8th Pay Commission: ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରାଯାଇଛି। ଏବେ ଏହା ୨୦୨୬ ପୂର୍ବରୁ ଗଠିତ ହେବ। ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଶେଷ ହେବା ପରେ ଏହାର ସୁପାରିଶଗୁଡ଼ିକ କାର୍ଯ୍ୟକାରୀ ହେବ। ବିଶେଷଜ୍ଞଙ୍କ ମତରେ ଯଦି ଏହା ହୁଏ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଏକ ବଡ଼ ବୃଦ୍ଧି ହେବାର ସମ୍ଭାବନା ରହିଛି।
Trending Photos
8th Pay Commission: କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସଂଶୋଧନ ପାଇଁ ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛି। ଆଜି ଜାନୁଆରୀ ୧୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାପ ସୂଚନା ଦେଇଛନ୍ତି। ଅଷ୍ଟମ ବେତନ କମିଶନ ଲାଗୁ ହେବା ସହିତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି କମିଶନ ଗଠନ ସହିତ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଭତ୍ତାରେ ମଧ୍ୟ ସଂଶୋଧନ କରାଯିବ।
ଏହି ଘୋଷଣା ୨୦୨୫ ବଜେଟ୍ ଘୋଷଣାର କିଛି ଦିନ ପୂର୍ବରୁ କରାଯାଇଛି। ଅଶ୍ୱିନୀ ବୈଷ୍ଣବ ନିଶ୍ଚିତ କରିଛନ୍ତି ଯେ କେନ୍ଦ୍ରୀୟ କ୍ୟାବିନେଟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନକୁ ଅନୁମୋଦନ କରିଛି । ଯଦିଓ କମିଶନ କେବେ ଗଠନ ହେବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ତଦାରଖ କରିବା ପାଇଁ ଖୁବ୍ ଶୀଘ୍ର ଜଣେ ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ ଆହୁରି ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି କମିଶନ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନିଆଯାଇଥିଲା।
ଅଷ୍ଟମ ବେତନ କମିଶନର ଅନୁମୋଦନ ପରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ସହିତ ଭାରତୀୟ ଅର୍ଥନୀତି ମଧ୍ୟ ଲାଭବାନ ହେବ। ଏହା ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ଦରମା ୨୫% ରୁ ୩୫% କୁ ବୃଦ୍ଧି ପାଇପାରିବ। ଏହା ସେମାନଙ୍କର ଜୀବନଧାରଣ ମାନରେ ଉନ୍ନତି ଆଣିବ ଏବଂ ଆର୍ଥିକ ସୁରକ୍ଷା ବୃଦ୍ଧି କରିବ। ଏହା ବ୍ୟତୀତ କମିଶନ ମହଙ୍ଗା ଭତ୍ତା (DA), ଘର ଭଡ଼ା ଭତ୍ତା (HRA), ଏବଂ ପରିବହନ ଭତ୍ତା (TA) ଭଳି ବିଭିନ୍ନ ଭତ୍ତାଗୁଡ଼ିକୁ ମଧ୍ୟ ସଂଶୋଧନ କରିପାରିବେ। ଯାହା ଦ୍ଵାରା ସେଗୁଡ଼ିକୁ ମୁଦ୍ରାସ୍ଫୀତି ଏବଂ ବର୍ଦ୍ଧିତ ଜୀବନଯାପନ ମୂଲ୍ୟ ଅନୁସାରେ ସଜାଡ଼ି କରାଯାଇପାରିବ।
ଏହା ସହିତ ଅବସର ପରେ କର୍ମଚାରୀମାନଙ୍କୁ ଭଲ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ପେନସନ ମଧ୍ୟ ବୃଦ୍ଧି କରାଯାଇପାରିବ, ଯେଉଁଥିରେ ୩୦% ବୃଦ୍ଧି ଆକଳନ କରାଯାଉଛି।