Cracked Heel Remedies: ଶୀତ ଦିନେ ଅନେକ ଲୋକଙ୍କ ଗୋଇଠି ଫାଟିବା ଏକ ସାଧାରଣ କଥା । ଆଜି ଆପଣଙ୍କୁ କହିବୁ କିପରି ସହଜରେ ଗୋଇଠିର ଯତ୍ନ ନେଇପାରିବେ ।
ଗୋଇଠି ଫାଟିବାର ଅନେକ କାରଣ ରହିଛି । ଉଦାହରଣ ସ୍ୱରୂପ, ଶୀତଦିନେ ଲୋକମାନେ କମ୍ ପାଣି ପିଇଥା’ନ୍ତି, ଯେଉଁଥିପାଇଁ ଶରୀରରେ ଆର୍ଦ୍ରତାର ଅଭାବ ରହିଥାଏ ତେଣୁ ଚର୍ମ ଶୁଷ୍କ ହୋଇଯାଏ । ଶୀତଦିନେ ଅଧିକାଂଶ ଲୋକ ଥଣ୍ଡା ପାଣିରେ ଗାଧୋଇଥାନ୍ତି, ଯାହା ଚର୍ମକୁ ଅଧିକ ଶୁଷ୍କ କରିଥାଏ । ଶୀତଦିନେ କିଛି ଲୋକ ରୁଗ୍ ଜୋତା ପିନ୍ଧନ୍ତି, ତେଣୁ ତାହାର ଚାପର ପ୍ରଭାବ ପାଦ ଚର୍ମ ଉପରେ ପଡିଥାଏ । ଫଳରେ ଫାଟ ସୃଷ୍ଟି ହେବାର ସମ୍ଭାବନା ବଢିଥାଏ । ଯଦି ଆପଣ ନିୟମିତ ମଶ୍ଚରାଇଜର ବ୍ୟବହାର ନକରନ୍ତି, ତେବେ ଗୋଇଠିରେ ଫାଟ ସୃଷ୍ଟି ହୋଇପାରେ ।
ଶୀତଦିନେ ଆମ ପାଦ ବିଶେଷ ଯତ୍ନ ଆବଶ୍ୟକ କରିଥାଏ । ଯଦି ଆପଣଙ୍କର ଗୋଇଠି ଫାଟି ଯାଇଛି, ତେବେ ଜାଣନ୍ତୁ ସେଥିରୁ ଆଶ୍ୱସ୍ତି ଲାଭ କରିବାର ଉପାୟ ।
ଆର୍ଦ୍ରତା
ପାଦ ଧୋଇବା ପରେ ଭଲ ଭାବରେ ମଶ୍ଚରାଇଜର ଲଗାନ୍ତୁ । ଏହା ମନେରଖନ୍ତୁ ଯେ, ଆପଣଙ୍କ ମଶ୍ଚରାଇଜରରେ ଗ୍ଲାଇରିନ୍ ରହିବା ଉଚିତ । ଏହା ଚର୍ମକୁ ଆର୍ଦ୍ରତା ଯୋଗାଇବା ସହ ଫାଟିବାକୁ ରୋକିଥାଏ । ଶୋଇବା ପୂର୍ବରୁ ପାଦରେ ନଡିଆ କିମ୍ୱା ସୋରିଷ ତେଲରେ ମାଲିସ୍ କରନ୍ତୁ । (ଯେପରି ନଡିଆ ତେଲ କିମ୍ବା ଅଲିଭ୍ ତେଲ) ଏବଂ ତା’ପରେ ଚୋପା ପିନ୍ଧନ୍ତୁ | ଏହା ତ୍ୱଚାକୁ ଆର୍ଦ୍ରତା ରଖେ ଏବଂ ଫାଟିବାକୁ ରୋକିଥାଏ |
ଆରାମଦାୟକ ଜୋତା ପିନ୍ଧନ୍ତୁ
ଶୀତଦିନେ ଆପଣ ନିଜ ପାଦକୁ ସୁରକ୍ଷା ଦେବା ପାଇଁ ଆରାମଦାୟକ ଜୋତା ଏବଂ ଚପଲ ପିନ୍ଧନ୍ତୁ । ଅତ୍ୟଧିକ ଟାଣ ଜୋତା ପିନ୍ଧନ୍ତୁ ନାହିଁ ।
ପାଦ ସଫା କରନ୍ତୁ
ଶୀତଦିନେ ମଧ୍ୟ ନିୟମିତ ଭାବେ ପାଦ ଧୋଇବା ଆବଶ୍ୟକ । ଅଧିକ ଗରମ କିମ୍ୱା ଥଣ୍ଡା ପାଣିରେ ପାଦ ନଧୋଇ ସାମାନ୍ୟ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ । ଯେତେବେଳେ ବି ଆପଣ ବାହାରୁ ଘରକୁ ଆସୁଛନ୍ତି ସେତେବେଳେ ପ୍ରଥମେ ପାଦ ଧୋଇବା ଆବଶ୍ୟକ । ପାଦ ଧୋଇବା ପରେ ସଫା କପଡାରେ ପାଦକୁ ଭଲ ଭାବରେ ପୋଛି ଦିଅନ୍ତୁ ।
ସ୍କ୍ରବ୍ ପ୍ରୟୋଗ କରନ୍ତୁ
ପାଦରୁ ଡେଡ୍ ସ୍କିନ୍ ବାହାର କରିବା ପାଇଁ ସପ୍ତାହରେ ଥରେ ସ୍କ୍ରବ୍ କିମ୍ବା ପୁମିସ୍ ଷ୍ଟୋନ୍ ବ୍ୟବହାର କରନ୍ତୁ । ଏହା ପାଦର ଚର୍ମକୁ ସଫା ରଖିବ ।
ତାପମାତ୍ରାକୁ ନିୟନ୍ତ୍ରଣରେ ରଖନ୍ତୁ
ଶୀତଦିନେ ଆପଣଙ୍କ ରୁମର ତାପମାତ୍ରା ହ୍ରାସ ପାଇପାରେ । କୋଠରୀରେ ଆର୍ଦ୍ରତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାହାଫଳରେ ଆପଣଙ୍କ ଚର୍ମ ଆର୍ଦ୍ର ରହିବ ।
ସଠିକ୍ ଖାଦ୍ୟ ଗ୍ରହଣ କରନ୍ତୁ
ଭିଟାମିନ୍ ଇ, ଓମେଗା -3 ଫ୍ୟାଟି ଏସିଡ୍ ଏବଂ ଜଳୀୟ ଅଂଶ ଥିବା ଫଳକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତୁ । ଯାହା ଦ୍ୱାରା ଚର୍ମ ଭିତରୁ ଆର୍ଦ୍ରତା ପାଇପାରିବ । ସବୁଜ ପନିପରିବା, ଡାଲି, ପ୍ରୋଟିନ୍ ଖାଦ୍ୟ ଶରୀର ପାଇଁ ଭଲ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़