ଦୁଇ ପୁଅଙ୍କ ମୁହଁ ଚାହୁଁନି । କାହା ସହ କାହାର ସମ୍ପର୍କ ନାହିଁ: ସୁର ରାଉତରାୟ
Advertisement
Article Detail0/zeeodisha/odisha2631456

ଦୁଇ ପୁଅଙ୍କ ମୁହଁ ଚାହୁଁନି । କାହା ସହ କାହାର ସମ୍ପର୍କ ନାହିଁ: ସୁର ରାଉତରାୟ

ସୁର କହିଛନ୍ତି, ମୁଁ ଦୁଇ ପୁଅଙ୍କ ମୁହଁକୁ ଚାହୁଁନି। କାରଣ ଘରେ ସେମାନଙ୍କ ମଧ୍ୟରେ ଯେଉଁ ଭଳି ଆଚରଣ ଦେଖୁଛି ତାହା ବରଦାସ୍ତ ବାହାରେ। ସେ ଏହା ମଧ୍ୟ କହିଛନ୍ତି, ପୁଅଙ୍କ କଳି ପାଇଁ ତାଙ୍କ ରାଜନୈତିକ କ୍ୟାରିୟରରେ ଦାଗ ଲାଗିଛି । ଡାଇନିଂରେ ଏକାଠି ଡିନର କରୁଥିଲେ ବି କେହି କାହା ମୁହଁକୁ ଚାହୁଁନାହାନ୍ତି ।

ଦୁଇ ପୁଅଙ୍କ ମୁହଁ ଚାହୁଁନି । କାହା ସହ କାହାର ସମ୍ପର୍କ ନାହିଁ: ସୁର ରାଉତରାୟ

Political News: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନ୍ୟ ମାନଙ୍କ ଉପରେ କଟାକ୍ଷ କରି କହୁଥିବା ସୁର ରାଉତରାୟ ନିଜ ପାରିବାରିକ କଳିକୁ ନେଇ ଏବେ ଟ୍ରୋଲ୍ ହେଉଛନ୍ତି। ଯେଉଁ ପୁଅଙ୍କ ପାଇଁ କଂଗ୍ରେସରୁ ଅବସର ନେଇଥିଲେ, ନିଜ ରାଜନୈତିକ କ୍ୟାରିୟରକୁ ନିଜ ହାତରେ ବର୍ବାଦ କରିଦେଇଥିଲେ ଆଜି ସେହି ପୁଅମାନଙ୍କ ମୁହଁକୁ ଚାହୁଁ ନାହାଁନ୍ତି ବୋଲି ବୟାନ ଦେଇଛନ୍ତି। ନିଜ ପୁଅଙ୍କ ବିଷୟରେ ଏପରି କଥା ଆଜି ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଦୁଇ ପୁଅଙ୍କ ଭିତିରି କଳି ଦାଣ୍ଡକୁ ଆସିବା ପରେ ବି ଚୁପ୍ ରହିଥିଲେ ସୁର ରାଉତରାୟ। ହେଲେ ହଠାତ୍ ଏଭଳି ଏକ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି 

ସୁର କହିଛନ୍ତି, ମୁଁ ଦୁଇ ପୁଅଙ୍କ ମୁହଁକୁ ଚାହୁଁନି। କାରଣ ଘରେ ସେମାନଙ୍କ ମଧ୍ୟରେ ଯେଉଁ ଭଳି ଆଚରଣ ଦେଖୁଛି ତାହା ବରଦାସ୍ତ ବାହାରେ। ସେ ଏହା ମଧ୍ୟ କହିଛନ୍ତି, ପୁଅଙ୍କ କଳି ପାଇଁ ତାଙ୍କ ରାଜନୈତିକ କ୍ୟାରିୟରରେ ଦାଗ ଲାଗିଛି । ଡାଇନିଂରେ ଏକାଠି ଡିନର କରୁଥିଲେ ବି କେହି କାହା ମୁହଁକୁ ଚାହୁଁନାହାନ୍ତି ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମ ସମ୍ମୁଖରେ ନିଜ ବଡ଼ ଭାଈଙ୍କୁ କଟାକ୍ଷ କରି ମନ୍ତବ୍ୟ ରଖିଥିଲେ । ତେବେ ସେ କୌଣସି ବି ସ୍ଥାନରେ ତାଙ୍କ ଭାଇଙ୍କ ନାମ ନେଇଥିଲେ । ମନ୍ନଥ କହି ଥିଲେ, ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ, ଯେତେବେଳେ ରିଜେକ୍ଟ ହୋଇଗଲେ, ଏବେ ସେ ଗାଳି କରୁଛନ୍ତି।

