ ଭାରରୁ ମୁକ୍ତି ପାଇବେ ।

 

11/13

କୁମ୍ଭ ରାଶି

ଆପଣଙ୍କ ପାଇଁ ଏକ ଖୁସିର ଦିନ । ପିତାମାତାଙ୍କ ଆଶୀର୍ବାଦରୁ ପୁରୁଣା ତଥା ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଦୀର୍ଘ ସମୟ ପରେ ଘରକୁ ପୁରୁଣା ବନ୍ଧୁ ଆସିପାରନ୍ତି ।

12/13

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ସମସ୍ୟା ଆଣିପାରେ । ଆପଣଙ୍କ କଥା ବଦଳାଇବା ଏବଂ ବ୍ୟବହାର କାରଣରୁ ଆପଣଙ୍କୁ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିବାକୁ ପଡିପାରେ । ନିଜର ଭୁଲକୁ ସ୍ୱିକାର କରିବା ଆପଣଙ୍କ ପାଇଁ ଶୁଭ ହେବ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।