ଆପଲ୍ ବ୍ରାଣ୍ଡ୍ ବିଶ୍ୱ ବଜାରରେ iPhone 16e ଲଞ୍ଚ କରିସାରିଛି। ପ୍ରତିଥର ପରି, ଏଥର ମଧ୍ୟ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାରତରେ iPhone 16e କିଣିବା ଶସ୍ତା ହେବ ନା ଅନ୍ୟ ଦେଶରେ? ଆସନ୍ତୁ ସେ ବିଷୟରେ ଜାଣିବା
Trending Photos
iphone 16e price comparison: ଆପଲ୍ ବ୍ରାଣ୍ଡ୍ ବିଶ୍ୱ ବଜାରରେ iPhone 16e ଲଞ୍ଚ କରିସାରିଛି। ପ୍ରତିବର୍ଷ କେଉଁ ଦେଶରେ କେଉଁ ମଡେଲ୍ ଆଇଫୋନର ଦାମ କେତେ ଥାଏ ସେନେଇ ଅନେକ ଗ୍ରାହକ ତୁଳନା କରିଥାନ୍ତି। ପୂର୍ବରୁ ଭାରତରେ ଅନ୍ୟ ଦେଶ ଅପେକ୍ଷା ବିଭିନ୍ନ ଆଇଫୋନର ଦାମ ଅଧିକ ଥିବା ଆପଣ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସୁଲଭ ମୂଲ୍ୟ ଦୃଷ୍ଟିରୁ ଭାରତ ଶୀର୍ଷ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି। ଯଦି ଏହିପରି ଭାବେ ମୂଲ୍ୟ ହ୍ରାସ ପାଇବା ଜାରି ରହେ, ତେବେ ଏହା କହିବା ଭୁଲ ହେବ ନାହିଁ ଯେ, ଲୋକମାନେ ଆଣ୍ଡ୍ରଏଡ୍ ଫୋନ୍ ଛାଡି ଫ୍ଲାଗସିପ୍ ଆଇଫୋନ୍ ଆଡକୁ ମୁହାଁଇବେ। ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ମୂଲ୍ୟ ଭାରତ, ଆମେରିକା, ୟୁକେ, ଜାପାନ ଏବଂ ୟୁଏଇ ପରି ଦେଶରେ କେତେ ରହିଛି ଏବଂ କେଉଁ ଦେଶରେ ଆଇଫୋନ ସବୁଠାରୁ ଶସ୍ତା ମୂଲ୍ୟରେ ଗ୍ରାହକ ପାଇପାରୁଛନ୍ତି ।
ଭାରତରେ, iPhone 16e ର 128GB ଭାରିଆଣ୍ଟର ମୂଲ୍ୟ ରହିଛି 59,900 ଟଙ୍କା । ସେହିପରି ୨୫୬ GB ଭାରିଆଣ୍ଟର ମୂଲ୍ୟ ୬୯,୯୦୦ ଏବଂ ୫୧୨ GB ମଡେଲର ମୂଲ୍ୟ ୮୯,୯୦୦ ଟଙ୍କା ରହିଛି ।
ଆମେରିକାରେ, iPhone 16e (128GB) $599 ରେ ଉପଲବ୍ଧ ହେଉଛି । ଯାହା ପ୍ରାୟ 51,970 ଟଙ୍କା। ଏହାର ଅର୍ଥ ହେଉଛି ଏହା ଭାରତ ଅପେକ୍ଷା ଆମେରିକାରେ ଶସ୍ତା।
UKରେ, iPhone 16e (128GB) £599 ରେ ଉପଲବ୍ଧ । ଭାରତୀୟ ମୁଦ୍ରାରେ ଏହା 65,460 ସହିତ ସମାନ। ଏହା ଭାରତ ତୁଳନାରେ ଅଧିକ ମହଙ୍ଗା।
ଜାପାନରେ, iPhone 16e ର ମୂଲ୍ୟ 99,800 ୟେନ୍, ଯାହା ଭାରତୀୟ ଟଙ୍କାରେ ପ୍ରାୟ 57,599 ଟଙ୍କା। ଏହାର ଅର୍ଥ ଏହା ଯେ, ଭାରତ ତୁଳନାରେ ଟିକିଏ ଶସ୍ତା କିନ୍ତୁ ଆମେରିକା ପରି ଶସ୍ତା ନୁହେଁ।
UAEରେ, iPhone 16e (128GB) AED 2,599 ରେ ଉପଲବ୍ଧ, ଯାହାର ଭାରତୀୟ ମୂଲ୍ୟ ହେଉଚି 61,470 । ଏହା ଭାରତ ତୁଳନାରେ ଟିକିଏ ମହଙ୍ଗା।
ଯଦି ଆମେ ମୂଲ୍ୟ ହିସାବରେ ତୁଳନା କରିବା, ତେବେ ଆମେରିକାରେ ସବୁଠାରୁ ଶସ୍ତାରେ ବିକ୍ରି ହେଉଛି iPhone 16e । ତା'ପରେ ଜାପାନ ଏବଂ ତା'ପରେ ଭାରତର ସ୍ଥାନ ରହିଛି। ଜାପାନ ଏବଂ ଭାରତ ମଧ୍ୟରେ ମୂଲ୍ୟରେ ଅଧିକ ପାର୍ଥକ୍ୟ ନାହିଁ। ୟୁକେ ଏବଂ ୟୁଏଇରେ ଏହା ଭାରତ ଅପେକ୍ଷା ଅଧିକ ମହଙ୍ଗା ରହିଛି ।
