Top 10 News Headlines: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 5 January 2025: H1. Odisha CM Inaugurates Adivasi Mela: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ ୫ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି ।
H2. Two BJP Leaders Killed: ସମ୍ବଲପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ବୁର୍ଲା ପୋଲିସ ଷ୍ଟେସନ ପରିସରରେ ଜାତୀୟ ରାଜପଥ-୫୩ ରେ ଶନିବାର ଦିନ ରାତି ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ କାର ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କାରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଏବଂ ପୂର୍ବତନ ସରପଞ୍ଚ ମୁରଲିଧର ଖୁରିଆଙ୍କ ମୃତ୍ୟୁ ଘଟିଛି।
H3. DGP YB Khurania Reviews Security Arrangements: ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ୨୦୨୫ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
H4. CM Majhi Orders Election & Audit of Pani Panchayats: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
H5. Drone over Jagannath temple: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ଉଠିଛି। ଆଜି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଛି । ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ଥିବାବେଳେ ପୂର୍ବରୁ ମଧ୍ୟ ଏହା ବାରମ୍ବାର ଦେଖାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟିକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।
H6. 4 maoists killed in chhattisgarh: ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ୪ ଜିଲ୍ଲାର ଡିଆରଜି ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି। ମାଓବାଦୀ ଗୁଳିରେ ଜଣେ ହେଡ କନେଷ୍ଟବଳ ସହିଦ ହୋଇଛନ୍ତି। ଏକେ-୪୭ ଓ SLR ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।
H7. STF Begins Probe into Jewellery Shop Robbery: ଯାଜପୁର ପାଣିକୋଇଲି ଲୁଟ୍ ଏବଂ ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ନିଜର ତଦନ୍ତ ଆରମ୍ଭ ହୋଇଛି। ଏହି କ୍ରମରେ ଲୁଟ୍ ହୋଇଥିବା ସୁନା ଦୋକାନରେ ପହଞ୍ଚି ଏସଟିଏଫ ଟିମ୍ ଯାଞ୍ଚ କରିଛି। ଯାଞ୍ଚ ସମୟରେ ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ୨ଜଣ ଆଇଆଇସି, ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତ ଥିଲେ। କହିରଖୁଛୁ ଯେ ଶନିବାର ଦିନ ଜୁଏଲାରୀ ଦୋକାନ ଲୁଟ୍ ଉଦ୍ୟମ ସମୟରେ ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
H8. OYO Room Rules: ଓୟୋ ରୁମ୍ କପଲ୍ ମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଏବଂ ଏହାର ପରିଚୟ ମଧ୍ୟ ଏହାକୁ ନେଇ ଥିଲା । ଅବିବାହିତ ଦମ୍ପତିମାନେ ମଧ୍ୟ ଏଥିରେ ରୁମ୍ ବୁକ୍ କରିବାକୁ ପସନ୍ଦ କରୁଥିଲେ। କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ଚେକ୍ ଇନ୍ ନିୟମରେ ଏକ ବଡ ପରିବର୍ତ୍ତନ କରିଛି। ଯାହା ଅନୁଯାୟୀ ଓୟୋଙ୍କ ପାର୍ଟନର ହୋଟେଲରେ ଅବିବାହିତ ଦମ୍ପତିଙ୍କୁ ଆଉ ରୁମ୍ ଦିଆଯିବ ନାହିଁ। ବର୍ତ୍ତମାନ କମ୍ପାନୀ ଏହି ନିୟମ ମେରଠ ସହରରୁ ଆରମ୍ଭ କରିଛି।
H9. Coast Guard ALH Dhruv crashed: ଗୁଜୁରାଟର ପୋରବନ୍ଦର କୋଷ୍ଟଗାର୍ଡ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁଜୁରାଟର ପୋରବନ୍ଦରରେ ନିତ୍ୟ ବ୍ୟବହାର୍ଯ୍ୟ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।
H10. Australia won border gavaskar trophy: ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜକୁ ୩-୧ ରେ କବଜା କରିନେଇଛି। ଏହା ସହିତ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ରେସରୁ ବାଦ ପଡିଛି। ସିଡନୀ ଟେଷ୍ଟ ଜିତିବା ସହିତ ଅଷ୍ଟ୍ରେଲିଆ WTC ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି।