Top 10 News Headlines: ଭାରତରେ ବଢୁଛି HMPV ଭୂତାଣୁ ରୋଗୀଙ୍କ ସଂଖ୍ୟା ସହ ଅନ୍ୟାନ୍ୟ ବଡ଼ ଖବର
Advertisement
Article Detail0/zeeodisha/odisha2590103

Top 10 News Headlines: ଭାରତରେ ବଢୁଛି HMPV ଭୂତାଣୁ ରୋଗୀଙ୍କ ସଂଖ୍ୟା ସହ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ଭାରତରେ ବଢୁଛି HMPV ଭୂତାଣୁ ରୋଗୀଙ୍କ ସଂଖ୍ୟା ସହ ଅନ୍ୟାନ୍ୟ ବଡ଼ ଖବର

HMPV Virus: ଚିନ୍ତା ବଢାଇଲାଣି HMPV। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଅହମ୍ମଦାବାଦରୁ ମାମଲା ସାମ୍ନାକୁ ଆସିଛି । ଅହମ୍ମଦାବାଦର ଚାନ୍ଦକେଡା ଅଞ୍ଚଳରେ ଜଣେ୨ ମାସର ଶିଶୁ ଏହି ଭାଇରାସରେ ଆକ୍ରନ୍ତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ନବଜାତକଙ୍କୁ ଏହି ଭାଇରସ ଆକ୍ରାନ୍ତ କରୁଥିବାକୁ ବର୍ତ୍ତମାନ ଚିନ୍ତା ବୃଦ୍ଧି ପାଇଛି ।

Odisha BJD Protest: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି। ରାଜଧାନୀରେ ହଜାର ହଜାର ବିଜେଡି କର୍ମୀଙ୍କ ମେଳରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ  ମୋହନ ଚରଣ ମାଝୀଙ୍କ ସରକାରକୁ ମହଙ୍ଗା ମାଡ଼ ସରକାର ବୋଲି କହି କଟାକ୍ଷ କରିଛନ୍ତି। 

Sambalpur BJP Neta Death:ବିଜେପି ନେତାଙ୍କୁ ହାଇଓ୍ବା ଚଢାଇ ନିର୍ମମ ହତ୍ୟା ଘଟଣାର ଚାଲିଛି ଖୋଳତାଡ଼। କାହିଁକି ହତ୍ୟା କଲା ହାଇୱା ଡ୍ରାଇଭର ସେନେଇ ତଦନ୍ତ କରୁଛି ପୋଲିସ। ହାଇୱା ସଂସ୍ଥାର କର୍ମଚାରୀଙ୍କୁ ଡାକି ପଚରାଉଚରା କରୁଛି ପୋଲିସ । କେବଳ ହତ୍ୟାକାଣ୍ଡ ଘଟାଇଥିବା ହାଇୱା ଡ୍ରାଇଭରକୁ ପୋଲିସ ଗିରଫ କରିଛି । ଏହାରି ଭିତରେ ବଡ଼ ବୟାନ ରଖିଛନ୍ତି ସମ୍ବଲପୁର ଏସ୍‌ପି । 

Odisha Weather Report: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରୁଛି ଜାଡ଼ । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ । ଏପଟେ ଟ୍ବିନ ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର ହୋଇପଡିଛି । ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

