Top 10 News: ବଢିଲା ଅଗ୍ନିଶମ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2631221

Top 10 News: ବଢିଲା ଅଗ୍ନିଶମ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବଢିଲା ଅଗ୍ନିଶମ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ବୁଡ଼ଗିଚେରୁ ଗାଁରେ ମାଓବାଦୀଙ୍କ ଏପରି ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ପ୍ରୟାଗରାଜ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଦିନ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ତ୍ରିବେଣୀ ସଂଗମରେ ସ୍ନାନ କରିବେ। ଏହା ପୂର୍ବରୁ ସେ ପୂର୍ବାହ୍ଣ ୧୦ଟା ୫ରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ସେଠାରୁ ମୋଦୀ ଡିପିଏସ ହେଲିପ୍ୟାଡ ଯିବେ। ସେଠାରୁ ପୂର୍ବାହ୍ଣ ୧୦ଟା ୪୫ ମିନିଟରେ ଅରେଲ ଘାଟରେ ପହଞ୍ଚିବେ। ସେଠାରେ ସେ ଡଙ୍ଗା ଯୋଗେ ମହାକୁମ୍ଭ ସ୍ଥଳକୁ ଯିବେ।

Headlines 03- ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ରମେଶ ବିଧୁଡିଙ୍କ ପୁଅ ବିରୋଧରେ ମାମଲା ରୁଜୁ କରିଛି। କାଲକାଜୀ ବିଧାନସଭା ନିର୍ବାଚନମଣ୍ଡଳୀର ଗୋବିନ୍ଦପୁରୀ ଅଞ୍ଚଳରେ ହୋଇଥିବା ହଙ୍ଗାମାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲିସ ଉଭୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ଆତିଶୀଙ୍କ ସମର୍ଥକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।

Headlines 04- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ରୁ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ଯେଉଁଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ। ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ପ୍ୟାରିସ ଗସ୍ତ ସମାପ୍ତ କରିବା ପରେ ୱାଶିଂଟନ ଡିସି ଯିବେ। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଦ୍ୱିପାକ୍ଷିକ ଆମେରିକା ଗସ୍ତ ହେବ। ଟ୍ରମ୍ପ ପ୍ରଶାସନ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବାର କିଛି ସପ୍ତାହ ମଧ୍ୟରେ ୱାଶିଂଟନ ଡିସିକୁ ଦ୍ୱିପାକ୍ଷିକ ଗସ୍ତରେ ଯାଉଥିବା କିଛି ବିଦେଶୀ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ହେବେ।

Headlines 05- ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାରେ କ୍ୟାନ୍‌ସର ରେଜିଷ୍ଟ୍ରି ତିଆରି ହେବା ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ । ହସ୍ପିଟାଲ୍‌ ଆଧାରିତ ଓ ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ରହିବ । ପ୍ରକାର ଭେଦ, କେଉଁ ଅଞ୍ଚଳରେ କେଉଁ କ୍ୟାନ୍‌ସର ରେଜିଷ୍ଟ୍ରିରୁ ଜଣାପଡ଼ିବ । ତଥ୍ୟ ଆଧାରରେ ସରକାର ଜନସ୍ବାସ୍ଥ୍ୟ ପାଇଁ ପଦକ୍ଷେପ ନେବେ ।

Headlines 06- ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି । ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଲା ଏବଂ ମୋଟର ସାଇକେଲ୍‌ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି । ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି ପାଇବା ସହ ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବଢ଼ିଲା ।

Headlines 07- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୪୮ ଘଣ୍ଟା ଆଗରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ୫ ତାରିଖରେ ଭୋଟ ଦେବ ଦିଲ୍ଲୀ। ଆଉ ଏହାରି ଭିତରେ କଡାକଡି ହୋଇଛି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ବିଧାନସଭାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି । ଭିନ୍ନ ଭିନ୍ନ ସମ୍ୱେଦନଶୀଳ ବୁଥରେ ଅଧିକ ପୋଲିସଙ୍କୁ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । 

Headlines 08- ଆଜି ପବିତ୍ର ମାଘ ସପ୍ତମୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସପି ବିନୀତ ଅଗ୍ରୱାଲ ଏଥିନେଇ ଗଣମାଧ୍ୟମ ଜରିଆରେ ବୁଡରେ ସୁରକ୍ଷା ଓ ଟ୍ରାଫିକ କଟକଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

Headlines 09- ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ମେଳା ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ଠାକୁର ଅନନ୍ତ କେଶରୀ ଦେବ ଆଜି ଜାଗମରା ନାଗା ମଠରୁ ସୁସଜ୍ଜିତ ବିମାନରେ ବାହାରିବେ। ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିରସ୍ଥିତି ରାଣୀହଂସପୁରରେ ବିଜେ କରି ମାଘସ୍ନାନ କରିବେ। ସେପଟେ ଖଣ୍ଡିଗିରି ଅଧିଷ୍ଠାତ୍ରୀ ଦେବୀ ମା ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ କୁମ୍ଫା ସଲଗ୍ନ ଶ୍ରୀଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭ ହେବ। 

Headlines 10- ଭୁବନେଶ୍ବରରେ ମୋ ବସ୍ ଧକ୍କାରେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ରଘୁନାଥପୁରରେ ଏହି ଦୁର୍ଘଟଣା ଘଟିଛି। ସାଇକେଲ ଚଲାଇ ଯାଉଥିବା ସମୟରେ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ୩ଟି ମୋ ବସ୍‌କୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଛନ୍ତି ।

Also Read- ଯନ୍ତ୍ରଣାରେ ଚିତ୍କାର କଲେ ସୋନୁ ନିଗମ, ବଢ଼ିଲା ଫ୍ୟାନ୍ସଙ୍କ ଚିନ୍ତା...

Also Read- Budh Gochar 2025: ୩ ରାଶିରେ ବୁଧଙ୍କ ଚଳନ ପ୍ରଭାବ, ସମୟ ଖରାପ ଚାଲୁଥିଲେ ଖୁବ ଶୀଘ୍ର ସୁଧୁରିବ...