Top 10 News Headlines: ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2591537

Top 10 News Headlines: ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଓ ଅନ୍ୟାନ୍ୟ ଖବର

Delhi Assembly Election Date: ନିର୍ବାଚନ ଆୟୋଗ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀର ୭୦ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଥର ମଧ୍ୟ ଆମ୍ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଦିଲ୍ଲୀରେ ଏକ ତ୍ରିମୁଖି ପ୍ରତିଯୋଗିତା ଦେଖିବାକୁ ମିଳିବ। ଘୋଷଣା ହୋଇଥିବା ତାରିଖ ଅନୁଯାୟୀ ୫ ଫେବୃଆରୀରେ ଦିଲ୍ଲୀବାସୀ ଭୋଟ ପ୍ରଦାନ କରିବେ। ୮ ତାରିଖରେ ଦିଲ୍ଲୀରେ ନିର୍ବାଚନ ଫଳାଫଳ ଘୋଷଣା ହେବ। ସେହିପରି ନିର୍ବାଚନ ପାଇଁ ଆଶାୟୀମାନେ ୧୦ ଜାନୁଆରୀରୁ ୧୭ ଜାନୁଆରୀ ମଧ୍ୟରେ ସେମାନଙ୍କର ନାମାଙ୍କନ ଭରିବେ। ଚଳିତ ମାସ ୨୦ ତାରିଖରେ ଆଶାୟୀମାନେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ।

Earthquake Tremors: ମଙ୍ଗଳବାର ସକାଳେ ଦେଶର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରପ୍ରଦେଶ, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଭୂକମ୍ପ ଅନୁଭବ କରିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମା ନିକଟରେ ତିବ୍ଦତରେ ବୋଲି କୁହାଯାଉଛି। ଯେଉଁଠାରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଥିବା ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ଜାନୁଆରୀ ୭ ମଙ୍ଗଳବାର ସକାଳ ପ୍ରାୟ ସାଢେ ୬ଟା ସମୟରେ  ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ତିବ୍ଦତର ଶିଜେଙ୍ଗ ଅଞ୍ଚଳ ରହିଥିଲା। ଭୂକମ୍ପର ପ୍ରଭାବ ସମ୍ପର୍କରେ ନ୍ୟୁଜ୍ ଏଜେନ୍ସି ANI କିଛି ଭିଡିଓ ଫୁଟେଜ୍ ପ୍ରକାଶ କରିଛି। ଏହି ଅନୁଯାୟୀ, ବିହାରର ଶୋହରରେ ଭୂକମ୍ପ ଅନୁଭୂତ ହୋଇଥିଲା। 

BJP Leader Murder CCTV Video: ସମ୍ବଲପୁରରେ ବିଜେପି ନେତାଙ୍କୁ ହାଇୱା ଦଳି ହତ୍ୟା ଘଟଣା ।  ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣା ପରର ସାଂଘାତିକ ସତ । ବିଜେପି ନେତାଙ୍କୁ ହାଇୱା ବାରମ୍ବାର ଧକ୍କା ଦେବା ପରେ ନିଜେ ଡ୍ରାଇଭର ପ୍ରସନ୍ନ ହାଇୱାରୁ ଓହ୍ଲାଇ ଆସିଥିଲା । ବିଜେପି ନେତାଙ୍କ ମୃତ୍ୟୁ ହୋଇଛି କି ନାହିଁ ଚେକ୍ କରିଥିଲା । ଆଉ ଏସବୁ କଥା ସିସିଟିଭିରେ କଏଦ ହୋଇଛି।

Odisha Health Minister Reaction: ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ  ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାର  ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି। 

HMPV Virus Update: ଭାରତରେ ମାଡିଚାଲିଛି ଚୀନ ଭାଇରସ HMPV । ବଢୁଛି ସଂକ୍ରମଣ । ଦେଶରେ ଆଉ ଦୁଇ ଜଣ HMPV ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ HMPV ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି ।

S Jaishankar At Konark:କୋଣାର୍କ ଇକୋ ରିଟ୍ରିଟ୍ରରେ ରାତ୍ରିଯାପନ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଆଜି ସକାଳେ କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି। ସେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଗସ୍ତ ହେତୁ କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। 

Rain Damage Compensation: ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କୁ  ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି। ପାଞ୍ଚ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ।

Pravasi Bharatiy Diwas: ଆସନ୍ତାକାଲିଠାରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେଉଥିବାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନେ ପହଞ୍ଚିବା ଆରମ୍ଭ କଲେଣି। ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। 

Vigilance Raid: ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା । ଅଭିଯୁକ୍ତ ଅନିଲ ମହାନ୍ତି ଏବଂ ହଂସିତାଙ୍କ କମ୍ପାନୀ ଉପରେ ଆୟକର ବିଭାଗର ରେଡ୍ । ଏକାସାଙ୍ଗେ ୧୦ଟି ସ୍ଥାନରେ ରେଡ୍‌ କରିବା ସହ ବିଭିନ୍ନ କାଜଗପତ୍ର ଏବଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରୁଛି ଆୟକର ଟିମ୍‌ । ଠକେଇ ଅଭିଯୋଗରେ ଅନିଲ ଓ ହଂସିତା ଗିରଫ ଖବର ଅନୁଯାୟୀ, ମଙ୍ଗଳବାର ଦିନ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ ଚଢାଉ ହୋଇଛି । 

Salman Khan News: ବଢ଼ିଲା ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା। ନୂଆ ବର୍ଷ ଆରମ୍ଭରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଯାଇଛି। ବର୍ତ୍ତମାନ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ବାଲକୋନୀରେ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ଲଗାଯାଇଛି ।ସଲମାନ ଖାନଙ୍କ ଘରର ବାଲକୋନୀରେ ଏକ ବୁଲେଟ୍ ପ୍ରୁଫ୍ କାଚର କାନ୍ଥ ନିର୍ମାଣ କରାଯାଇଛି । 

Also Read:  Hair Growth In Winter: ଶୀତଦିନେ କେଶ ଝଡୁଥିଲେ ଖାଆନ୍ତୁ ଏହିସବୁ ଫଳ ଓ ପନିପରିବା, ରହିବ ମଜଭୁତ