ମନ୍ମଥ ତାଙ୍କ ବ୍ୟକ୍ତିଗତ ଜୀବନକୁ ବି ଆକ୍ଷେପ କରି କହିଥିଲେ ଯେ, ସେ ଯଦି ଓଡ଼ିଶାକୁ ଏତେ ଭଲ ପାଉଥିଲେ, ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ? ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ। ଏଠି ବାପା ମାଆଙ୍କ ସମ୍ପତ୍ତିକୁ ବ୍ୟବହାର କରି କି ସେଠି କ’ଣ କରୁଥିଲେ? ତାଙ୍କ ପିଲାମାନେ  ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି ? ଆପଣ ଯଦି ଓଡ଼ିଶାକୁ ଭଲପାଉଛନ୍ତି, ତାହାହେଲେ କାହିଁକି ଆପଣଙ୍କ ପିଲା ଭାରତୀୟ ପାସପୋର୍ଟରେ ନାହାନ୍ତି ? ଆମେ ତ ଆମ ମାଟିକୁ ଛାଡିନୁ ? ସେ ଭାବୁଥିଲେ, ସ୍ପୋଟ୍ସକୁ ବ୍ୟବହାର କରି ଲୋକଙ୍କ ସେବା ନ କରି, କୌଣସି କାର୍ଯ୍ୟ ନ କରି କେମିତି ମୁଁ ଗୋଟିଏ ନେତା ହୋଇଯିବି ? କିପରି ସୁର ରାଉତରାୟଙ୍କ ନାଁ ନେଇ ୨ବଡ଼ ଦଳରେ ଟିକେଟ ପାଇଯିବି ? ଯେହେତୁ କିଛି ପାଇଲେନି, ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । 

ସାନ ଭାଇ ମନ୍ମଥ ରାଉତରାୟଙ୍କୁ ଜବାବ ଦେଇ ବଡ ଭାଇ ସିଦ୍ଧାର୍ଥ ରାଉତରାୟ କହିଥିଲେ, ସୁର ରାଉତରାୟଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଆମ ଆମ ରାଜନୈତିକ ଭବିଷ୍ୟତ ବର୍ବାଦ ହୋଇଗଲା । ଆମ ଘର ବର୍ବାଦ ହେବାର ମୂଳ କାରଣ ହେଉଛନ୍ତି ଆମ ବାପା। ଯାହାଙ୍କ ପାଇଁ ଖାଲିଯେ ଆମ ରାଜନୈତିକ କ୍ୟାରିୟରର ଅନ୍ତ ହୋଇନାହିଁ, ଆମର ଇଜ୍ଜତ ମଧ୍ଯ ମାଟିରେ ମିଶି ଯାଇଛି। ମନ୍ମଥ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ "କେତେବାଟ ସେ ଯାଉଛି ଯାଉ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ଲୋଭରେ, ସମୟ ଆସିଲେ ନିଶ୍ଚିତ ବୁଝିବ। କେବଳ ପଲିଟିକ୍ସ ଆଉ ଡିଲ୍ କରି ବଡ଼ ବଡ଼ ନେତାଙ୍କୁ ବଳି ପକେଇ ଦେବା ପାଣ୍ଡିଆନଙ୍କର ଏସବୁ ଚାଲ୍। ପାଣ୍ଡିଆନ୍ ଆଜି ନିଜ ଚାଲଖିରେ ନିଜେ ଫସିଛନ୍ତି। ତାଙ୍କୁ ଯଦି ଗୁରୁ କରିବ ତମେ ବି ଫସିବ। ଆଇସେକସକୁ ସଂଗ୍ରହାଳୟରେ ଲଗେଇବାକୁ ମୁଁ ଦେବା ପାଇଁ ଯାଇଥିଲି। ୭ ମହାଦେଶରେ ଜଗନ୍ନାଥଙ୍କ ପତାକା ଲାଗିଥିଲା ସେଥିରେ। ଏଡେ ବଡ଼ ଜିନିଷ ଇତିହାସରେ ଆଜି ପର୍ଯ୍ୟନ୍ତ ହୋଇନାହିଁ । ତାହାକୁ ନଦେଖେଇ ସେ ବାହାରେ କହିଲେ କି ମୁଁ ତାଙ୍କୁ ଟିକେଟ୍ ମାଗିବାକୁ ଯାଇଥିଲି"। ଆମେରିକାରେ ପାଣ୍ଡିଆନଙ୍କ ସହ ଦେଖାହେବା କଥାରେ ସେ କହିଛନ୍ତି "ଆମେରିକାରେ ପାଣ୍ଡିଆନଙ୍କୁ ମୁଁ କହିଲି ତମେ ଏ ଯୋଉ କଳିଙ୍ଗ ଷ୍ଟୋରୀ କହୁଛ ତାକୁ ବନ୍ଦ କର, ଆଉ ଯଦି ଦମ୍ ଅଛି ଓଡ଼ିଶାକୁ କଳିଙ୍ଗ ବୋଲି ଘୋଷଣା କର"। 

