Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମାର୍ଚ୍ଚ ୪ ତାରିଖରେ ସଂନ୍ଧ୍ୟା ୬ଟା ୪୮ ମିନିଟ୍ ସମୟରେ ଶତାବିଷ ନକ୍ଷତ୍ର ଛାଡି ପୂର୍ବଭାଦ୍ରପଦା ନକ୍ଷତ୍ରକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ରାଶି ଚକ୍ରରେ ଥିବା ୧୨ଟି ରାଶିଙ୍କ ଉପରେ ପ୍ରଭାବ ପକାଇବ। କେଉଁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯଦି ଜାତକ ବା ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ରୁହେ, ତେବେ, ବ୍ୟକ୍ତି ଜଣକ ନିଜ ଜୀବନରେ ଅଗ୍ରଗତି କରିବା ସହିତ କ୍ୟାରିୟରେ ଅଭୁତ ପୂର୍ବ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଦେବ କେଉଁ ସବୁ ରାଶିକୁ ମାଲାମାଲ୍ କରିବାକୁ ଯାଉଛନ୍ତି।
ମେଷ: ସୂର୍ଯ୍ୟଙ୍କ ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଏହି ସମୟ ମଧ୍ୟରେ କ୍ୟାରିୟରେ ଅଗ୍ରଗତି କରିବେ। ନୂଆ ଚାକିରି ସୁଯୋଗ ମିଳିବ। ବିଶେଷକରି, ଆଇଟି, ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଯେଉଁମାନେ ପୁଂଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ବିନିଯୋଗ କଲେ ପ୍ରଚୁର ଲାଭ ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ଭଲ ରହିବା ସହିତ ମାନସିକ ଅଶାନ୍ତି ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Weather Update: ଏହିସବୁ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି
ALSO READ: ଫୁଲ ବଗିଚାରେ ନିଜ ଅଜାଙ୍କ ସହ ଏମିତି କିଛି ହରକତ୍ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା ଭିଡିଓ
ସିଂହ: ଏ-ହି ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟଦେବ। ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷ କରି କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କୌଣସି ଭଲ ସଂସ୍ଥାରୁ ଚାକିରି ଅଫର ମିଳିବା ନେଇ ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏ-ହି ସମୟରେ ବିଦେଶରେ ବାଣିଜ୍ୟ-ବ୍ୟବସା ଆରମ୍ଭ କରିବାକୁ ଯୋଜନା କରିଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବା ସହିତ ପ୍ରେମ ସମ୍ପର୍କ ଆହୁରି ମଜବୁତ୍ ହବେ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ।
ଧନୁ: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଛନ୍ତି। ସେମାନଙ୍କ ଆଶା ପୂରଣ ହେବେ। ଷ୍ଟକ୍ ମାର୍କେଟ୍ ଓ ରିୟଲି-ଇ-ଷ୍ଟେଟ୍ ବ୍ୟବସାୟରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ମୋଟା ଅଙ୍କର ଟଙ୍କା ରୋଜଗାର କରିବା ପାଇଁ ସମୟ ଖାସ୍ ରହିବ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ପରିବାର ସହ ଦୂରଯାତ୍ରା କରିବା ସହିତ ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।
ମକର: ସୂର୍ଯ୍ୟଙ୍କ କୃପାରୁ ଉଦୟ ହେବ ଏହି ରାଶିର ଭାଗ୍ୟ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ବ୍ୟବସାୟିକ ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏ-ଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ସ୍ବାସ୍ଥ୍ୟ ଭଲ ରହିବ।
ମୀନ: ସୂର୍ଯ୍ୟଙ୍କ କୃପାରୁ ସୁନା ପରି ଝଲସିବ ଏହି ରାଶିର ଭାଗ୍ୟ। ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯଦି ଆପଣ କୌଣସି ସମ୍ପର୍କରେ ଅଛନ୍ତି ତେବେ, ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଯେଉଁମାନେ ଅବିବାହିତ ଅଛନ୍ତି। ସେମାନଙ୍କୁ ନୂଆ ଜୀବନସାଥୀ ମିଳିବ। ଶିକ୍ଷା, ଗବେଷଣା ଓ ଡାକ୍ତରୀ କ୍ଷେତ୍ରରେ କାର୍ଯ୍ୟରତ ଲୋକେ କର୍ମକ୍ଷେତ୍ରରୁ ସମ୍ମାନୀତ ହେବେ। ବ୍ୟବସାୟୀମାନେ ଲାଭବାନ୍ ହେବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରା ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़