Top 10 News: କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହେବ MOU ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2601495

Top 10 News: କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହେବ MOU ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହେବ MOU ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ପ୍ରୟାଗରାଜ ମହାକୁମ୍ଭରେ ଆଜି ପ୍ରାୟ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ମହାସ୍ନାନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେରେ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଧାର୍ମିକ କାର୍ଯ୍ୟରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଅସଂଖ୍ୟ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବାରେ ଲାଗିଛି। 

Headlines 02- ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସାଧାରଣ ଲୋକଙ୍କ ସହ ମିଶି ମକର ସଂକ୍ରାନ୍ତି ପାଳନ କରିଛନ୍ତି । ଦିଲ୍ଲୀର ରିଠାଲା ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବା ପରେ ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିଛନ୍ତି । ମହିଳା ଏବଂ ପିଲାମାନଙ୍କ ସହିତ ମିଶି ଦହି ଏବଂ ଚୁଡ଼ା ଚକଟି ଖାଇଥିଲେ । ପୂର୍ବାଞ୍ଚଳର ଲୋକଙ୍କ ସହିତ ବେଶ୍ କିଛି ସମୟ ଭାବ ବିନିମୟ କରିଥିଲେ। ତାଙ୍କ ଭାଷଣରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଥିଲେ।

Headlines 03- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ସେପଟେ ନିର୍ବାଚନ ପରିପ୍ରେକ୍ଷୀରେ ବଢୁଛି ଆରୋପ, ପ୍ରତ୍ୟାରୋପର ରାଜନୀତି । ବିଭିନ୍ନ ପ୍ରମୁଖ ଦଳ ପରସ୍ପର ଉପରେ କରୁଛନ୍ତି ଆକ୍ରମଣ। ଗତକାଲି ଇଣ୍ଡି ମେଣ୍ଟ ରାଲିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଶାଣିତ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । 

Headlines 04- ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇଥିବା ନିଖୋଜ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ନିଖୋଜର ୪୮ ଘଣ୍ଟା ପରେ କୁର୍ଲା ନିକଟ ଜଙ୍ଗଲରୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ଏବଂ ଶରୀରରେ କ୍ଷତ ହୋଇଥିବା ଜଣାପଡିଛି । ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେ ୧୨ ତାରିଖ ଦିନ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ । ଘଟଣାର ତଦନ୍ତ କରିବାକୁ ପୋଲିସ ନିକଟରେ ପରିବାର ଲୋକେ ଦାବି କରିଛନ୍ତି ।

Headlines 05- କେନ୍ଦୁଝର ଗସ୍ତ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହେବ MOU ।  ଜାନୁଆରୀ ୨୮ ଏବଂ ୨୯ରେ ଭୁବନେଶ୍ବରରେ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। କେନ୍ଦୁଝରରେ ପ୍ରାକୃତିକ ସମ୍ପଦ ଭରି ରହିଛି ତେଣୁ ଷ୍ଟିଲ ପ୍ଲାଣ୍ଟ ପ୍ରତିଶ୍ରୁତି ଦେଉଛି ଏଥିସହ କେନ୍ଦୁଝରର ବିକାଶକୁ ସବୁବେଳେ ପ୍ରାଥମିକତା ଦେବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Headlines 06- ପୂର୍ଣ୍ଣତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ବୁଡ଼ ପକାଇବା ପରେ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି। ବୁଡ଼ ପକାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ପରମେଶ୍ବର ମନ୍ଦିର ଓ ଆନନ୍ଦେଶ୍ବେର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି। 

Headlines 07- ଆଜି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ବରୁଣେଶ୍ୱର ମେଳା । ସେଥିପାଇଁ ଯାଜପୁର ବିଂଝାରପୁର ବ୍ଲକ ଅନ୍ତର୍ଗତ ବରୁଣେଶ୍ୱର କ୍ଷେତ୍ରରେ ଚଳଚଞ୍ଚଳ ହୋଇଉଠିଛି । ଆଜି ମକର ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ବଡି ଭୋରୁ ବାବାଙ୍କ ଦର୍ଶନ କରିଛନ୍ତି । ଆସନ୍ତା ୯ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ । ଏଠାରେ ଏକାଧିକ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରିବେ । ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମେଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Headlines 08- ଜଲିଉଡ ଦୁନିଆର ୩ ଚର୍ଚ୍ଚିତ ଆଇଟମ ଗର୍ଲ ସାହୁ ଭାଉଜ (ଭାଗ୍ୟଶ୍ରୀ ସାହୁ), ନିଶା ମହାରଣା ଏବଂ ରାଣୀ ପ୍ରିୟଦର୍ଶିନୀଙ୍କୁ ବ୍ୟାନ କରାଯାଇଛି । ଖଣ୍ଡଗିରି ଯାତ୍ରା ଆରମ୍ଭ ପୂର୍ବରୁ ଏନେଇ ନିଷ୍ପତ୍ତି ନେଇଛି ଯାତ୍ରା କମିଟି । ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ଏହି ୩ ଆଇଟମ ଗର୍ଲଙ୍କୁ ଦେଖିବାକୁ ପାଇବେନି ଯାତ୍ରା ଦର୍ଶକ । ମଙ୍ଗଳବାର ଦିନ ଖଣ୍ଡଗିରି ଥାନାରେ ପୋଲିସ ସହିତ ଯାତ୍ରା କମିଟି ପକ୍ଷରୁ ଏକ ବୈଠକ ହୋଇଥିଲା । ଏଥିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

Headlines 09- ଆସନ୍ତାକାଲି ୧୫ ଜାନୁଆରୀ ବୁଧବାର ମାଘ କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କ ପାଇଁ ସୂଚନା ଜାରି କରାଯାଇଛି । ଅନ୍ୟପଟେ, ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ  ସବୁ ବ୍ୟବସ୍ଥା ସରିଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । 

Headlines 10- ଆସନ୍ତାକାଲି ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ । ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ପରୀକ୍ଷା ସ୍ଥଗିତ ରଖାଯିବା ସମ୍ପର୍କରେ ଏନଟିଏ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୧୫ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା। ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଖୁବ ଶୀଘ୍ର ଏହାର ନୂଆ ତାରିଖ ଘୋଷଣା କରାଯିବ।

Also Read- Marriage Date list 2025: ଚଳିତ ବର୍ଷ କେଉଁ ଦିନ ବିବାହ ପାଇଁ ଅତ୍ୟନ୍ତ ଶୁଭ ? ପଢ଼ନ୍ତୁ

Also Read- Love Astro Tips: ପ୍ରେମ ସମ୍ପର୍କରେ ଆସୁଥିବା ବାଧାକୁ ଦୂର ହେବ! କରନ୍ତୁ ଏହି ଚମତ୍କାରୀ ଉପଚାର!