Advertisement
Photo Details/zeeodisha/odisha2651635
photoDetails0hindi

Lucky Zodiac Sign: ୧୯ ଫେବୃଆରୀରେ ୨ଟି ଯୋଗର ଶୁଭ ମିଶ୍ରଣ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 19 February 2025: ୧୯ ଫେବୃଆରୀ ବୁଧବାର ଦିନ ସୃଷ୍ଟି ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଲାଭ ପାଇବାକୁ ଯାଉଛନ୍ତି

1/6

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ମିଳିପାରେ । ରୋଜଗାର ସନ୍ଧାନରେ ଥିଲେ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ଆପଣ କରିଥିବା ପ୍ରୟାସ ସଫଳ ହେବ । ଅଟକି ରହିଥିବା ଧନ ଫେରସ୍ତ ମିଳିବାର ସମ୍ଭାବନା ମଧ୍ୟ ରହିଛି ।

2/6

ବୃଷ ରାଶି

ଆପଣଙ୍କ ପାଇଁ ଏକ ପ୍ରଗତିଶୀଳ ଦିନ ଭାବେ ସାବ୍ୟସ୍ତ ହେବ। ଶତ୍ରୁମାନେ ଆପଣଙ୍କ ଉପରେ ଈର୍ଷା କରିପାରନ୍ତି, କିନ୍ତୁ ସେମାନେ ଚାହିଁଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ପୂର୍ବରୁ ମନରେ ଥିବା ଇଚ୍ଛା ପୂରଣ ହେବା କାରଣରୁ ଖୁସି ପ୍ରକାଶ କରିବେ । ଯାନବାହାନ କିମ୍ବା ଘର କିଣିବାକୁ ଚାହୁଁଥିଲେ ସମୟ ଶୁଭ । ବ୍ୟାଙ୍କରୁ ଋଣ ନେବାକୁ ଚେଷ୍ଟା କରୁଥିଲେ ପ୍ରତିବନ୍ଧକ ଦୂର ହୋଇଯିବ । ଅସୁସ୍ଥ ଥିଲେ ଧିରେ ଧିରେ ସୁସ୍ଥତା ଆଡକୁ ଗତିକରିବେ । ବ୍ୟବସାୟରେ ସୁଖଦ ଫଳାଫଳ ମିଳିବ । ବୈବାହିକ ଜୀବନରେ ଖୁସି ରହିବ।

3/6

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ବ୍ୟବସାୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ । ବିଭିନ୍ନ କ୍ଷେତ୍ରରୁ ଲାଭଜନକ ଫଳାଫଳ ପାଇବେ । ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଯୋଜନା ସଫଳ ହେବ। ବ୍ୟବସାୟରେ ନିବେଶ କରୁଥିଲେ ଲାଭ ମିଳିବ । ଆୟ ବୃଦ୍ଧି କାରଣରୁ ମନ ଖୁସି ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିପାରେ । ପାରିବାରିକ ଜୀବନରେ ପିତାମାତାଙ୍କଠାରୁ ସମର୍ଥନ ପାଇବେ । ବୈବାହିକ ଜୀବନରେ ଦିନଟି ଅନୁକୂଳ । ଜୀବନସାଥୀଙ୍କ ଠାରୁ ଖୁସି ମିଳିବ।

4/6

ବିଛା ରାଶି

ଆପଣଙ୍କ ପାଇଁ ଦିନଟିରେ ସକାରାତ୍ମକ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ଏପରି କିଛି ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ପାଇଁ ଲାଭଜନକ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଆୟର ଉତ୍ସ ବଢିବାକୁ ଲାଗିବ । ବାକି ଥିବା କାମ ଗୁଡିକୁ ଶେଷ କରିବେ । ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ସୁଯୋଗ ଆସିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ବିଶେଷ ସମର୍ଥନ ପାଇବେ। କୋର୍ଟ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିପାରେ । ପଡ଼ୋଶୀ ଏବଂ ବନ୍ଧୁମାନଙ୍କଠାରୁ ସମର୍ଥନ ପାଇବେ ।

5/6

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ସକାରାତ୍ମକ ଫଳାଫଳ ପ୍ରଦାନ କରିବ । ଆପଣଙ୍କ ପ୍ରତିଟି ପ୍ରୟାସରେ ସଫଳାତ ଯୋଗ ରହୁଛି । ଜୀବନସାଥୀ ଏବଂ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ସହକର୍ମୀଙ୍କ ସମର୍ଥନ କର୍ମକ୍ଷେତ୍ରରେ ପାଇବେ । ଯାନବାହାନ କିଣିବାକୁ ପ୍ରୟାସ କରୁଥିଲେ ଦିନଟି ଶୁଭ । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ। ଦୀର୍ଘକାଳୀନ ନିବେଶ ପାଇଁ ଯୋଜନା କରୁଥିଲେ ଆଗକୁ ବଢ଼ନ୍ତୁ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।