Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ ହୋଇଛି । ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଆଜି ବଡି ଭୋରରୁ ବୁଡ଼ ପକାଇଛନ୍ତି ଦେଢ଼ କୋଟିରୁ ଅଧିକ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁ। ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି ।
୪୫ ଦିନିଆ ମହାକୁମ୍ଭର ସାକ୍ଷୀ ବନିବେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ।
Headlines 02- ଜାପାନର କ୍ୟୁଶୁ ଦ୍ୱୀପରେ 6.7 ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ପରେ ଜାପାନରେ ସମ୍ଭାବ୍ୟ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଜାପାନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ଜନିତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ।
Headlines 03- ଆଜି ନାଗ୍ ମାର୍କ-୨ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନରେ DRDO ପକ୍ଷରୁ ଏହି ସଫଳ ପରୀକ୍ଷଣ କରାଯାଇଥିଲା ।
Headlines 04- ଆୟୁଷ୍ମାନ ଭାରତ ଲାଗୁ ପାଇଁ କେନ୍ଦ୍ରସହ ବୁଝାମଣା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆଉ ରହିବ ନାହିଁ। ଏଣିକି ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। ଏହି ଯୋଜନା ଅଧୀନରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ଉପକୃତ ହେବେ। ଏହାସହ ପ୍ରଧାନମନ୍ତ୍ରୀ ବୟବନ୍ଦନ ଯୋଜନା ମାଧ୍ୟମରେ ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟବୀମା ସହାୟତା ମିଳିବ।
Headlines 05- ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତୀକ୍ଷିତ ସୋନମାର୍ଗ ଟନେଲକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ୬.୫ କିଲୋମିଟର୍ ଲମ୍ବ ଏହି ଟନେଲ୍ ଗଗନଗିରିକୁ ସୋନମାର୍ଗ ସହ ସଂଯୋଗ କରିବ। ୨୭୦୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ ହେଉଛି ।
Headlines 06- ଗୁଜରାଟରୁ ଉନ୍ନତ କିସମର ଗାଈଙ୍କୁ ଓଡ଼ିଶାର ମୟୁରଭଞ୍ଜ ଚାଷୀମାନେ ପାଳିବେ। ଗାଈ ପ୍ରଜାତି ର ଆନୁବଂଶିକ ଉନ୍ନତି ପାଇଁ ଏହି ପଦକ୍ଷେପ ନେଇଛି ଜାତୀୟ ଦୁଗ୍ଧ ବୋର୍ଡ ବା ଏନ୍ଡିବି। ଏହିକ୍ରମରେ ୩ ହଜାର ଗାଈଙ୍କୁ ବାଣ୍ଟିବା ଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ଦୁଗ୍ଧ ଚାଷୀ ମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବ
Headlines 07- ସରକାରଙ୍କଠାରୁ ଦଳୀୟ କାର୍ଯ୍ୟାଳୟ କରିବା ନାଁରେ ଜମି ନେଇ ହୋଇଟେଲ କରିଥିବା ଅଭିଯୋଗ କରି ବିଜେଡିକୁ କାଠଗଡ଼ାକୁ ଟାଣିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଗଣମାଧ୍ୟମର ଖବର ଅନୁସାରେ ଯଦି ଏହା ହୋଇଥାଏ ତେବେ ବିଜେଡିକୁ ନଦିଆଯାଇଥିବା ଜମିକୁ ବ୍ୟାଜାପ୍ତ କରାଯାଉ। ଏହାର ଯୁକ୍ତିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଏହା ହୋଟେଲ ନୁହେଁ, କ୍ୟାଣ୍ଟିନ୍। ଅନେକ ଲୋକ ପ୍ରତିଦିନ ଏହି କାର୍ଯ୍ୟାଳୟକୁ ଆସୁଛନ୍ତି ଏଣୁ କ୍ୟାଣ୍ଟିନ୍ ଖୋଲିବାରେ କିଛି ଅସୁବିଧା ନାହିଁ।
Headlines 08- ବାଲେଶ୍ୱର ସୋର ଅଞ୍ଚଳରେ ଲୁଟପାତରେ ସମ୍ପୃକ୍ତ ଥିବା ୬ ଜଣ ଚୋରଙ୍କୁ ଭଦ୍ରକରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସେମାନଙ୍କ ନିକଟରୁ ମୋଟ ୯୦ ଗ୍ରାମର ସୁନା ସମେତ ୬୬୫ ଗ୍ରାମର ରୂପା ଏବଂ ୨ଟି ବାଇକ ସହ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।
Headlines 09- ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ମିଳିବ । ଏନେଇ ଗୃହ ବିଭଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ।
Headlines 10- ଫୁଲବାଣୀ ଭେଟଖୋଲ ଘାଟିରେ ୨ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ଆସିଛି । ୨ ଜଣ ବାଇକରେ ଯାଉଥିବା ସମୟରେ ସେମାନଙ୍କୁ ଅଟକାଇ ଛୁରାମାଡ଼ କରିଥିଲେ ୩ଜଣ ଦୁର୍ବୃତ୍ତ । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ସମୟରେ ଲୁଟ୍ପାଟ୍ ପାଇଁ ଛୁରାମାଡ଼ ହୋଇଥିବା ଅନୁମାନ କରାଯାଉଛି ।
Also Read- Makar Sankranti 2025: କେଉଁ ରାଶିରେ କି ପ୍ରଭାବ ପକାଇବ ମକର ସଂକ୍ରାନ୍ତି? ପଢନ୍ତୁ ରାଶିଫଳ
Also Read- ଚାକିରି ଛାଡ଼ି ଘରେ ବସିଛନ୍ତି କି? ଟାଟା ପାୱାର କମ୍ପାନୀରେ ବାହାରିଲା ନିଯୁକ୍ତି, ମହିଳାଙ୍କୁ ପ୍ରାଧାନ୍ୟ