Ketu Gochar 2025: ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଏକ ମାୟାବି ଗ୍ରହ ବୋଲି ବିବେଚନା କରାଯାଏ । ସାଧାରଣତଃ ଅଧିକାଂଶ ଲୋକ କେତୁର ପ୍ରଭାବକୁ ନକାରାତ୍ମକ ବୋଲି ବିବେଚନା କରନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଉଭୟ ଶୁଭ ଓ ଅଶୁଭ ଫଳ ଦେଇଥାଏ। ବିଶେଷ କରି କେତୁ କୌଣସି ରାଶିରେ ପରିକ୍ରମା କଲେ ବିଭିନ୍ନ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ଭିନ୍ନ ଭିନ୍ନ ହୋଇଥାଏ। ୧୮ ମେ ୨୦୨୫ରେ କେତୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ସମୟରେ କେତୁ କନ୍ୟା ରାଶିରେ ଅଛନ୍ତି। ମେ' ୧୮ ରେ କେତୁ ସିଂହ ରାଶିରେ ପ୍ରବେଶ କରିବେ। ମେ' ୧୮ ତାରିଖ ଅପରାହ୍ନ ସାଢ଼େ ୪ଟାରେ କେତୁ ସିଂହ ରାଶିରେ ଅବତରଣ କରିବେ।
ସିଂହ ରାଶିରେ କେତୁଙ୍କ ଚଳନ ମିଥୁନ ରାଶି ସମେତ ୪ଟି ରାଶି ପାଇଁ ଶୁଭ ରହିବାକୁ ଯାଉଛି। କେତୁର ପ୍ରଭାବ ଏହି ୪ ଟି ରାଶି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ଏବଂ ଏହି ରାଶିର ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ । ଆସନ୍ତୁ ଜାଣିବା କେତୁ ଚଳନରେ କେଉଁ ୪ ଟି ରାଶି ଭାଗ୍ୟଶାଳୀ ହେବେ ।
Also Read: Guru Margi 2025: ରାଶିରେ ସିଧା ଚଳନ କରିବେ ଦେବଗୁରୁ ବୃହସ୍ପତି, ଏହି ୪ରାଶି ପାଇବେ ସବୁକ୍ଷେତ୍ରରେ ସଫଳତା
Also Read: Surya Gochar 2025: ମକର ସଂକ୍ରାନ୍ତିରୁ ପୁଷ୍ୟନକ୍ଷତ୍ରରେ ଦୁର୍ଲଭ ସଂଯୋଗ, ୫ରାଶିର ଫିଟିବ ଭାଗ୍ୟ
ମେ ୨୦୨୫ ବର୍ଷ ମିଥୁନ ରାଶି ପାଇଁ ଖୁସି ଖବର ନେଇ ଆସୁଛି । ତୃତୀୟ ଗୃହରେ କେତୁଙ୍କ ଚଳନ ଏହିରାଶି ପାଇଁ ଲାଭଦାୟକ ହେବ। ଧନ ରୋଜଗାରର ନୂଆ ବାଟ ଖୋଲିବ। ଆତ୍ମବିଶ୍ୱାସରେ ଭରପୂର ରହିବେ। ଏହିରାଶି ନିଜ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଭାଇ ଭଉଣୀଙ୍କ ଠାରୁ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା କରିବାର ସାହସ ପାଇବେ । ଏଥିସହିତ ଧନ ରୋଜଗାର ପାଇଁ ଅନେକ ନୂଆ ସୁଯୋଗ ମିଳିବ। ରୋଜଗାରର ଉତ୍ସ ବୃଦ୍ଧି ପାଇବ। ଚାକିରିରେ ନୂଆ ଅଫର ମିଳିପାରେ।
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଦଶମ ଗୃହରେ କେତୁଙ୍କ ଚଳନ ଆର୍ଥିକ ଓ ଧନ ସମ୍ବନ୍ଧୀୟ ଶୁଭ ଫଳ ପ୍ରଦାନ କରିବ। କଠିନ ପରିଶ୍ରମ ଦ୍ୱାରା କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଲାଭ ଓ ସହଯୋଗ ମିଳିବ। ବିଶେଷ କରି ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ବିଦେଶ ଭ୍ରମଣର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଆପଣଙ୍କ ର ଖ୍ୟାତି ବୃଦ୍ଧି ପାଇବ ଏବଂ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ । ବିଛା ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଏହାଦ୍ଵାରା ଆପଣ ନିଜ ପ୍ରିୟଜନଙ୍କ ସହ ଭଲ ସମୟ ବିତାଇପାରିବେ ।
ବିଶେଷ କରି ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ଚାକିରି ସୁବିଧା ଆଣୁଛି। ଏହି ସମୟ ରେ ଏହି ରାଶିଙ୍କର କ୍ୟାରିୟରରେ ଅଗ୍ରଗତି କରିବାର ସମୟ ଅଟେ । ଆର୍ଥିକ ସମସ୍ୟାର ସମାଧାନ ହେବ ଓ ସ୍ୱାସ୍ଥ୍ୟ ଭଲ ରହିବ। ବରିଷ୍ଠଙ୍କ ଠାରୁ ପ୍ରଶଂସା ଓ ଆର୍ଥିକ ସହାୟତା ପାଇବେ। ଏହି ସମୟରେ ଆପଣ ନିଜ ପିତାଙ୍କଠାରୁ ଆର୍ଥିକ ସହାୟତା ମଧ୍ୟ ଆଶା କରିପାରନ୍ତି । ବେରୋଜଗାରଙ୍କୁ ଚାକିରି ମିଳିପାରେ ଏବଂ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ । ମୋଟାମୋଟି ଭାବେ ଧନୁ ରାଶି ପାଇଁ ଏହି ସମୟ ସକାରାତ୍ମକ ଓ ପ୍ରଗତିଶୀଳ ରହିବ।
ସିଂହ ରାଶିରେ କେତୁଙ୍କ ଚଳନ ମୀନ ରାଶିର ବ୍ୟକ୍ତିଙ୍କ ଆର୍ଥିକ ଜୀବନ ରେ ମଧ୍ୟ ସକାରାତ୍ମକ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଆର୍ଥିକ ଲାଭ ହେତୁ ଅନେକ ଅଧୁରା କାମ ପୂରା ହେବ। ଏଥିସହ ମୀନ ରାଶିର ବ୍ୟକ୍ତିଙ୍କ ସାହସ ଓ ବୀରତ୍ୱ ବୃଦ୍ଧି ପାଇବ। ଏହା ଦ୍ଵାରା ଆପଣ ଆପଣଙ୍କ ଜୀବନସାଥୀ କିମ୍ବା ପରିବାର ସହିତ ଭଲ ସମୟ ବିତାଇପାରିବେ । ଆପଣ ମଧ୍ୟ ସଞ୍ଚୟ କରିବାରେ ସକ୍ଷମ ହେବେ ଏବଂ ସକାରାତ୍ମକ ଫଳ ପାଇବେ, ଅର୍ଥାତ୍ ଆପଣଙ୍କ କାମ ଆପଣଙ୍କ ଅନୁଯାୟୀ ସମ୍ପନ୍ନ ହେବ ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
ट्रेन्डिंग फोटोज़