ଆପଣଙ୍କୁ କହିରଖୁଛୁ, iPhone 16eରେ ରହିଛି 6.1 ଇଞ୍ଚର OLED ଡିସପ୍ଲେ । ଯେଉଁଥିରେ ଫେସ୍ ଆଇଡି ସେନ୍ସରଗୁଡ଼ିକ ଏକ ଚଉଡା ନଚ୍ ରେ ରଖାଯାଇଛି। ଆପଲ୍ ଏଥିରେ ଆକ୍ସନ୍ ବଟନ୍ ଯୋଡ଼ିଛି, ଯାହା ପୂର୍ବରୁ କେବଳ iPhone 15 Pro ରେ ଥିଲା। ଏହି ବଟନକୁ କ୍ୟାମେରା ଖୋଲିବା, ଡୁ ନଟ୍ ଡିଷ୍ଟର୍ବ ମୋଡ୍ ଚାଲୁ କରିବା କିମ୍ବା ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ପାଇଁ ପ୍ରୋଗ୍ରାମ କରାଯାଇପାରିବ।
ଏହି ଫୋନଟି Appleର ନୂତନ A18 ଚିପସେଟ୍ ସହିତ ସଜ୍ଜିତ ହୋଇଛି । A13 ଚିପ୍ (iPhone 11) ଅପେକ୍ଷା 80% ଦ୍ରୁତ କାର୍ଯ୍ୟଦକ୍ଷତା ଏହା ପ୍ରଦାନ କରିଥାଏ। ଏଥିରେ 6-କୋର CPU, 4-କୋର GPU ଏବଂ 16-କୋର ନ୍ୟୁରାଲ ଇଞ୍ଜିନ୍ ଅଛି ଯାହା AI ପ୍ରକ୍ରିୟାକରଣକୁ ୬ ଗୁଣ ଦ୍ରୁତ କରିପାରିବ। ଜେନମୋଜି, ଲେଖା ଉପକରଣ ଏବଂ ଚାଟଜିପିଟି ଇଣ୍ଟିଗ୍ରେସନ ଭଳି ଏଆଇ-ଆଧାରିତ ବୈଶିଷ୍ଟ୍ୟଗୁଡ଼ିକ ଏହି ନୂତନ ମଡେଲର ଅଂଶ ବିଶେଷ।
iPhone 16e ରେ 2x ଟେଲିଫଟୋ ଜୁମ୍ ସହିତ 48MP ଫ୍ୟୁଜନ୍ ବ୍ୟାକ୍ କ୍ୟାମେରା ଉପଲବ୍ଧ। ଡିଫଲ୍ଟ ଭାବରେ ଏହା 24MP ଗୁଣବତ୍ତାର ଚିତ୍ର ନେଇଥାଏ । କିନ୍ତୁ 48MP ଉଚ୍ଚ-ଗୁଣବତ୍ତାର ଫଟୋ ଉଠାଇବାର ବିକଳ୍ପ ମଧ୍ୟ ଦେଇଥାଏ। କ୍ୟାମେରାରେ ନାଇଟ୍ ମୋଡ୍, HDR ଏବଂ ପୋଟ୍ରେଟ୍ ମୋଡ୍ ଭଳି ବୈଶିଷ୍ଟ୍ୟ ରହିଛି। ସେଲଫି ପାଇଁ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ପ୍ରଦାନ କରାଯାଇଛି ।
ବ୍ୟାଟେରୀ କ୍ଷମତା ବିଷୟରେ କହିବାକୁ ଗଲେ, ଏହି ଫୋନ୍ 26 ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପ୍ଲେବ୍ୟାକ୍ ସପୋର୍ଟ କରେ। ଏଥିରେ ୱାୟାରଲେସ୍ ଚାର୍ଜିଂ ସପୋର୍ଟ ମଧ୍ୟ ଉପଲବ୍ଧ ରହିଛି। ଏହା ବ୍ୟତୀତ, ସାଟେଲାଇଟ୍ ଆଧାରିତ ମେସେଜିଂ ଏବଂ ଜରୁରୀକାଳୀନ SOS ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଏହା ମଧ୍ୟରୁ ସମସ୍ତ ବୈଶିଷ୍ଟ୍ୟଗୁଡ଼ିକ ଭାରତରେ ଉପଲବ୍ଧ ହେବ କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ ।
Also Read- Shani Budh Yuti 2025: ଶନି-ବୁଧଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ମିଳିବ ଧନ !
Also Read- Video: କାର୍ ଭିତରୁ ଏମିତି ଡ୍ରେସରେ ନଜର ଆସିଲେ ଚିକି, ଭିଡିଓ ଭାଇରାଲ୍