Top 10 News: ବାତ୍ୟା 'ଦାନା' କୁ ନେଇ ବଡ଼ ଅପଡେଟ ଓ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର...
Advertisement
Article Detail0/zeeodisha/odisha2482363

Top 10 News: ବାତ୍ୟା 'ଦାନା' କୁ ନେଇ ବଡ଼ ଅପଡେଟ ଓ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର...

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

 

Top 10 News: ବାତ୍ୟା 'ଦାନା' କୁ ନେଇ ବଡ଼ ଅପଡେଟ ଓ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର...

1. Cyclone Dana: ଲୋକସେବା ଭବନ ଠାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ଭାବ୍ୟ ବାତ୍ୟା 'ଦାନା' ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

2.Cyclone Dana: ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ୍ ଙ୍କ ପ୍ରତିକ୍ରିୟା। ବିଭିନ୍ନ ସମୟରେ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ସବୁ ସମୟରେ ସଜାଗ ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଠାରୁ ସଜାଗ ହୋଇ ରହିଛି। ବାତ୍ୟା ଲ୍ୟାଣ୍ଡଫଲ ୨୪କିମ୍ବା ୨୫ତାରିଖରେ ହେବ ବୋଲି ଅନୁମାନ କରାଯାଉଥିବା ବେଳେ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ଆଇଏମଡି ସଠିକ ସୂଚନା ଦେଇନାହିଁ।

3.Cyclone Dana: ପୁରୀରୁ ବାଲେଶ୍ଵର ମଧ୍ୟରେ ବାତ୍ଯା ଲ୍ଯାଣ୍ଡଫଲ କରିବାର ଆଶଙ୍କା ରହିଛି। ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ। ଫିଲ୍ଡ ଅଫିସରମାନଙ୍କୁ ବିଶେଷକରି ପ୍ରସ୍ତୁତ ରଖାଯାଇଛି। ସମସ୍ତ ବିଡ଼ିଓ, ଲାଇନ୍ ଡିପାଟମେଣ୍ଟ ଆଦିଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।ଯେଉଁମାନେ ମାଛ ମାରିବାକୁ ଭିତରକୁ ଯାଇଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଫେରି ଆସିବାକୁ ନିର୍ଦ୍ଦେଶ ରହିଛି। ଫିସରୀ ଅଫିସର ,ମେରାଇନ୍ ଅଫିସରଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ୧୭୯ ଟି ସାଇକ୍ଲୋନିକ ସେଣ୍ଟର୍ କୁ ପ୍ରସ୍ତୁତ ରଖାଯାଇଛି।

4.India China Relations: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଶେଷ ହେଉଥିବା ଜଣାପଡିଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ଆରମ୍ଭ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ଏ ସମ୍ପର୍କରେ ପ୍ରମୁଖ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ, ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ପୂର୍ବ ଲଦାଖରେ ଭାରତ-ଚୀନ୍ ସୀମାରେ ପୁଣି ପାଟ୍ରୋଲିଂ ଆରମ୍ଭ ହୋଇଛି।

5.Population Policy: ଏକ ଜନସଭାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ ରାଜ୍ୟରେ ବଢ଼ୁଥିବା ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସରକାର ନୂଆ ଜନସଂଖ୍ୟା ନୀତି ପରିଚାଳନା କରିବାକୁ ଚିନ୍ତା କରୁଛନ୍ତି। ଏ ଥିରେ ଅଧିକ ଛୁଆ ଜନ୍ମ କରୁଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ଦିଆଯିବ। ଏପରିକି ପଞ୍ଚାୟତିରାଜ ତଥା ସ୍ଥାନୀୟ ଶାସନରେ ନିର୍ବାଚନ ହେବାକୁ ଥିବା ପ୍ରତିନିଧିଙ୍କ ପାଇଁ ଦୁଇରୁ ଅଧିକ ସନ୍ତାନ ବାଧ୍ୟତାମୂଳକ କରାଯିବ।

6.Odisha News: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶାଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ପୁଅ ଓଏଏସ୍ ପାଇଛନ୍ତି। ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ପୁରପଲ୍ଲୀର ପରୀକ୍ଷାର୍ଥୀମାନେ କୃତକାର୍ଯ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ବାଘଶାଳା ଗ୍ରାମର ସିଙ୍ଗିପୁରମ୍ ସଞ୍ଜିବଙ୍କ ସାନ ପୁଅ ସିଙ୍ଗିପୁରମ୍ ହରି 421 ରେଙ୍କ ରଖି କୃତୀତ୍ବ ଅର୍ଜନ କରିଥିବା ବେଳେ ସମଗ୍ର ବ୍ଲକ୍ ପାଇଁ ଗୌରବାନ୍ବିତ କରିଛନ୍ତି। ଏଥି ଯୋଗୁଁ ହରିଙ୍କୁ ନିଜ ଜନ୍ମମାଟିରେ ସମ୍ବର୍ଦ୍ଧନା ଦିଆଯାଇଛି। 

