Advertisement
Photo Details/zeeodisha/odisha2654271
photoDetails0hindi

March 2025 Grah Gochar: ମାର୍ଚ୍ଚ ମାସରେ ସୂର୍ଯ୍ୟ ଶନିଙ୍କ ସହ ଅନେକ ବଡ଼ ଗ୍ରହ ପ୍ରଭାବ, ୫ ରାଶି ପାଇଁ ଶୁଭ

March 2025 horoscope: ଗ୍ରହଚଳନ ଦୃଷ୍ଟିରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ମାର୍ଚ୍ଚ ମାସଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ କି ପ୍ରକାରର ଫଳାଫଳ ମିଳିବ ଆସନ୍ତୁ ଜାଣିବା

1/6

ମେଷ ରାଶି

ମାର୍ଚ୍ଚ ମାସରେ ଗ୍ରହ ଚଳନରୁ ଆପଣଙ୍କୁ ଶୁଭଫଳ ମିଳିବ । ଆପଣଙ୍କ ପ୍ରଭାବ ଏବଂ ଶକ୍ତି ବୃଦ୍ଧି ପାଇବ। ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆତ୍ମବିଶ୍ୱାସର ନେଇ ସଫଳ ହେବେ । ଆର୍ଥିକ ସ୍ଥିତି ମଧ୍ୟ ବହୁତ ଭଲ ରହିବ। ଚାକିରି ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରୁଥିଲେ ସଫଳତା ପାଇପାରନ୍ତି। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ। ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ସମ୍ଭାବନା ରହିଛି ।

2/6

ମିଥୁନ ରାଶି

ଆପଣଙ୍କ ପାଇଁ ମାର୍ଚ୍ଚ ମାସଟି ଲାଭଦାୟକ ସାବ୍ୟସ୍ତ ହେବ । କିନ୍ତୁ ସଫଳତା ପାଇବା ପାଇଁ ଟିକେ ଅଧିକ ପ୍ରୟାସ କରିବାକୁ ପଡିବ। ବିଦେଶୀ କାର୍ଯ୍ୟ ତଥା ଆମଦାନୀ-ରପ୍ତାନି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସଫଳତା ହାସଲ କରିପାରନ୍ତି । ଚାକିରି କ୍ଷେତ୍ରରେ ଏବଂ ବ୍ୟବସାୟୀମାନେ ଶୁଭଫଳ ପାଇବେ । ମାସଟିରେ ଆପଣ ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିବେ । ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିପାରେ।

3/6

କର୍କଟ ରାଶି

ଆପଣଙ୍କ ପାଇଁ ମାର୍ଚ୍ଚ ମାସଟି କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଆଣିଦେବ । ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମ୍ଭବ ହୋଇପାରିବ । କ୍ୟାରିୟରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବେ। କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରର ସମ୍ଭାବନା ରହିଛି। ମାସର ଦ୍ୱିତୀୟାର୍ଦ୍ଧ ଆପଣଙ୍କ ପାଇଁ ବିଶେଷ ଅନୁକୂଳ ରହିବ। ରୋଜଗାର ପୂର୍ବ ଅପେକ୍ଷା ଦୁଇଗୁଣ ହୋଇପାରେ। ବ୍ୟବସାୟୀମାନେ ଲାଭ ଉପାର୍ଜନ ପାଇଁ ବିଶେଷ ସୁଯୋଗ ପାଇବେ।

4/6

କୁମ୍ଭ ରାଶି

ମାର୍ଚ୍ଚ ମାସ ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ। ବିଶିଷ୍ଟ ଲୋକମାନଙ୍କ ସହ ସମ୍ପର୍କ ବଢିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ଦେଖିବେ। ତଥାପି, ଅଧିକ ଶୁଭଫଳ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ବିଶେଷ କରି ସରକାରୀ କ୍ଷେତ୍ର ସହ ଜଡିତ କାମରେ ଆପଣଙ୍କ ପାଇଁ ସଫଳତାର ସମ୍ଭାବନା ରହିଛି। ବିଭିନ୍ନ ସୁତ୍ରରୁ ଆୟ ପାଇଁ ବାଟ ଫିଟିବ ।

5/6

ମୀନ ରାଶି

ଆପଣଙ୍କ ପାଇଁ ମାର୍ଚ୍ଚ ମାସଟି ଭୌତିକ ସୁବିଧାରେ ଉନ୍ନତି ଆଣିଦେବ । ଅବିବାହିତ ଥିଲେ ବିବାହ ଚୁଡାନ୍ତ ହୋଇପାରେ । ଚାକିରି କ୍ଷେତ୍ରରେ ଏହି ସମୟ ବିଶେଷ ଫଳପ୍ରଦ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଏବଂ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ବିଦେଶରୁ ଲାଭ ମିଳିବାର ସମ୍ଭାବନା ରହିଛି।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।