Weekly Lucky Zodiac Sign , 24 February to 2 March 2025: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବରୁ ଧନସମ୍ପତ୍ତି ଜନିତ ଲାଭ ମିଳିଥାଏ । ଲକ୍ଷ୍ମୀ ନାରାୟଣ ରାଜଯୋଗ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ।
ମେଷ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଶୁଭ ହେବ। କ୍ୟାରିଅର ଏବଂ ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଲାଭଦାୟକ ଫଳାଫଳ ପାଇବେ । ବିଳାସପୂର୍ଣ୍ଣ ଜିନିଷ କିଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି । ପ୍ରେମ ଜୀବନରେ ସମୟ ବହୁତ ଭଲ । ସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ। କିଛି ଭଲ ଖବର ଶୁଣିବାକୁ ମିଳିପାରେ।
ସିଂହ ରାଶି
ଆପଣଙ୍କ ପାଇଁ ସମୟ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ଦୀର୍ଘ ଦିନରୁ ପଡି ରହିଥିବା କାମ ଶେଷ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ସ୍ଥାନାନ୍ତର ହୋଇପାରେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅଧିକ ଆଗ୍ରହ ପ୍ରକାଶ କରିବେ । ପରିବାରରେ କିଛି ସମସ୍ୟା ଥିଲେ ତାହାର ସମାଧାନ ହେବ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ ।
ତୁଳା ରାଶି
ଆପଣଙ୍କ ପାଇଁ ସଫଳତାର ସମ୍ଭାବନା ରହିଛି । ବିଭିନ୍ନ ସୁତ୍ରରୁ ଆପଣଙ୍କ ପାଇଁ ଖୁସି ଖବର ଆସିବ । ପରିବାର ସହିତ ଖୁସିରେ ସମୟ ବିତାଇବେ। କ୍ୟାରିୟର ଏବଂ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମଗୁଡିକୁ ଶେଷ କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ବିଶେଷ ଫଳପ୍ରଦ ହେବ। ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି ।
ଧନୁ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଶୁଭଫଳ ପ୍ରଦାନ କରିବ । କିଛି ବଡ଼ ଧରଣର ସଫଳତା ହାସଲ କରିପାରନ୍ତି । କିନ୍ତୁ ଆପଣଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ପଡିପାରେ। କ୍ୟାରିୟରରେ ମିଶ୍ରିତ ଫଳାଫଳ ପାଇବେ। ପ୍ରେମ ଜୀବନରେ ନୂଆ ଉତ୍ସାହ ଆସିପାରେ। ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ । ବିବାହିତ ବ୍ୟକ୍ତିଙ୍କ ପାଇଁ ସମୟ ବିଶେଷ ଫଳପ୍ରଦ ହୋଇପାରେ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ।
କୁମ୍ଭ ରାଶି
ଆପଣଙ୍କ ପାଇଁ ଫେବୃଆରୀ ମାସର ଶେଷ ସପ୍ତାହଟି ଭଲ ହେବ। ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବାରେ ସଫଳ ହେବେ। ପାରିବାରିକ ଜୀବନରେ ଖୁସି ବଢିବ । ପ୍ରେମ ଜୀବନରେ ସାଥୀଙ୍କଠାରୁ ଆଶ୍ଚର୍ଯ୍ୟଜନକ ଉପହାର ମିଳିପାରେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़