7.Crime News: ସ୍କୁଲ ଯାଉଥିବା ଛାତ୍ରକୁ ବାଟରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ। କୌଶଳ କ୍ରମେ ଅପହରଣ କାରୀଙ୍କ ଠାରୁ ଖସି ଆସିଲେ ଛାତ୍ର। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ପନ୍ଦର ନମ୍ବର ଗଡ଼ା ନିକଟରେ। ପାରାଦୀପ ଗଡ ଲକଥାନା ଅଧିନ ଡିଆ ଗ୍ରାମର ସିଏମ ଆଦିତ୍ୟ ନାଥ ନାମକ ନବମ ଶ୍ରେଣୀର ଛାତ୍ର ଆଜି ସକାଳୁ ସ୍କୁଲ ଆସିବାକୁ ଗାଡିକୁ ଅପେକ୍ଷା କରି ପନ୍ଦର ନମ୍ବର ଗଡ଼ା ପାଖରେ ଅପେକ୍ଷା କରିଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ରେ କିଛି ଦୁର୍ବୁତ୍ତ ଆସି ଆଦିତ୍ୟଙ୍କୁ ଗାଡିରେ ଉଠାଇ ନେଇଥିଲେ। 
 
8.Vigilance Raid: ପୁଣିଥରେ ଭିଜିଲାନ୍ସ ଜାଲରେ ପଡିଲେ ଆଉଜଣେ ପୋଲିସ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଖଣ୍ଡପଡ଼ା ଥାନା SI । ଲାଞ୍ଚ ନେବା କାରଣରୁ ଖଣ୍ଡପଡ଼ା ଥାନା ଏସଆଇ ଏସ୍‌କେ ରେହମାନଙ୍କୁ ଗିରଫ କରାଯାଇଛି । ମଦ ବେପାରୀଠୁ ୩ ହଜାର ଟଙ୍କା ନେବା ସମୟରେ ଧରାପଡ଼ିଛନ୍ତି ।

9.Delhi: ଦିଲ୍ଲୀର ରୋହିଣୀରେ ଘଟିଥିବା ବୋମା ବିସ୍ଫୋରଣର ଏଜେନ୍ସିଗୁଡ଼ିକ ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ, ପାକିସ୍ତାନରୁ ଚାଲୁଥିବା କିଛି ଟେଲିଗ୍ରାମ ଚ୍ୟାନେଲରେ ଦାବି କରାଯାଇଛି ଯେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପଛରେ ଖାଲିସ୍ତାନ ସଦସ୍ୟ ରହିଥିବା ତଦନ୍ତକାରୀ ସଂସ୍ଥା ସୁଚନା ଦେଇଛନ୍ତି। ଏହା ପରେ ପାକିସ୍ତାନର ଅନେକ ଟେଲିଗ୍ରାମ ଚ୍ୟାନେଲରେ ଏହି ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ସମସ୍ତ ଟେଲିଗ୍ରାମ ଚ୍ୟାନେଲ, ଯେଉଁଥିରେ ମୁଖ୍ୟତଃ କାଶ୍ମୀରରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପର TRF ଅପଡେଟ୍ ସେୟାର କରାଯାଇଛି। 

10.ଉତ୍ତରାଖଣ୍ଡର ମଦ୍ରାସା ବୋର୍ଡ ରାଜ୍ୟରେ ୪୦୦ରୁ ଅଧିକ ମଦ୍ରାସାରେ ସଂସ୍କୃତ ଶିକ୍ଷା କରିବାକୁ ଯୋଜନା କରୁଛି। ତେବେ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଏହି ସୂଚନା ଦେଇ ଉତ୍ତରାଖଣ୍ଡ ମଦ୍ରାସା ବୋର୍ଡର ଚେୟାରମ୍ୟାନ୍ ମୁଫତି ଶାମୁନ୍ କାସମି କହିଛନ୍ତି, 'ଆମେ କିଛି ସମୟ ଧରି ଏହି ଯୋଜନାରେ କାର୍ଯ୍ୟ କରୁଛୁ। ଏ ବାବଦରେ ଏକ ପ୍ରସ୍ତାବ ମଧ୍ୟ ଦିଆଯାଉଛି। ଯଦି ରାଜ୍ୟ ସରକାର ଏହା ସହମତ ହୁଅନ୍ତି, ତେବେ ଏହାକୁ କାର୍ଯ୍ୟକାରୀ କରାଯିବ।