ଏହା ସହ ସେ ଏକଥା ମଧ୍ୟ କହିଥିଲେ, ମୋର କେବଳ ଟାର୍ଗେଟରେ ମୋ ବାପା । କଂଗ୍ରେସକୁ କାହିଁକି ଏତେ ଛାରଖାର କରିକି ଗଲେ? ଯାହାକୁ ପାଇଲେ କଂଗ୍ରେସ ନେତାଙ୍କୁ ସୋଧିଲେ। ମୁଁ କଂଗ୍ରେସ ଅଛି ମତେ ସେ ନିଜେ ନେଇକି ମିଶେଇଥିଲେ। ତାପର ମୁହୂର୍ତ୍ତରେ ଏମିତି କଂଗ୍ରେସକୁ ଗାଳି କଲେ, ତେଣୁ ସେ କେମିତି ଟିକେଟ୍ ଦେବେ ମତେ? ପ୍ରଚାର କମିଟିର ଚେୟାରମ୍ୟାନ୍ ଭାବରେ ତାଙ୍କୁ ଦାୟିତ୍ବ ଦିଆଗଲା, ତମେ ବସ୍ ଧରି କଂଗ୍ରେସ ପାଇଁ ବୁଲିବା ଲୋକ। ତମେ ଯାଇକି ଡବଲ୍ ସଂଘ କରିବ?

ତେଣୁ ମୋର ଭାଇ ଉପରେ କିଛି ରାଗ ନାହିଁ ବାପାଙ୍କ ଉପରେ ରାଗ। ବାପା ଯାହା କଲେ ତାହା ଭୁଲ୍। ମତେ ଯିଏ ପଚାରନ୍ତି ମୁଁ କହିଦିଏ। ସେସବୁ ଆମ ଘର ଉପରେ ବି ପ୍ରଭାଵ ପଡ଼େ ଭାଈ ବି ଯାହା କରୁଛି ସେଟା ଖରାପ ହେଉଛି। ପ୍ରକୃତରେ ରାଉତରାୟ ପାରିବାରର ପଲିଟିକାଲ କ୍ୟାରିୟର ଡେଥ୍ ହୋଇଗଲା। ଆଉ କେହି ନୁହଁ ବରଂ ବାପା ନିଜ ଷ୍ଟେପରୁ ଆଜି ସବୁ ଶେଷ ହୋଇଯାଇଛି ।  ବାପାଙ୍କ ଭୁଲ ନିଷ୍ପତ୍ତି ପାଇଁ ଭାଈ ଗଲା ସେପଟକୁ କଂଗ୍ରେସ ବୁଡ଼ିଲା। ଆଉ ଆମ ସମ୍ମାନ ବି ଗଲା ।

Also Read- Gold and Silver rate: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ଶସ୍ତା ହେଲା...

Also Read- ଯନ୍ତ୍ରଣାରେ ଚିତ୍କାର କଲେ ସୋନୁ ନିଗମ, ବଢ଼ିଲା ଫ୍ୟାନ୍ସଙ୍କ ଚିନ୍ତା...