ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବରିଷ୍ଠ ଏସ୍ଇିଏସ୍ଙ୍କ୍ ଅଭାବ ରହିଛି। ଯେଉଁମାନେ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାନ୍ତି। କିନ୍ତୁ ସରକାର ଏହାକୁ ପୂରଣ କରିପାରୁନାହାନ୍ତି। ଏ ଦିଗରେ ହାଇକୋର୍ଟରେ ଏକ ମାମଲା ଚାଲିଛି।
Trending Photos
ଭୁବନେଶ୍ୱର: ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲରେ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଏଣୁ ସରକାର କାମଚଳା ପ୍ରଧାନଶିକ୍ଷକ ନିଯୁକ୍ତ କରିଛନ୍ତି। ଏ କଥା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କାହିଁକି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଣ୍ଡ କହିଛନ୍ତି ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଏହି ପଦବୀ ସବୁ ଏମିତି ଖାଲି ପଡ଼ିଛି।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବରିଷ୍ଠ ଏସ୍ଇିଏସ୍ଙ୍କ୍ ଅଭାବ ରହିଛି। ଯେଉଁମାନେ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାନ୍ତି। କିନ୍ତୁ ସରକାର ଏହାକୁ ପୂରଣ କରିପାରୁନାହାନ୍ତି। ଏ ଦିଗରେ ହାଇକୋର୍ଟରେ ଏକ ମାମଲା ଚାଲିଛି। ମାମଲାରେ କୋର୍ଟ ଗତ ନଭେମ୍ବର ୫ ତାରିଖରେ ରହିତାଦେଶ ଲାଗୁ କରିଛନ୍ତି। ରହିତାଦେଶ ଅପସାରଣ ହେବା ପରେ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ ୯୨ଟି ହାଇସ୍କୁଲରେ ବରିଷ୍ଠ ଶିକ୍ଷକପଦ ବି ଖାଲି ପଡ଼଼ିଛି। ଏମାନେ ସବୁ ଓଇଏସ୍ ବର୍ଗର। ପର୍ଯ୍ୟାୟକ୍ରମେ ଏସବୁ କରାଯାଉଛି ବୋଲି ସେ କହିଛନ୍ତି।
Also Read- March 2025 Grah Gochar: ମାର୍ଚ୍ଚ ମାସରେ ସୂର୍ଯ୍ୟ ଶନିଙ୍କ ସହ ଅନେକ ବଡ଼ ଗ୍ରହ ପ୍ରଭାବ, ୫ ରାଶି ପାଇଁ ଶୁଭ