Advertisement
Photo Details/zeeodisha/odisha2631504
photoDetails0hindi

Valentines Day Love Horoscope: ଫେବୃଆରୀ ୧୪ ପରଠୁ ଏହିସବୁ ରାଶିର ପ୍ରେମୀଯୁଗଳଙ୍କ ପାଇଁ ଖୁସିର ଖବର

Valentines Day Love Horoscope: ପ୍ରେମ କୁ ପରିପ୍ରକାଶ କରିବା ପାଇଁ ଭାଲେଣ୍ଟାଇନ୍ସ ଡେ ଏକ ସ୍ୱତନ୍ତ୍ର ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ପ୍ରେମୀଯୁଗଳ ମାନେ ପରସ୍ପର ପ୍ରତି ନିଜର ଭଲପାଇବା ଜାହିର କରିଥାନ୍ତି । ଏହି ଦିନଟି ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଅର୍ଥ ରଖେ, କିନ୍ତୁ ବୈଦିକ ଜ୍ୟୋତିଷ ଗଣନା ଅନୁଯାୟୀ ଏହା କିଛି ରାଶି ପାଇଁ ବିଶେଷ ହୋଇପାରେ । ଏହିଦିନ କିଛି ଲୋକଙ୍କୁ ପ୍ରକୃତ ପ୍ରେମ ମିଳିପାରେ ତ ଆଉ କିଛି ଲୋକ ନିଜ ସମ୍ପର୍କରେ ସତେଜତା ଏବଂ ରୋମାନ୍ସ ଅନୁଭବ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସ ଡେ'ରେ କେଉଁ ରାଶିର ଲୋକଙ୍କ ମଧ୍ୟରେ ଭଲ ସ୍ଥିତି ରହିବ। 

 

1/6

ପ୍ରତ୍ୟେକ ରାଶି ପାଇଁ କେମିତି ରହିବ ପ୍ରେମର ଏହିଦିନ ? ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବୈଦିକ ଜ୍ୟୋତିଷ ଗଣନା ଅନୁଯାୟୀ ଫେବ୍ରୁଆରୀ ୧୪, ଭାଲେଣ୍ଟାଇନ୍ସ ଡେ କିଛି ରାଶି ପାଇଁ ବିଶେଷ ରହିବ। ମେଷ, ମିଥୁନ, ସିଂହ, ତୁଳା ଓ ମୀନ ରାଶି ସମେତ ଏହିଦିନ ସେମାନେ ପ୍ରକୃତ ପ୍ରେମ ପାଇବେ।

Also Read: Guru Margi 2025: ଫେବୃଆରୀ ୪ ରୁ ବୃହସ୍ପତିଙ୍କ ସିଧାଚଳନ, ୫ଟି ରାଶି ହେବେ ଧନବାନ

Also Read: Ex MLA Sushant Singh Critical: ବିଜେଡିର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ

2/6

ମେଷ ରାଶି: ଭାଲେଣ୍ଟାଇନ୍ସ ଡେ'ରେ ମେଷ ରାଶିର ବ୍ୟକ୍ତିମାନେ ପ୍ରେମରେ ନୂତନତା ଓ ସତେଜତା ଅନୁଭବ କରିବେ। ଅବିବାହିତଙ୍କ କ୍ଷେତ୍ରରେ  ନୂଆ ପ୍ରେମ ଆରମ୍ଭ ହୋଇପାରେ। ଯଦି ଆପଣ ସମ୍ପର୍କରେ ଅଛନ୍ତି, ତେବେ ଆପଣ ଆପଣଙ୍କ ସାଥୀଙ୍କ ନିକଟତର ହୋଇପାରନ୍ତି । ସମ୍ପର୍କରେ ପ୍ରେମ ଓ ରୋମାନ୍ସ ରହିବ।

 

3/6

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ବିଶେଷ ରହିବ। ଜୀବନସାଥୀଙ୍କ ସହ କ୍ୱାଲିଟି ସମୟ ବିତାଇବାର ସୁଯୋଗ ପାଇବେ। ପୁରୁଣା ସମ୍ପର୍କରେ କିଛି ନୂଆ ହେବ ଏବଂ ସମୟ ବହୁତ ରୋମାଣ୍ଟିକ ରହିବ। ଜୀବନସାଥୀଙ୍କ ସହ ଖୁସିରେ ରହିବେ।

4/6

ସିଂହ ରାଶି: ସିଂହ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଭାଲେଣ୍ଟାଇନ୍ସ ଡେ'ରେ ନିଜ ପାର୍ଟନରଙ୍କ ନିକଟତର ହୋଇପାରନ୍ତି। ସେମାନେ କୌଣସି ବିଶେଷ ବ୍ୟକ୍ତିଙ୍କୁ ଭେଟିପାରନ୍ତି। ଯଦି ଆପଣ ସମ୍ପର୍କରେ ଅଛନ୍ତି, ତେବେ ଆପଣଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇବ ।

5/6

ତୁଳା ରାଶି: ତୁଳା ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ। ପରସ୍ପରକୁ ବୁଝିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ ଏବଂ ସେମାନେ ସେମାନଙ୍କର ପ୍ରେମକୁ ପ୍ରକାଶ କରିପାରନ୍ତି।

6/6

ମୀନ ରାଶି: ମୀନ ରାଶିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ବହୁତ ଭଲ ରହିବ। ଯଦି ଆପଣ ରିଲେସନସିପ ରେ ଅଛନ୍ତି ତେବେ ଆପଣ ନିଜ ଭାବନାକୁ ସାଥୀଙ୍କ ସହ ବାଣ୍ଟିପାରିବେ, ଯାହା ସମ୍ପର୍କକୁ ମଜଭୁତ କରିବ ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)