Odisha Government: ଆରମ୍ଭ ହୋଇଛି ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ। ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଚେକ ପ୍ରଦାନ କରିଛନ୍ତି। ତା’ସହିତ ସହିଦ ମାଧୋ ସିଂଙ୍କ ଅଣନାତି ଲୋକେଶ୍ୱର ସିଂ ବରିହାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Avian Flu Alert: ଚିଡ଼ିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଜ୍ୱର ହୋଇପାରେ। ପୁଣି ଏ ଜ୍ୱର ତାଙ୍କ ଜୀବନ ବି ନେଇପାରେ। ନାଗପୁର ଚିଡ଼ିଆଖାନାରେ ତିନି ବାଘଙ୍କ ମୃତ୍ୟୁ ପରେ ଏନେଇ ସତର୍କତା ଚେତାବନରୀ ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ।  ସାରା ଦେଶରେ ଏହି ମୃତ୍ୟୁକୁ ଆଖିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଏହି ଚେତାବନୀରେ କୁହାଯାଇଛି। ଡିସେମ୍ବର ୩୦ ତାରିଖରେ ଏହି ତିନିଜଣ ବାଘଙ୍କ ମୃତ୍ୟୁ ପରେ ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କ କଫ ଓ ସିଙ୍ଘାଣି ନମୁନା ପରୀକ୍ଷଣ କରାଯାଇଥିଲା। ଆଇସିଏଆର୍‍ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜାତୀୟ ପ୍ରାଣୀ ରୋଗ ପ୍ରତିଷ୍ଠାନରେ ଏହାକୁ ପରୀକ୍ଷା କରାଯାଇଥିଲା।

Journalist Death Update: ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲା । ହାଇଦ୍ରାବାଦରୁ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ୨୦୦ ସିସି ଟିଭି ଏବଂ ୩୦୦ ମୋବାଇଲ ନମ୍ବର ଟ୍ରାକିଂ କରିବା ପରେ ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି । ସାମ୍ବାଦିକ ଙ୍କ ଶବ ବ୍ୟବଚ୍ଛେଦ ପରେ ବଡ ତଥ୍ୟ ସାମ୍ନାକୁ ଆସିଛି। ମୁକେଶଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି ।  ତାଙ୍କ ଶରୀରରେ ୫ଟି ଫ୍ରାକ୍ଚର ରହିଛି ।

Prashant Kishor Update: ପ୍ରଶାନ୍ତ କିଶୋରଙ୍କୁ ମିଳିଲା ଜାମିନ। ସକାଳ ୪ଟାରେ ପାଟନାର ଗାନ୍ଧୀ ମଇଦାନରୁ ଉଠାଇନେଇଥିଲା ପୋଲିସ୍‌।   ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ  ଅଟକ ରଖିଥିଲା। ଏବେ ତାଙ୍କୁ ଜାମିନ ମିଳିଛି। 

Canada Politics: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।  ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି। ପ୍ରାୟ ଦେଢ଼ ମାସ ହେବ ନିଜ ଦଳର ନେତାମାନେ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ଏହାକୁ ନେଇ ଟ୍ରୁଡୋ  ଅତ୍ୟନ୍ତ ଚାପରେ ଥିବାବେଳେ ନିକଟରେ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Neeraj Chopra On Dope Test:ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଡୋପିଂକୁ ନେଇ ଏକ ଚକିତ କରିବା ଭଳି ବୟାନ ସାମ୍ନାକୁ ଆସିଛି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ଚୋପ୍ରା କହିଛନ୍ତି କି “ଅବଶ୍ୟ ଆଜିକାଲି ଭାରତରେ ଆମର ଆଥଲେଟମାନଙ୍କ ମଧ୍ୟରେ ଡୋପିଂ ଏକ ବଡ଼ ସମସ୍ୟା। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମନରେ ଥରେ ଡୋପିଂ ପ୍ରସଙ୍ଗ ବସା ବାନ୍ଧିରେ ତାହା ସହଜରେ ବାହାରି ନଥାଏ। ଭବିଷ୍ୟତରେ ଖେଳାଳିଙ୍କ ପ୍ରଦର୍ଶନକୁ ଏହା ପ୍ରଭାବିତ କରିଥାଏ। ସେମାନେ ସେହି ସ୍ତରରେ ଖେଳିପାରି ନଥାନ୍ତି।  ସେମାନେ ଭାବନ୍ତି ଯେ କେବଳ ଡୋପିଂ ଦ୍ୱାରା ସେମାନେ କାର୍ଯ୍ୟଦକ୍ଷତା ପାଇପାରିବେ, କିନ୍ତୁ ଏହା ସତ୍ୟ ନୁହେଁ।