Top 10 News Headlines: ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 19 February 2025: H1. Odisha CM spoke to Nepal Embassy officials: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏହାସହ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟକୁ ଫେରି ଆସିବାକୁ ନିବେଦନ କରିଛନ୍ତି। କିଟ୍ କ୍ୟାମ୍ପସରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଖୁବ୍ ଶୀଘ୍ର ସ୍ଥାପନ ହେବ ବୋଲି ସେ କହିଛନ୍ତି। ନେପାଳର କାଉନ୍ସେନଲର ସଞ୍ଜିବ ଦାସ ଶର୍ମା ଏବଂ ନବୀନ ରାଜ ଅଧିକାରୀଙ୍କ ସହ ଆଲୋଚନା କରି ସେ କହିଛନ୍ତି, ମୃତ ପ୍ରକୃତୀଙ୍କୁ ନ୍ୟାୟ ପ୍ରଦାନ କରାଯିବ।
H2. Remuna Tehsildar suspended: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ୧୩/୦୨/୨୦୨୫ ରେ ଏ ସମ୍ପର୍କିତ କେସ୍ ଦାୟର୍ କରାଯାଇଥିବା ବେଳେ ସେ ଗିରଫ୍ ହୋଇ ଜେଲ୍ ଯାଇଥିଲେ ।
H3. Aska- 40 liquor production increases: ଚିନି ନୁହେଁ, ଦେଶୀ ମଦ ପାଇଁ ବଞ୍ଚି ରହିଛି ଆସ୍କା ଚିନି କଳ। ଏକଥା ସରକାର ସ୍ୱୀକାର କରିଛନ୍ତି ବିଧାନସଭାରେ। ପୁଣି ଦିନକୁ ଦିନ ମଦ ଉତ୍ପାଦନ ବଢ଼ାଇ ରାଜ୍ୟରେ ଆସ୍କା-୪୦ର ଚାହିଦା ପୂରଣ କରୁଛନ୍ତି ସରକାର। ଆଜି ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନର ସମବାୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
H4. MoU signed between GRIDCO and Avada Green Private Limited: ଆଜି ଗ୍ରୀଡକୋ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରୀନ୍ ଏନର୍ଜି ଓପନ୍ ଆକ୍ସେସ୍ ରେଗୁଲେସନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ ଏଚ ୨ ପ୍ରାଇଭେଟ ଲିମିଟେଡ଼ (Avada Green H2 Pvt Ltd) ସହିତ ୩୧.୧୨.୨୦୨୮ ରୁ ଆଗାମୀ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି।
H5. KIIT Student Suicide Update: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କେବଳ ରାଜ୍ୟ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚା ଲାଗି ରହିଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍ କ୍ୟାମ୍ପସରେ ଅଶାନ୍ତି ଥମିବାର ନାଁ ନେଉନାହିଁ। ଘଟଣା ଯେତିକି ଆଗକୁ ବଢୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହାରି ମଧ୍ୟରେ ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ଯାହାକୁ ନେଇ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି।
H6. Odisha Assembly adjourned on Mission Shakti Policy: ଶନଶକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବିଧାନସଭାରେ ଗୃହ ଚାଲିପାରି ନାହିଁ। ପ୍ରଶ୍ନୋତ୍ତର କାଳକୁ ବି ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗୃହ ଆରମ୍ଭ ହେବା କ୍ଷଣି ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ବିଧାୟକମାନେ ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସିଥିଲେ। ଏହି ଅନୁଷ୍ଠାନକୁ ଗୈରୀକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ।
H7. Rekha Gupta Become Delhi CM: ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି। ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବିଧାୟକ ଦଳର ବୈଠକରେ ତାଙ୍କ ନାମକୁ ଅନୁମୋଦନ କରାଯାଇଛି। ନୂଆଦିଲ୍ଲୀ ବିଧାନସଭା ଆସନରୁ ଜିତିଥିବା ପ୍ରର୍ବେଶ ବର୍ମା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ହେବେ। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି।
H8. Swati Maliwal Urges Kejriwal: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସ୍ୱାତୀ ମାଲିୱାଲ କେଜରିୱାଲଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା (LOP) ଭାବରେ ଜଣେ ଦଳିତ ନେତାଙ୍କ ନାମ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି।
H9. Rohit Sharma PC: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ୨୦୨୫ରେ ବାଂଲାଦେଶ ବିପକ୍ଷରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଗୁରୁବାରରୁ ଆରମ୍ଭ କରିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଦୁବାଇର ଦୁବାଇ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳର ପ୍ରସ୍ତୁତି ଉପରେ ନିଜର ମତ ପ୍ରକାଶ କରିଥିଲେ ଏବଂ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ।
H10. PAK vs NZ, Champions Trophy 2025:: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେଉଛନ୍ତି। ନ୍ୟୁଜିଲାଣ୍ଡ ପାକିସ୍ତାନ ପାଇଁ ୩୨୧ ରନର ଟାର୍ଗେଟ ରଖିଛି। ଟସ୍ ହାରିବା ପରେ, ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୦ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ୱିଲ୍ ୟଙ୍ଗ (୧୧୩ ବଲ୍ ରୁ ୧୦୭ ରନ୍) ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ୍ (୧୦୩ ବଲ୍ ରୁ ୧୦୫ ରନ୍ ଅପରାଜିତ) ଶତକ ହାସଲ କରିଥିଲେ।