8th Pay Commission: ନଭେମ୍ବର ୩୦ ସୁଦ୍ଧା କମିଶନଙ୍କ ରିପୋର୍ଟ ଚୂଡ଼ାନ୍ତ ହେବ ଏବଂ ୨୦୨୬ ଜାନୁଆରୀରୁ ଦେଶରେ ନୂଆ ବେତନ କମିଶନ କାର୍ଯ୍ୟକାରୀ ହେବା ର ସମ୍ଭାବନା ଥିବାରୁ ସରକାର ଡିସେମ୍ବରରେ ଏହାର ସମୀକ୍ଷା କରିବେ। ତେବେ ଫେବ୍ରୁଆରୀ ୧୫ ତାରିଖ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଗଠନ ନେଇ କୌଣସି ଖବର ମିଳିନାହିଁ।
Trending Photos
8th Pay Commission: ସରକାର ଅଷ୍ଟମ ବେତନ ଆୟୋଗ ଗଠନ ଘୋଷଣା କରିବା ପରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀମାନେ କେତେ ଲାଭ ପାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେମାନଙ୍କ ଦରମା ଓ ପେନସନରେ କେତେ ବୃଦ୍ଧି ସମ୍ଭବ? ଏହାକୁ ନେଇ ବିଭିନ୍ନ ବିଶେଷଜ୍ଞ ନିଜ ନିଜର ହିସାବ ପ୍ରସ୍ତୁତ କରୁଛନ୍ତି। ତତ୍କାଳୀନ ଉପା ସରକାର ୨୦୧୪ରେ ସପ୍ତମ ବେତନ ଆୟୋଗ ଗଠନ କରିଥିଲେ ଏବଂ ଏନଡିଏ ସରକାର ୨୦୧୬ରୁ ଏହାର ସୁପାରିସକୁ କାର୍ଯ୍ୟକାରୀ କରିଥିଲେ। ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ଦରମା ୧୮,୦୦୦ ଟଙ୍କା ଏବଂ ପେନସନ ଭୋଗୀଙ୍କ ପାଇଁ ସର୍ବନିମ୍ନ ମୌଳିକ ପେନସନ ୯,୦୦୦ ଟଙ୍କା ରହିଛି ।
କେତେ ବୃଦ୍ଧି ସମ୍ଭବ?
ଜାତୀୟ ପରିଷଦ-ଯୁଗ୍ମ ପରାମର୍ଶଦାତା ମେସିନାରୀ (ଏନସି-ଜେସିଏମ)ର ଷ୍ଟାଫ୍ ଲିଡର ଏମ ରାଘବୈୟା ନିକଟରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା କହିଥିଲେ ଯେ ସେମାନେ ନୂତନ ବେତନ ଆୟୋଗ ଅଧୀନରେ ଅତି କମରେ ୨ ଟି ଫିଟମେଣ୍ଟ ଫ୍ୟାକ୍ଟର ପାଇଁ ଚାପ ପକାଉଛନ୍ତି । ଅର୍ଥାତ୍ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଶତ ପ୍ରତିଶତ ବୃଦ୍ଧି ସମ୍ଭବ। ଅନ୍ୟପକ୍ଷରେ ଭାରତର ପୂର୍ବତନ ଅର୍ଥ ସଚିବ କହିଛନ୍ତି ଯେ ସରକାର ୧.୯୨-୨.୦୮ ଫିଟମେଣ୍ଟ ଫ୍ୟାକ୍ଟରକୁ ଅନୁମୋଦନ କରିପାରନ୍ତି। ସେହିପରି ନୂଆ ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ରୁ କମ୍ ହେବା ଉଚିତ ନୁହେଁ। ଏହି ଫିଟ୍ ମେଣ୍ଟ୍ କାରକଗୁଡ଼ିକୁ ବିଚାରକୁ ନେଲେ, ସମ୍ଭାବ୍ୟ ଦରମା ବୃଦ୍ଧି ନିମ୍ନଲିଖିତ ହୋଇପାରେ ।
ନ୍ୟୁନତମ ମୂଳ ଦରମା ଯଦି କାହାର ୧୭ ହଜାର ୨୮୦ ରହିଛି ତେବେ ଫିଟମେଣ୍ଟ ଫ୍ୟାକ୍ଟର ୧.୯୨ ଆକାରରେ ନ୍ୟୁନତମ ମୂଳ ଦରମା ୩୪, ୫୬୦। ସେହିପରି ଫିଟମେଣ୍ଟ ଫ୍ୟାକ୍ଟର ୨,୨.୦୮, ଓ ୨.୮୬ ଲାଗୁ ହେଲେ ମାଲାମାଲ୍ ହୋଇଯିବେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀ।
କେବେଠୁ ହେବ କାର୍ଯ୍ୟକାରୀ?
୨୦୨୫-୨୬ ଆର୍ଥିକ ବର୍ଷ ରେ ନୂଆ ବେତନ କମିଶନ ୨୦୨୫ ଏପ୍ରିଲରେ କାର୍ଯ୍ୟ ଆରମ୍ଭ କରିପାରନ୍ତି ବୋଲି ବ୍ୟୟ ସଚିବ ମନୋଜ ଗୋଭିଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ସୂଚନା ମଧ୍ୟ ରହିଅଛି ଯେ ୨୦୨୫ ଫେବ୍ରୁଆରୀ ୧୫ ସୁଦ୍ଧା ଅଷ୍ଟମ ବେତନ କମିଶନ ଗଠନ ହୋଇପାରେ। ନଭେମ୍ବର ୩୦ ସୁଦ୍ଧା କମିଶନଙ୍କ ରିପୋର୍ଟ ଚୂଡ଼ାନ୍ତ ହେବ ଏବଂ ୨୦୨୬ ଜାନୁଆରୀରୁ ଦେଶରେ ନୂଆ ବେତନ କମିଶନ କାର୍ଯ୍ୟକାରୀ ହେବା ର ସମ୍ଭାବନା ଥିବାରୁ ସରକାର ଡିସେମ୍ବରରେ ଏହାର ସମୀକ୍ଷା କରିବେ। ତେବେ ଫେବ୍ରୁଆରୀ ୧୫ ତାରିଖ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଗଠନ ନେଇ କୌଣସି ଖବର ମିଳିନାହିଁ।
Also Read: Dhvani Bhanushali: ଛାତ୍ରୀଙ୍କ ମୃତ୍ୟୁ ଦିନ ଚାଲିଥିଲା କିଟ୍ ଫେଷ୍ଟ 8.0, ଆସିଥିଲେ ବଲିଉଡ ସିଙ୍ଗର
Also Read: KIIT University Tragedy: ଏପଟେ ଚାଲିଥିଲା କିଟ୍ ଫେଷ୍ଟ 8.0...ସେପଟେ ଚାଲିଥିଲା ପ୍ରମାଣ ନଷ୍ଟ !