Matric Exam 2025: ବୋର୍ଡ଼ ଦ୍ବାରା ପରିଚାଳିତ ମାଟ୍ରିକ୍ - ୨୦୨୫ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଯାହା ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଓଡି଼ଆ ମାତୃଭାଷା ବିଷୟରୁ ପରୀକ୍ଷା ଆରମ୍ଭ ହେବ। ରେଗୁଲାର୍ ଓ ଏକ୍ସ ରେଗୁଲାର ଗୋଟିଏ ସିପ୍ଟ ରେ ଏକଜାମ୍ ଦେବେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ସମୟ ରହିଛି। ପରୀକ୍ଷାର୍ଥୀମାନଙ୍କୁ ସକାଳ ୭ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ପଡିବ। କଡା ଯାଂଚ ହେବା ପରେ ପରୀକ୍ଷାର୍ଥୀମାନଙ୍କୁ ଭିତରକୁ ଛଡାଯିବ।
ପରୀକ୍ଷାର୍ଥୀମାନଙ୍କୁ ସାଧାରଣ ଘଣ୍ଟା ନେବାକୁ ଅନୁମତି ଥିବା ବେଳେ ସ୍ମାର୍ଟ ଓ୍ବାଚ ନେବାକୁ ମନା କରାଯାଇଛି। ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ସେପଟେ, ତେବେ ପରୀକ୍ଷାର ସୁପରିଚାଳନା ପାଇଁ ଏଥର ବୋର୍ଡ କର୍ତ୍ତୃପକ୍ଷ ସ୍ୱତନ୍ତ୍ର କମାଣ୍ଡ କଟ୍ରୋଲ ସିଷ୍ଟମ ଆପଣେଇଛନ୍ତି। ବିଶେଷକରି, ୩୧୪ ନୋଡାଲ ସେଣ୍ଟର ଓ ୩୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମ ରହିଛି। ଏଠାରୁ ବିଭାଗୀୟ ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଟିକିନିଖି ଖବର ଦେଖି ଓ ଜାଣପାରିବେ। ପ୍ରତି ପରୀକ୍ଷା କେନ୍ଦ୍ରରେ ୧୦ ଟି ସିସିଟିଭି କ୍ୟାମେରା ଲାଗିଛି । ପ୍ରଶ୍ନପତ୍ରର ଭାଇରାଲ ରୋକିବା ପାଇଁ ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋଡ ଓ ଡାଇନାମିକ କୋଡ ବ୍ୟବସ୍ଥା କରାଯାଇଛି ।